୮ ଦିନର ଫେସବୁକ୍ ବନ୍ଧୁ ହୋଇ ଯୁବତୀଙ୍କ ସହ କରିଲା ଲଜ୍ୟାଜନକ କାମ…ଦେଖନ୍ତୁ ଭିଡ଼ିଓ

ପୋଲିସ ମାନଙ୍କର କାର୍ଯ୍ୟ ହେଉଛି ଦେଶକୁ ଓ ସମାଜକୁ ସୁରକ୍ଷା ଦେବା। ଯେଉଁ ମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତାଙ୍କୁ ସାହାଯ୍ୟ ଓ ସହଯୋଗ କରିବା ଉଚିତ। ସେମାନେ ଆଇନର ରକ୍ଷା କବଚ ଅଟନ୍ତି। କିନ୍ତୁ ସମାଜରେ ଏଭଳି ପୋଲିସ ଅଛନ୍ତି ଜେ ସେମାନେ ଆଇନ ଉଲଘଂନ କାର୍ଯ୍ୟ କରୁଛନ୍ତି। ସେମାନେ ନିଜକୁ ଅଫିସର ଭାବି ଆଇନକୁ ମଧ୍ୟ ଖାତିର କରୁ ନାହାନ୍ତି। ସେ ତାଙ୍କ ଖାକି ପୋଷାକରେ କଳଙ୍କର ଦାଗ ଲଗାଇ ଦେଉଛନ୍ତି। ସେ ଦେଶର ରକ୍ଷକ ହୋଇ ଭକ୍ଷକ ସାଜୁଛନ୍ତି। ତେବେ ବନ୍ଧୁଗଣ ତୋ ଫୋନ ନବୁ ଯଦି ମୋ ସାଙ୍ଗରେ ଆଗ ପୁରୀ ଚାଲ ବୋଲି ଓଡିଶା ପୋଲିସ କହିଥିଲେ। ତେବେ ଆସନ୍ତୁ କଣ ରହିଛି ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା;

ସୂଚନା ଅନୁସାରେ, ଶୁଭଲଷ୍ମୀ ନାୟକ ନାମକ ଜଣେ ଝିଅ ଯିଏ କି ସେ ତାଙ୍କ ଡିଉଟି ସାରି ତାଙ୍କ ରୁମକୁ ଫେରୁଥିଲେ। ସେହି ଝିଅଟି ତାଙ୍କ ଡାହାଣ ହାତରେ ଫୋନ ଧରି ଯାଉଥିଲେ। ଠିକ ସେହି ସମୟରେ ଝିଅଟିର ପଛ ପଟୁ କେହି ଜଣେ ଆସି ତାଙ୍କ ହାତରୁ ମୋବାଇଲ ଛଡାଇ ନେଇ ଯାଇଥିଲେ। ଏହା ପରେ ଝିଅଟି ଖୁବ ଜୋର ଭାବରେ ଚିତ୍କାର କରିଲେ। ଝିଅଟି ଅନ୍ୟ ଜଣଙ୍କ ନମ୍ବରରୁ ତାଙ୍କ ମମ୍ବରକୁ ଫୋନ କରିଲେ ଓ ଫୋନ କରିବାରୁ ଫୋନ ସୁଇଜ ଅଫ ହୋଇ ଯାଇଥିଲା।

ତେବେ ଯେତେବେଳେ ଝିଅଟି ଆଜି ସକାଳେ ଫୋନ କରିବାରୁ ଫୋନ ରିଙ୍ଗ ହୋଇଥିଲା। ଫୋନଟିକୁ ଜଣେ ଯୁବକ ରିସିଭ କରିଥିଲେ। ଝିଅଟି କିଏ ଆପଣ ପଚାରିବାରୁ ସେ ଫେସବୁକ ସାଙ୍ଗ ଜିତୁ ଦାସ କହୁଛି ବୋଲି କହୁଥିଲେ। ଏଥି ସହିତ ସେ ଓଡିଶା ପୋଲିସ ଅଛି ବୋଲି କହିଥିଲେ। ସେହି ଯୁବକ ଜଣଙ୍କ ନୂଆବର୍ଷ ଦିନ ଝିଅ ନିକଟକୁ ଫ୍ରେଣ୍ଡ ରିକୁୱେଷ୍ଟ ପଠାଇ ଥିଲା ଓ ଝିଅଟି ମଧ୍ୟ ତା’ର ଫ୍ରେଣ୍ଡ ରିକୁୱେଷ୍ଟକୁ ଗ୍ରହଣ କରିଥିଲେ। ଝିଅଟି କହିବା ମୁତାବକ ଏହା ଛଡା ତାକୁ ଚିନ୍ହି ନାହାଁନ୍ତି କି ଜାଣି ମଧ୍ୟ ନାହାଁନ୍ତି। ତେବେ ଝିଅଟି ତାଙ୍କୁ ଫୋନ ମାଗିବାରୁ ସେ କହିଥିଲେ ଯେ ଯଦି ତାଙ୍କ ସାଙ୍ଗରେ ପୁରୀ ଯିବ ତା’ହେଲେ ସେ ଫୋନ ଦେବ ବୋଲି କହିଥିଲେ। ଝିଅଟି ଫୋନ ପାଇବା ପାଇଁ ତାକୁ ହଁ ବୋଲି କହିଥିଲେ।

ତେବେ ସେଥିପାଇଁ ସେ ଚାଲାଖ କରି ତାଙ୍କ ପଳାଶୁଣି ରୁମ ନିକଟକୁ ଡକାଇ ଥିଲେ। ଯୁବକ ଜଣଙ୍କ ମଧ୍ୟ ତାଙ୍କୁ ବିଶ୍ୱାସ କରି ପଳାଶୁଣି ନିକଟକୁ ଆସିଥିଲେ। ଝିଅଟି ଏହି ସବୁ ବାବଦରେ ତାଙ୍କ ରୁମ ମାଲିକଙ୍କୁ କହିଥିଲେ ଓ ତାଙ୍କ ରୁମ ମାଲିକ ଆସି ତାଙ୍କୁ ଅଟକାଇବାରୁ ସେ ମାଲିକ ଓ ତାଙ୍କ ଗାଡିକୁ ଧକ୍କା ଦେଇ ଚାଲି ଯାଇଥିଲା। ଏହା ପରେ ସେହି ଓଡିଶା ପୋଲିସ ଜଣଙ୍କ କହୁଛନ୍ତି ଯେ, କଣ କରିବାର ଅଛି କର ବୋଲି କହିଥିଲେ। ଦୋଷୀକୁ ଧରି ଉଚିତ ଦଣ୍ଡ ଦିଆଯାଉ ବୋଲି ଝିଅ ଜଣଙ୍କ କହୁଛନ୍ତି। ବନ୍ଧୁଗଣ ଆପଣ ମାନେ ନିଜେ ହିଁ ବିଚାର କରନ୍ତୁ ଯଦି ଆଇନ ର ରକ୍ଷା କର୍ତ୍ତା ହୋଇ ଏଭଳି ଆଇନ ଉଲଙ୍ଘନ କାମ କରିବେ, ତାହାଲେ ଏହା ଆମ ସମାଜ ଉପରେ କେଉଁ ପ୍ରକାର ପ୍ରଭାବ ପଡ଼ିବ, ତେଣୁ ଏହି ଘଟଣାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବିହିତ ପଦକ୍ଷେପ ନିଆଯିବା ଉଚିତ ଦେଲେ ଏଭଳି ଆଇନ ଉଲଂଘନ କରିବା ପାଇଁ କେହି ବି ସାହସ କରିବେ ନାହିଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment