ବନ୍ଧୁଗଣ ଆମେ ପୁଣି ଆଜି ସେହି ମାଳିକା ବିଷୟରେ ଆଲୋଚନା କରିବା ଯାହାକୁ ମହାପୁରୁଷ ମାନେ ଠାର ଗାରରେ ପ୍ରକାଶ କରିଛନ୍ତି ଆଗତ ଭବିଷ୍ୟତକୁ ଜଣାଇବା ପାଇଁ ଏବଂ ଆମକୁ ସତର୍କ କରାଇବା ପାଇଁ। ଯାହାର ବର୍ଣ୍ଣନା ଦୀର୍ଘବର୍ଷ ପୂର୍ବେ ହୋଇଥିଲେ ମଧ୍ୟ ଏହାର ପ୍ରମାଣ ଆମେ ଏବେ ପାଉଛୁ। ଅନେକାଂଶରେ ଏହିସବୁ ତଥ୍ଯ ସତ୍ୟ ପ୍ରାମଣିତ ହୋଇଛି ଏବଂ ଆଗାମୀ ସମୟ ପାଇଁ ମଧ୍ୟ ଏହା ସଚେତନତା ବାର୍ତ୍ତା ଦେଉଛି।
ଆପଣମାନେ ଜାଣିଛନ୍ତି ଯେ ଦୀର୍ଘ ବର୍ଷ ପୂର୍ବେ ମାଳିକା ରେ ଅନେକ ଜିନିଷ ଏମିତି ବର୍ଣ୍ଣିତ ହୋଇଛି ଯାହା ବର୍ତ୍ତମାନ ଏବଂ ଆଗାମୀ ଭବିଷ୍ୟତ ମାନଙ୍କରେ ସତ ଘଟିବା ପାଇଁ ଯାଉଛି ଏବଂ ଘଟୁଛି ମଧ୍ୟ।
ସେହିକ୍ରମରେ ବହୁତ୍ ଗୁରୁତ୍ବପୂର୍ଣ୍ଣ ବିଷୟ ବସ୍ତୁ ଉପରେ ଅନେକ ସମୟରେ ମାଳିକା ଆମକୁ ସୂଚନା ଦେଇଥାଏ। ସେହିଭଳି ଏକ ବିଶେଷ କଥା ଉପରେ ଆମେ ଆଜି ଆଲୋଚନା କରିବା ଯାହା ପ୍ରାୟତଃ ଜାଣିବାକୁ ସମସ୍ତଙ୍କର ଇଚ୍ଛା। ଯୁଗ ଜନ୍ମା, ଦିବ୍ୟ ଚେତନା ର ଅଧିକାରୀ ଅନେକ ମହାପୁରୁଷ ମାନଙ୍କର ଅନେକ ବର୍ଷ ତଳର ଦିବ୍ୟ କଥା କୁ ଦିବ୍ୟ ରଚନା କୁ ଏବେ ଆମେ ଜାଣିବାକୁ ପାଉଛୁ ମାଳିକା ବିଶାରଦ ମାନଙ୍କ ବର୍ଣ୍ଣନା ଯୋଗୁଁ। କଳିଯୁଗର ଅନ୍ତ କେବେ ଘଟିବ ଏବଂ ଏହି ସମୟରେ କଣ ସବୁ ପ୍ରଭାବ ଦେଖାଯିବ ଏହାକୁ ନେଇ ଅନେକ ଜାଣିବାକୁ ଇଚ୍ଛା କରୁଥିବା ବେଳେ ମାଳିକା ରେ ଏ ସଂପର୍କରେ କଣ ଉଲ୍ଲେଖ ରହିଛି ଆସନ୍ତୁ ଜାଣିବା।
ମାଳିକା ବର୍ଣ୍ଣିତ ଭକ୍ତ ବୈଦ୍ୟନାଥ କରଙ୍କ ମୁହଁରୁ ଏ ବିଷୟରେ ଆମେ ଜାଣିବା।କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ବ୍ଲକ ଅନ୍ତର୍ଗତ ବିଶାଖା ଗ୍ରାମରେ ସେ ରୁହନ୍ତି। ତେବେ ତାଙ୍କ କହିବା ଅନୁସାରେ କଳିଯୁଗ ଶେଷର ନିକଟତର ଆମେ ହୋଇ ଗଲୁଣି। ତେବେ ଏହି ସମୟ ଆସିଲେ ଆମେ ପୁର୍ବ ସଂକେତ ପୂର୍ବକ ପୂର୍ବ ଦିଗରେ ଲାଞ୍ଜାତାରା ଖସିବା, ଅକାଳରେ ବିପର୍ଯ୍ୟୟ, ନଇବଢ଼ି ଆଦି ହେବା ଭଳି ଘଟଣା ଦେଖିବାକୁ ପାଇବୁ। ଚୀନ ମଧ୍ୟ ଭାରତକୁ ଆକ୍ରମଣ କରିବ। ବାବାଙ୍କ ଅନୁସାରେ ଧିରେ ଧିରେ ଆମର ଜଳବାୟୁ, ମାଟି, ପାଣି ପବନ ଖରାପ ହୋଇ ଗଲାଣି। ତେଣୁ ମଣିଷ ବଞ୍ଚିବା ପାଇଁ ଏସବୁ ପ୍ରମୁଖ କାରଣ ପାଲଟିବାରେ ଲାଗିଲାଣି।
ମୃତ୍ୟୁ ତ ନିଶ୍ଚିତ, କିନ୍ତୁ ମଣିଷ ତାକୁ ଭୁଲି ଯାଉଛି। ଯେଉଁଥିପାଇଁ ସେ ଅନେକ ଅନ୍ୟାୟ ଓ ଅନୀତିଭରା କାମ କରୁଛି। ପାପ ଓ ଦୁର୍ନୀତି ରେ ବୁଡି ରହୁଛି। ଅନେକ ଏମିତି କଥା ରହିଛି ଯାହା ଗୁପ୍ତ, ତାହାକୁ କେବେ ସର୍ବ ସମ୍ମୁଖରେ ବର୍ଣ୍ଣନା କରି ହେବ ନାହିଁ। ତେବେ ନାରୀ ମାନଙ୍କ ବ୍ୟବହାରକୁ ଇଙ୍ଗିତ କରି ସେ ଏହା କହିଛନ୍ତି ଯେ ନାରୀ ମାନେ ତାଙ୍କର ଲଗ୍ନ ଶରୀରକୁ ଦେଖାଇବେ, ଯୁବ ସମାଜ ଭୁଲ ମାର୍ଗରେ ପଥଭ୍ରଷ୍ଟ ହେବେ। ଏହାଛଡା ଏହିସବୁ ସଂକେତ ସମାଜକୁ ବିନାଶ କରିବା ଦିଗରେ ନେଇ ଯିବ ବୋଲି ମାଳିକା ଭକ୍ତ କହିଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।