ଆର୍ୟନ ଜେଲ୍ ଯିବେ ଶୁଣି, ଦୌଡ଼ି ଆସି କାର୍ ରେ ଭୋ ଭୋ ହେଇ କାନ୍ଦିଲେ ମାଆ ଗୌରୀ….ଦେଖନ୍ତୁ ଭିଡ଼ିଓ

0

ବନ୍ଧୁଗଣ ଆପଣ ଜାଣିଛନ୍ତି ଡ୍ରଗ୍ସ ମାମଲାରେ ଛନ୍ଦି ହୋଇ ଗତ ୩ ତାରିଖ ଦିନ ଏନସିବି କଷ୍ଟଡିରେ ଅଛନ୍ତି ବଲିଉଡର ବାଦଶାହ ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ୍।ଶନିବାର ରାତିରେ ମୁମ୍ବାଇ ଉପକୂଳରେ ଏକ ଯାତ୍ରୀବାହୀ ଜାହାଜରେ ରେଭ୍ ପାର୍ଟି ଚାଲିଥିବା ବେଳେ ଏନ୍‌ସିବି ପକ୍ଷରୁ ଚଢ଼ାଉ କରାଯାଇ ଆର୍ଯ୍ୟନଙ୍କ ସମେତ ଅନ୍ୟମାନଙ୍କୁ ସେଠାରୁ ଧରା ଯାଇଥିଲା ଏବଂ ସେମାନଙ୍କୁ ବାନ୍ଧିବା ସହ ସେମାନଙ୍କ ମୋବାଇଲକୁ ମଧ୍ଯ ଜବତ କରା ଯାଇଛି। ତେବେ ଆର୍ଯ୍ୟନ ଖାନ୍ ଙ୍କୁ ଜେଲ୍ କଷ୍ଟଡି ଶୁଣାଇବା ପରେ ଏମିତି କିଛି ଚିତ୍ର ସାମ୍ନାକୁ ଆସିବାରେ ଲାଗିଛି ଯାହାକୁ ଦେଖିଲେ ଆପଣ ଜାଣି ପାରିବେ ଏହା ତାଙ୍କ ପରିବାର ଉପରେ କେତେ ପ୍ରଭାଵ ପକାଇଛି।

ଆର୍ଯ୍ୟନ ଖାନ୍ ଙ୍କ ମାଆ ଗୌରୀ ଖାନ୍ କାର ଭିତରେ କାନ୍ଦୁଥିବା ଦେଖିବାକୁ ମିଳିଛି। ଯାହାର ଚିତ୍ର ଏବେ ସୋସିଆଲ ମିଡିଆରେ ଭାଇରାଳ ହେବାରେ ଲାଗିଛି।ଗତକାଲି ଗୌରୀ ଖାନ୍ ବହୁତ୍ ଚେଷ୍ଟା କରିଥିଲେ ପୁଅ ଆର୍ଯ୍ୟନ ଖାନ୍ ଙ୍କୁ ବେଲ୍ ରେ ଆଣିବା ପାଇଁ ଏବଂ ଘରକୁ ନେଇଯିବା ପାଇଁ। ଯେଉଁ ପାଇଁ ସେ ସିଦ୍ଧି ବିନାୟକ ରେ ପୂଜାର୍ଚ୍ଚନା ମଧ୍ଯ କରିଥିଲେ। କିନ୍ତୁ କୋର୍ଟ କୌଣସି ବି ଶୁଣାଣି କୁ କାଲି ଅଗ୍ରାହ୍ୟ କରି ଦେଇ ଥିବାରୁ ଏଥିପାଇଁ ସେ ନିରାଶ ହେଇଥିଲେ ଏବଂ ପୁଅକୁ ଘରକୁ ନେଇ ନପାରି କାନ୍ଦି ପକାଇଥିଲେ। ତେବେ ଏହାରି ଭିତରେ ଶାହାରୁଖ ଖାନ୍ ଙ୍କ ଓକିଲ ଚେଷ୍ଟା ଜାରି ରଖିଛନ୍ତି କି କିପରି ଆର୍ଯ୍ୟନ ଙ୍କୁ ଜଲଦି ବେଲ୍ ମିଲି ପାରିବ।

ତେବେ ଆର୍ଯ୍ୟନ ଖାନ୍ ଙ୍କ ପାଇଁ ଲଢ଼ୁଥିବା ଓକିଲ ସତିଶ ବାରମ୍ବାର ଗୋଟିଏ କଥାକୁ ଦୋହରାଉ ଅଛନ୍ତି ଯେ ସେହି ପାର୍ଟି ରେ ଆର୍ଯ୍ୟନ ଖାନ୍ ଙ୍କ ଟିକେଟ ନଥିଲା,କେବଳ ତାଙ୍କୁ ସେଠାକୁ ନିମନ୍ତ୍ରଣ କରା ଯାଇଥିଲା।ଏହାଛଡା ତାଙ୍କ ଓକିଲ ଏହା ମଧ୍ଯ କହିଛନ୍ତି ଯେ ତାଙ୍କୁ ଏଥିରେ ଫସାଇ ଦିଆ ଯାଇଛି ଏବଂ ତାଙ୍କ ପାଖରୁ କୌଣସି ଡ୍ରଗ୍ସ ରିକୋଭୋର କରା ଯାଇ ନାହିଁ। ଯଦିଓ ଆର୍ଯ୍ୟନ ଖାନ୍ ପୂର୍ବରୁ ଦ୍ରଗ୍ସ ନେଉଥିଲେ କିନ୍ତୁ ଏବେ ସେ ତାହା ନେଉ ନାହାଁନ୍ତି ଏବଂ ଏବେ ତାଙ୍କର ମେଡ଼ିକାଲ ଟେଷ୍ଟ ମଧ୍ଯ ହୋଇ ସାରିଛି। ତେବେ ଆର୍ଯ୍ୟନ ଖାନ୍ ଙ୍କ ଏପରି ସ୍ଥିତି ରେ ବାପା ଶାହାରୁଖ ଖାନ୍ ମଧ୍ଯ ବେଶ୍ ଭାଙ୍ଗି ପଡିଛନ୍ତି।

କୋର୍ଟ ଯେହେତୁ ଗତକାଲି ତାଙ୍କର ମାମଲାର ଶୁଣାଣି କରି ନାହାଁନ୍ତି, ତେଣୁ ଆଜି ତାଙ୍କର ମାମଲାର ଶୁଣାଣି ହେବା ପରେ ଜଣା ପଡ଼ିବ ଯେ ଆର୍ଯ୍ୟନ ଖାନ୍ ଙ୍କୁ ଆଜି ବେଲ୍ ମିଳିବ ଏଵଂ ସେ ଘରକୁ ଯିବେ କି ତାଙ୍କୁ ଜେଲ୍ କୁ ଯିବାକୁ ପଡିବ। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।