୭ ବର୍ଷ କୁନି ପୁଅ ସହିତ ବାଣ କିଣି ଫେରୁଥିଲା ବାପା, ଚଳନ୍ତା ସ୍କୁଟରରେ ଫୁଟିଗଲା ବାଣ, ଆଉ ତାପରେ…ଦେଖନ୍ତୁ ଭିଡ଼ିଓ

0

ମନୁଷ୍ୟ ଜୀବନ ଅନେକ ଗୁଡିଏ ପରିସ୍ଥିତି ଦେଇ ସାମ୍ନା କରିଥାଏ। କେତେବେଳେ କାହାର କଣ ଘଟିବ କେହି କହିପାରିବେ ନାହିଁ। ସବୁ ସେଇ ଭଗବାନଙ୍କ ହାତରେ ହିଁ ରହିଥାଏ। ଏହାକୁ କେହି ଆଣ ଦେଖା କରିପାରିବେ ନାହିଁ, କାରଣ ସୁଖ ଦୁଃଖ ଉଭୟ ମନୁଷ୍ୟ ଜୀବନରେ ଲାଗି ରହିଥାଏ। ମୃତ୍ୟୁ ଯେତେବେଳେ ଆସେ ତାକୁ କେହି ବି ଅଟକାଇ ପାରିବେ ନାହିଁ ଏପରି କି ମୃତ୍ୟୁ ବେଳେ ବେଳେ ନିଜର ଅସାବଧାନତା ଯୋଗୁ ଏଭଳି କିଛି ଘଟଣା ଘଟିଥାଏ। ତେବେ ନିକଟରେ ଏକ ଏଭଳି କିଛି ଘଟଣା ଶୁଣିବା ପାଇଁ ମିଳିଛି। ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଜଣାଇବୁ ଯେ, ଯାହା ଆପଣ ମାନେ ଜାଣିଲେ ଚକିତ ହୋଇ ଯିବେ।

ତେବେ ଘଟଣାଟି ହେଉଛି ବାପା ଓ ପୁଅ ସ୍କୁଟରରେ ବାଣ ନେଇ ଫେରୁଥିବା ସମୟରେ ହଠାଥ ବ୍ଲାଷ୍ଟ ହେବାରୁ ତାଙ୍କର ମୃତ୍ୟ ହୋଇଛି। ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଘଟଣା ଉପରେ ନିଜର ପକାଇବା। ଏଭଳି ଏକ ଘଟଣା ପୁଡୁଚେରୀ ବିଲୁ ପୁରମ ସୀମାନ୍ତ ନିକଟରେ ଦେଖିବା ପାଇଁ ମିଳିଛି। ସୂଚନା ଅନୁସାରେ,କଲାଇ ଲାସନ ନାମକ ଜଣେ ଯୁବକ ଓ ତାଙ୍କ ପୁଅ ପ୍ରଦୀପ, ଯାହାର ବୟସ ମାତ୍ର ୭ ବର୍ଷ ହୋଇଥାଏ। ବାପା ଓ ପୁଅ ଦୁଇ ଜଣ ମିଶି ଗୁରୁବାର ଦୀପାବଳୀ ଦିନ ବିଲୁ ପୁରମ ଜିଲ୍ଲା ଅନ୍ତର୍ଗତ କୋଟା ପୁରମ ଇଷ୍ଟ କୋଷ୍ଟ ରାସ୍ତାରେ କୁନିମେଡୁ ଗାଁ କୁ ଫେରୁଥିଲେ।

ସେମାନେ ହାତ ତିଆରି ଦେଶୀ ବାଣ ଦୁଇଟି ବ୍ୟାଗରେ ଭର୍ତ୍ତି କରି ସ୍କୁଟରରେ ରଖିଥିଲେ, ସେମାନେ ଫେରିବା ବାଟରେ ହଠାଥ ବାଣ ବ୍ଲାଷ୍ଟ ହୋଇ ଫୁଟି ଯାଇଥିଲା। ନିଆଁ ଲାଗି ଯିବାରୁ ବାପା ଓ ପୁଅଙ୍କର ଘଟଣା ସ୍ଥଳରେ ହି ତାଙ୍କର ମୃତ୍ୟୁ ହୋଇ ଯାଇଥିଲା। ସେମାନଙ୍କ ସହିତ ଆଉ ତିନି ଜଣ ମଧ୍ୟ ଆହତ ହୋଇଥିଲେ।ଏହି ଘଟଣାଟି ସେଠାରେ ଲାଗିଥିବା ସିସିଟିଭି ଫୁଟେଜରେ କଏଦ ହୋଇ ରହିଥିଲା। ଏହି ଖବର ପାଇ ବିଲୁ ପୁରମ ଜିଲ୍ଲା ଡିଆଜି ଘଟଣା ସ୍ଥଳରେ ଆସି ପହଁଛି ଯାଇଥିଲେ। ଏହି ଘଟଣାର ମାମଲା ରୁଜ୍ଜୁ କରି ପୋଲିସ ତଦନ୍ତ କରୁଛନ୍ତି।

ଏହି ଘଟଣାଟି ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଜୋର ସୋର ଭାବରେ ନିଆଁ ଭଳି ଭାଇରଲ ହେବାରେ ଲାଗିଛି। ସ୍କୁଟର ଚାଲିବା ଜନିତରୁ ଖୁବ ଜୋର ତାତିବା ଓ ଘର୍ଷଣ ଯୋଗୁ ଏଭଳି ଘଟଣା ଘଟିଛି ବୋଲି ଅନୁମାନ କରା ଯାଇଛି। ଏହି ଘଟଣା ଜାଣିବା ପରେ ତାଙ୍କ ପରିବାରରେ ଶୋକର ଛାୟା ଖେଳି ଯାଇଛି। ଏହି ଘଟଣାଟି ସେଠାକାର ସ୍ଥାନୀୟ ଅଞ୍ଚଳ ଲୋକ ମାନଙ୍କ ମନରେ ଦୁଃଖ ଭରି ଯାଇଛି। ତେବେ ବନ୍ଧୁଗଣ ଆପଣ ମାନେ ସବୁବେଳେ ବାଣ ଠାରୁ ଦୂରେଇ ରୁହନ୍ତି। ଏଥି ସହିତ ସବଧାନତାର ସହିତ କାର୍ଯ୍ୟ କରନ୍ତୁ, ନେହେଲେ ଆପଣ ମାନେ ବି ଏଭଳି ଅସୁବିଧାର ସମ୍ମୁଖିନ ହୋଇ ପାରନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।