୬ ବର୍ଷର ପୁଅକୁ ଝାମ୍ପି ନେଇଥିଲା କଲରାପତରିଆ, ୧କି.ମି ପିଛା କରି ବାଘ ମୁହଁରୁ ପୁଅକୁ ଟାଣି ଆଣିଲା ମାଆ…ଦେଖନ୍ତୁ ଭାଇରାଲ ଭିଡ଼ିଓ

0

ବର୍ତ୍ତମାନ ପ୍ରତିଦିନ ସମାଜରେ କିଛି ନା କିଛି ଘଟଣା ଓ ଦୁର୍ଘଟଣା ସବୁ ଦେଖିବା ପାଇଁ ମିଳିଥାଏ। ରାଜ୍ୟର ବିଭିନ୍ନ ସ୍ଥାନରେ ଜଙ୍ଗଲ ମାନ ରହିଛି ଓ ସେଥିରେ ବିଭିନ୍ନ ପ୍ରକାର ବଡ଼ ବଡ଼ ପଶୁ, ପକ୍ଷୀ ଓ ଜୀବ ଜନ୍ତୁ ମାନଙ୍କୁ ଦେଖିବା ପାଇଁ ମିଳିଥାଏ। ସେମାନଙ୍କୁ ଦେଖିବା ମାତ୍ରେ ବହୁତ ଭୟ ଲାଗିଥାଏ ଓ ଏଥି ସହିତ ସେମାନେ ବହୁତ ମାରାତ୍ମକ ଓ ଶକ୍ତିଶାଳୀ ମଧ୍ୟ ହୋଇ ଥାଆନ୍ତି। ତେବେ ବର୍ତ୍ତମାନ ନିକଟରେ ଏଭଳି କିଛି ଘଟଣା ସମ୍ନାକୁ ଆସିଛି। ଏଭଳି ଖବର ଟିଭି, ସମ୍ବାଦ ଓ ପତ୍ର ପତ୍ରିକା ଆଦିରେ ଦେଖିବା ପାଇଁ ମିଳିଥାଏ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଏକ ଘଟଣା ଦେଖିବା ପାଇଁ ମିଳିଛି, ଆମେ ଆପଣ ମାନଙ୍କୁ ଏଭଳି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ଝଟକା ଅନୁଭବ କରିବେ। ତେବେ ଘଟଣାଟି ହେଉଛି ଗୋଟିଏ ୬ ବର୍ଷର ଛୋଟ ପୁଅକୁ ଚିତାବାଘ ଝାମ୍ପି ନେଇ ପଳାଇ ଯାଉ ଥିଲା କିନ୍ତୁ ତା’ର ମାଆ ବାଘ କବଳରୁ ଉଦ୍ଧାର କରିଛନ୍ତି। ତେବେ ଆସନ୍ତୁ କଣ ରହିଛି ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା;

ଏଭଳି ଏକ ଘଟଣା ମଧ୍ୟପ୍ରଦେଶର ସିଧି ଜିଲ୍ଲାର କୁସୁମୀ ବ୍ଲକର ଟମସାର ରେଞ୍ଜରେ ଥିବା ବାଡ଼ିଝାରିଆ ଗାଁ ରୁ ଦେଖିବା ପାଇଁ ମିଳିଛି। ସୂଚନା ଅନୁସାରେ, ବାଡ଼ିଝାରିଆ ଗାଁ ଚାରି ପାଖେ ଜଙ୍ଗଲ ପରିପୂର୍ଣ୍ଣ ହୋଇ ରହିଛି ଓ ସେହି ଅଞ୍ଚଳରେ ବହୁତ ବନ୍ୟଜନ୍ତୁ ମାନେ ରହିଛନ୍ତି। ସେହି ଅଞ୍ଚଳର କିରଣ ବୈଗା ନାମକ ଜଣେ ମହିଳା, ତାଙ୍କର ଗୋଟିଏ ୬ ବର୍ଷର ଛୋଟ ପୁଅ ରହିଛି। ତେବେ ମହିଳା ଜଣଙ୍କ ତାଙ୍କ ପୁଅକୁ ଧରି ସନ୍ଧ୍ୟା ସମୟରେ ବସିଥିଲେ ଠିକ ସେହି ସମୟରେ ଗୋଟିଏ ଚିତାବାଘ ପଛ ପଟରୁ ଆସି ସେହି ଛୋଟ ପୁଅକୁ ଝାମ୍ପି ନେଇ ଜଙ୍ଗଲ ଭିତରକୁ ପଳାଇ ଯାଇଥିଲା।

ତେବେ ମହିଳା ଜଣଙ୍କ ଏହା ଦେଖି ବହୁତ ବ୍ୟସ୍ତ ବିବ୍ରତ ହୋଇ କାନ୍ଦି ପକାଇ ଥିଲେ। ମହିଳା ଜଣଙ୍କ ଖୁବ ଶୀଘ୍ର ଅନ୍ଧାର ରାତିରେ ବାଘ ପଛେ ପଛେ ୧ କିଲୋ ମିଟର ଦୋୖଡି ଦୋୖଡି ପୁଅକୁ ବାଘ କବଳରୁ ଉଦ୍ଧାର କରିଥିଲେ। କିନ୍ତୁ ମାଆ ଓ ପୁଅ ଦୁଇ ଜଣ ବାଘ ଆକ୍ରମଣରେ ଖୁବ ଜୋର ଭାବରେ ଆହତ ହୋଇ ଯାଇଛନ୍ତି ଓ ମହିଳା ଜଣଙ୍କ ଅଚେତ ଅବସ୍ଥାରେ ତଳେ ପଡି ଯାଇଥିଲେ। ଏହା ପରେ ଗାଁ ଲୋକ ମାନେ ମାଆ ଓ ପୁଅଙ୍କୁ ଉଦ୍ଧାର କରି କୁସୁମୀ ମେଡ଼ିକାଲରେ ନେଉ ଭର୍ତ୍ତି କରାଇଛନ୍ତି। ଏହି ଘଟଣାଟି ସେଠାକାର ସ୍ଥାନୀୟ ଅଞ୍ଚଳ ମାନଙ୍କରେ ଚହଳ ସୃଷ୍ଟି କରି ଦେଇଛି। ତେବେ ବନ୍ଧୁଗଣ ଆପଣ ମାନେ ବନ୍ୟଜନ୍ତୁ ମାନଙ୍କ ଠାରୁ ନିଜକୁ ଦୂରେଇ ରଖନ୍ତୁ ଓ ନିଜ ପିଲା ମାନଙ୍କୁ ମଧ୍ୟ ଦୂରେଇ ରଖନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।