୭ ବର୍ଷର ଅପେକ୍ଷା ୭ ଦିନରେ ନିଆଁ…ଦେଖନ୍ତୁ ଭିଡ଼ିଓ

0

ସରକାର ସବୁ ଜିନିଷ ଉପରେ ଗୁରୁତ୍ୱ ଦେଇ ଥାଆନ୍ତି। ସରକାରଙ୍କ ତରଫୁରୁ ହେଉଥିବା କାର୍ଯ୍ୟକୁ ବହୁ ମାତ୍ରାରେ ଗୁରୁତ୍ୱ ଦେଇ ଥାଆନ୍ତି। ଓଭର ବ୍ରିଜ ଠାରୁ ଆରମ୍ଭ କରି ଯାତାୟତ ପର୍ଯ୍ୟନ୍ତ, ଯେଉଁ ସବୁ କାର୍ଯ୍ୟ କରା ଯାଇ ଥାଏ ସରକାର ସେହି କାର୍ଯ୍ୟ ପାଇଁ ଟଙ୍କା ପଠାଇ ଥାଆନ୍ତି। ଯାହା ଫଳରେ କି ଲୋକ ମାନେ ଅସୁବିଧାର ସମ୍ମୁଖିନ ହେବେ ନାହିଁ। ସରକାର ପଠାଉ ଥିବା ଟଙ୍କାକୁ ହଡପ କରି କୌଣସି ବି କାର୍ଯ୍ୟ ଠିକ ଭାବରେ ହୋଇ ପାରୁ ନାହିଁ। ଗାଡି ଯିବା ସମୟରେ ପୋଲ ଭୁଶୁଡିବା ଭଳି ଆଦି ସରକାରଙ୍କ ଯେଉଁ ସବୁ ସଂସ୍ଥା ମାନ ରହିଛି, ସେଥିରେ ମଧ୍ୟ ତ୍ରୁଟି ବ୍ୟୁଚିତ ଦେଖା ଯାଇ ଥାଏ।

ଏଭଳି ଖବର ଟିଭି, ସମ୍ବାଦ ଠାରୁ ପତ୍ର ପତ୍ରିକାରେ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ, ଏକ ବଡ଼ ଖବର ସମ୍ନାକୁ ଆସିଛି। ଯାହାକୁ ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ। ତାହା ହେଉଛି, ନନ୍ଦନକାନନରେ ଲୋକ ମାନଙ୍କ ସୁବିଧା ପାଇଁ ସରକାର ଯେଉଁ ଟ୍ରେନର ସୁବିଧା କରିଥିଲେ, ସେଥିରେ ତ୍ରୁଟି ଦେଖା ଯାଇଛି। ତେବେ ସେଥିରେ କେଉଁ ତ୍ରୁଟି ରହିଛି ଆସନ୍ତୁ ଜାଣିବା;

ଏଭଳି ଏକ ଘଟଣା ନନ୍ଦନକାନନରୁ ଦେଖିବା ପାଇଁ ମିଳିଛି। ସୂଚନା ଅନୁସାରେ, ଦୀର୍ଘ ୭ ବର୍ଷ ପରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଟ୍ରିୟଟ ଟ୍ରେନର ଶୁଭାରମ୍ଭ ହୋଇଥିଲା। ଲୋକ ମାନେ ଏହି ଖବର ଶୁଣି ବହୁତ ଖୁସି ମଧ୍ୟ ହୋଇ ଯାଇ ଥିଲେ। ଉଦଘାଟନ ହେବା ପରେ ପ୍ରଥମ ଥର ପାଇଁ ଗୁରୁବାର ଦିନ ପର୍ଯ୍ୟଟକ ମାନଙ୍କ ପାଇଁ ଏହି ଟ୍ରେନଟି ଚାଲି ଥିଲା। ଦଶହରା ଉପଲକ୍ଷେ ସେଠାରେ ପର୍ଯ୍ୟଟକ ମାନଙ୍କ ବହୁତ ଗହଳି ଲାଗି ରହିଥିଲା ଓ ଏହାର ମଜା ନେବା ପାଇଁ ପର୍ଯ୍ୟଟକ ମାନେ ସେହି ଟ୍ରେନରେ ବସି ଥିଲେ।

ତେବେ ଟ୍ରେନ୍ଟି ଚାଲିବା ସମୟରେ ଟ୍ରେନର ଇଞ୍ଜିନ ସର୍ଟ ସର୍କିଟରେ ନିଆଁ ଲାଗି ଯାଇ ଥିଲା। ସୌଭାଗ୍ୟବଶତଃ ଟ୍ରେନ ଚାଳକ ବ୍ରେକ ମାରି ଦେବା ପରେ, ସେଥିରେ ବସି ଥିବା ଯାତ୍ରୀମାନେ ଯଥା ଶୀଘ୍ର ଓଲ୍ହାଇ ପଡିଥିଲେ। ସେହି ଟ୍ରେନରେ ନିଆଁ ଲାଗି ଯାଇ ଥିବାର ଦେଖି ଯାତ୍ରୀ ମାନେ ବହୁତ ଭୟ ଭିତ ହୋଇ ଯାଇ ଥିଲେ ଓ ସେଠାରେ ଥିବା ଅନେକ ଲୋକ ମାନେ ଏହି ଘଟଣାକୁ ଦେଖି ଜମାଟ ହୋଇ ଯିବା ସହିତ ଆଶ୍ଚର୍ଯ୍ୟ ମଧ୍ୟ ହୋଇ ଯାଇ ଥିଲେ।

ତେବେ ଏହି ଘଟଣାକୁ ଦେଖି ନନ୍ଦନକାନନର କର୍ତ୍ତୃପକ୍ଷ ନିଆଁ ଲାଗି ଯାଇ ଥିବା ଘଟଣାକୁ ସିୟୁକାର କରିଛନ୍ତି ଓ ଏହା ଏକ ଯାନ୍ତ୍ରିକ ତ୍ରୁଟି ଅଟେ ବୋଲି ସେ ମଧ୍ୟ କହିଛନ୍ତି। ଯେ ପର୍ଯ୍ୟନ୍ତ ଏହାର ମରାମତି କାର୍ଯ୍ୟ ଠିକ ଭାବରେ ନହୋଇଛି, ସେ ପର୍ଯ୍ୟନ୍ତ ଏହି ଟ୍ରେନ ଗଡିବ ନାହିଁ ବୋଲି ନନ୍ଦନକାନନର ଉପ ନିର୍ଦେଶକ କହିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।