କାହିଁକି କାନ୍ଦିଲେ ହଳଦୀ ଲଗାଇବା ସମୟରେ ସୋମାଲିନ୍, ଦେଖନ୍ତୁ ଭିଡ଼ିଓ

0

ବନ୍ଧୁଗଣ ଅଭିନେତ୍ରୀ ସୋମାଲିନ ପରିଡ଼ା ବହୁତ୍ ଜଲଦି ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ସେ ତାଙ୍କର ପୁରୁଷ ବନ୍ଧୁଙ୍କ ସହିତ ବିବାହ କରିବାକୁ ଯାଉଛନ୍ତି।ସେ ଏବଂ ତାଙ୍କର ବୟ ଫ୍ରେଣ୍ଡ୍ ଙ୍କ ର ଅନେକ ସୁନ୍ଦର୍ ମୁହୂର୍ତ୍ତ କୁ ଆଗରୁ ଆପଣ ଦେଖିବା ପାଇଁ ପାଇଥିବେ ସୋସିଆଲ ମିଡିଆରେ। କିଛିଦିନ ପରେ ସେମାନେ ପରସ୍ପରର ହାତ ଧରିବେ ଏବଂ ବିବାହ ବନ୍ଧନରେ ଆବଦ୍ଧ ହେବେ। ତେବେ ଅଭିନେତ୍ରୀ ସୋମାଲିନ ପରିଡା ଓଡ଼ିଆ ଫିଲ୍ମ୍ ଏବଂ ଧାରାବାହିକ ଜଗତର ଜଣେ ଚୁଲବୁଲି ସୁନ୍ଦରୀ ନାୟିକା ଅଟନ୍ତି।ଆପଣମାନେ ଜାଣିଛନ୍ତି ଯେ ସେ ଉଭୟ ଛୋଟ ଓ ବଡ଼ ପରଦାରେ ବଡ଼ ଧମାକା ଦେଖାଉଥିବା ଜଣେ ଲୋକପ୍ରିୟ ଅଭିନେତ୍ରୀ ଅଟନ୍ତି।

ନଟଖଟି, ଚୁଲବୁଲି ଗୁଣ ସାଙ୍ଗକୁ ତାଙ୍କର ମନୋଲୋଭା ହସ ବେଶ୍ ଆକର୍ଷଣୀୟ ଅଟେ।ସେ ତାଙ୍କର ଅଭିନୟ ର ଯାଦୁରେ ବାନ୍ଧି ରଖିଥାନ୍ତି ତାଙ୍କର ଦର୍ଶକ ମାନଙ୍କୁ। ତାଙ୍କ ସୁନ୍ଦରତା ଏବଂ ଅଭିନୟ ଦର୍ଶକଙ୍କୁ ବେଶ ବିମୋହିତ କରିଥାଏ। ତେବେ ଅଭିନୟ ସାଙ୍ଗକୁ ତାଙ୍କର ଗେଟ୍ ଅପ ଏବଂ ଲୁକ୍ସ୍ ପାଇଁ ବେଶି ଲୋକପ୍ରିୟ ଅଟନ୍ତି।ଅନେକ ସମୟରେ ସେମାନଙ୍କ ଲାଇଫ ଷ୍ଟାଇଲ କୁ ନେଇ ମଧ୍ୟ ସେ ଚର୍ଚ୍ଚାରେ ରହିଥାନ୍ତି।ସେ ଏବଂ ତାଙ୍କର ବଡ ଭଉଣୀ ଅଭିନେତ୍ରୀ ଜାଙ୍କଲିନ ପରିଡା ଓଡ଼ିଶାର ଅଭିନୟ ଜଗତର ଜଣେ ଜଣାଶୁଣା ଚେହେରା ଭାବରେ ପରିଗଣିତ ହୁଅନ୍ତି। ଦୁଇଜଣ ତାଙ୍କର ସୁନ୍ଦରତା ଏବଂ ବୋଲ୍ଡ ଅନ୍ଦାଜ ର ଜୀବନଶୈଳୀ ପାଇଁ ମଧ୍ୟ ବେଶ୍ ଜଣାଶୁଣା।

ତେବେ ଯେହେତୁ ସେ ଖୁବ୍ ଶୀଘ୍ର ହାତରୁ ଦିହାତ ହେବାକୁ ଯାଉଛନ୍ତି, ସେଥିପାଇଁ ସେ ବେଶ୍ ଚର୍ଚ୍ଚାରେ ରହିଛନ୍ତି। ତାଙ୍କ ବିଷୟରେ ଜାଣିବାକୁ ବେଶ୍ ଆଗ୍ରହ ହେଉଛନ୍ତି ପ୍ରସଂଶକ। କିଛିଦିନ ତଳେ ତାଙ୍କର ରିଙ୍ଗ ସରେମୋନି ର ଭିଡିଓ ସାମ୍ନାକୁ ଆସିଥିଲା। ଯାହାକୁ ଦେଖି ବେଶ୍ ଖୁସି ହୋଇଥିଲେ ପ୍ରସଂଶକ। ପରେ ପରେ ତାଙ୍କର ମେହେନ୍ଦି ସେରେମୋନି ର ଭିଡିଓ ବି ସାମ୍ନାକୁ ଆସିଥିଲା। ଏଥିରେ ସେ ବହୁତ୍ ଖୁସି ନଜର ଆସିଥିଲେ। ସେହିପରି ଏବେ ତାଙ୍କର ଆଉ ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁ ଭିଡିଓ ରେ ଦେଖିବାକୁ ମିଳିଛି ଯେ ଅଭିନେତ୍ରୀ ସୋମାଳିନ ପରିଡାଙ୍କୁ ବାଡ଼ୁଅ ପାଣିରେ ଗାଧୋଇ ଦିଆ ଯାଉଚି।ସେ ବାଡ଼ୁଅ ପାଣିରେ ଗାଧାଉ ଅଛନ୍ତି।

ଆଉ ଏହି ବାଡ଼ୁଅ ପାଣିରେ ତାଙ୍କୁ ଗାଧେଇ ଦେଉଛନ୍ତି ତାଙ୍କର ବଡ ଭଉଣୀ ଜାଙ୍କଳିନ। ଜାଙ୍କଳିନଙ୍କ ସହିତ ସେଠାରେ ଅନ୍ୟ କିଛି ବନ୍ଧୁ ବାନ୍ଧବ ମଧ୍ୟ ରହିଛନ୍ତି।ଏହି ସମୟରେ ସୋମାଲିନ ନୀଳ ରଙ୍ଗର ଶାଢ଼ୀ ପିନ୍ଧିଥିବା ବେଳେ ଜାଙ୍କଳିନ ସବୁଜ ରଙ୍ଗର ଶାଢ଼ୀ ପିନ୍ଧିଥିବା ଦେଖିବାକୁ ମିଳିଛି। ହିନ୍ଦୁ ଧର୍ମର ସମ୍ପୂର୍ଣ୍ଣ ରୀତି ନୀତି ଏବଂ ବିଧିର ସହିତ ଏହି ଶୁଭ କାର୍ଯ୍ୟ କିପରି ସମ୍ପାଦିତ ହେଉଛି ତାହା ଆପଣ ଭିଡିଓ ଟି ଦେଖିଲେ ହିଁ ଜାଣି ପାରିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।