ଆଶ୍ଚର୍ଯ୍ୟ ! “ଆଃ” ଡାକିଲେ ବାହାରି ଆସେ ସାପ ତା’ପରେ ବିଷ ହରଣ କରି ମଣିଷକୁ କରୁଛି ଜୀବିତ…ଦେଖନ୍ତୁ ଭିଡ଼ିଓ

0

ଅନେକ ଥର ଭଳି ପୁଣିଥରେ ମାଳିକା ର ବିଶେଷ କଥା ଉପରେ ଗୁରୁତ୍ବ ଆରୋପ କରି ଜନସାଧାରଣ ଙ୍କ ସଚେତନତା ନିମନ୍ତେ ମାଳିକା ବର୍ଣ୍ଣିତ ତଥ୍ୟ କୁ ଆମେ ବର୍ଣ୍ଣନା କରିବା।ଦୀର୍ଘ ୬୦୦ ବର୍ଷ ତଳେ ମହାପୁରୁଷ ମାନେ ତାଳ ପତ୍ର ପୋଥିରେ ଯେଉଁ ସବୁ ଦିବ୍ୟ କଥାକୁ ଲେଖି ଯାଇଛନ୍ତି, ତାହାକୁ କିଏ ମାନୁ ବା ନମାନୁ ତାହା ସତ ହେବାକୁ ଯାଉଛି।ମାଳିକା ରେ ଯାହା ଲେଖାଥିଲା ତାହା ସତ ହେବାରେ ଲାଗିଛି।ତେଣୁ ଏହାକୁ ବିଶ୍ୱାସ କରିବାରେ କୌଣସି ଦ୍ୱିମତ ନାହିଁ।ତେବେ ସେହି ସବୁ ଭବିଷ୍ୟବାଣୀ ଯାହା ମହାପୁରୁଷ ମାନେ କଲମ କରି ଯାଇଛନ୍ତି ଯାହା ଆମେ ବର୍ତ୍ତମାନ ଭୋଗୁଚେ ଏବଂ ଆମ ଜୀବନରେ ଭବିଷ୍ୟତରେ ଘଟୁଛି ତାହା ଆମକୁ ବିଶ୍ୱାସ କରିବାକୁ ପଡ଼ିବ।

କାରଣ ସେଥିରୁ ଏମିତି ବହୁତ୍ କଥା ଆମେ ସ୍ପଷ୍ଟ ହୋଇ ପାରିବା ଯାହା ଆମକୁ ଜୀବନରେ ସତର୍କ କରାଇବ ଏବଂ ସଚେତନ ମଧ୍ୟ କରାଇବ।ମାଳିକା ବିଶାରଦ ମାନେ ମାଳିକା ର ଯେଉଁ କଥା କୁ କହିଥିଲେ ସେସବୁ ସତ ହୋଇଛି।ଏହାକୁ ଖୋଜି ବାହାର କରିବା ଏବଂ ଜନ ସାଧାରଣ ଙ୍କ ସମ୍ମୁଖକୁ ଆଣିବା ଓ ସତର୍କ କରିବା ପାଇଁ ସବୁବେଳେ ଚେଷ୍ଟା ଜାରି ରଖିଛନ୍ତି ମାଳିକା ବିଶାରଦ ମାନେ। ସତ୍ୟଭଞ୍ଜ ୟୁ ଟ୍ୟୁବ୍ ଚ୍ୟାନେଲ ସମସ୍ତ ମାଳିକା ବର୍ଣ୍ଣିତ ସ୍ଥାନ ମାନଙ୍କରେ ପହଞ୍ଚି ସେଠାକାର ଅଲୌକିକତା କୁ ସାମ୍ନାକୁ ଆଣୁଛି।ସେହି କ୍ରମରେ ଆମେ ଆଜି ଆଲୋଚନା କରିବା ଏକ ମାଳିକା ବର୍ଣ୍ଣିତ ପୀଠ ବିଷୟରେ। ଯେଉଁଠି ରହିଛି କିଛି ସେହିଭଳି ମାହାତ୍ମ୍ୟ।

ତାହା ହେଉଛି ମାଳିକା ବର୍ଣ୍ଣିତ ଚର୍ଚ୍ଚିତ ସ୍ଥାନ ଜଗତସିଂହପୁର ଜିଲ୍ଲାର ବାଲିକୁଦା ବ୍ଲକ୍ ଅନ୍ତର୍ଗତ ବଡାଗର ଗାଆଁ।ଏହି ଗାଆଁ ରେ ରହିଛି ବେଲବନ ସତ୍ୟସେବା ଆଶ୍ରମ। ମହାପୁରୁଷ ଅଚ୍ୟୁତାନନ୍ଦ ଏଠାରେ ବିଶ୍ରାମ ନେଇଥିଲେ ସେହି ଅନୁସାରେ ଏହା ହୋଇଛି ବେଲବନ ଗାଦି। ଏଠାରେ ଥିବା ବଟବୃକ୍ଷ ରୁ ସାପମାନେ ବାହାରି ଆସନ୍ତି। ହୁଙ୍କାରେ ସାପ ମାନେ ରୁହନ୍ତି। ଦିନେ ସକାଳୁ ଏଠାରେ ଜଣଙ୍କୁ ସର୍ପାଘାତ ହେଲା ତାପରେ ସେ ଆସି ବାବାଙ୍କ ଗୋଡ଼ ତଳେ ପଡ଼ିଗଲା।ଠିକ୍ ବ୍ରହ୍ମ ମୁହୂର୍ତ୍ତ ସମୟ ବାବା ଡାକିଲେ ଆରେ ଆ ଆ,ଆଉ ଏହା ପରେ ବିଲ ଭିତରୁ ସାପଟି ଆସିଲା ଏବଂ ମୃତ ପରିକା ପଡିଥିବା ଲୋକଟି ଦେହରୁ ସାପ ଆସି ବିଷ ଶୋଷଣ କଲା।

ଆଉ ଆଶ୍ଚର୍ଯ୍ୟ ଭାବରେ କିଛି ସମୟ ପରେ ଲୋକଟି ତାର ସଂଜ୍ଞା ଫେରି ପାଇଲା। ଏହିଭଳି ଅନେକ ଅଲୌକିକ ଘଟଣା ଏଠାରେ ଘଟିଛି। ଏଠାରେ ଚାରି କଡ଼ରେ ଅନେକ ଏମିତି ସାପ ରହିଛନ୍ତି। ଏବେବି ଏଠାରେ ସାପ ଦେଖିବାକୁ ମିଳେ। ଏହାଛଡ଼ା ମଧ୍ୟ ଏଠାରେ ଅନେକ ଅଲୌକିକ ଘଟଣା ଘଟିଥିବାର କୁହନ୍ତି ଏହି ପୀଠର ପରିଚାଳକ ଜଣଙ୍କ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।