ପ୍ରଥମେ ଜବରଦସ୍ତି ବଳାତ୍କାର କଲେ ଆଉ ତା’ପରେ ପ୍ରେମିକ କଲେ ଏମିତି….ଦେଖନ୍ତୁ ଭିଡ଼ିଓ

0

ପ୍ରେମ କରି ବିବାହର ପ୍ରତିଶ୍ରୁତି ଦେଇ ଧୋକା ଦେଇ ଶେଷରେ ପୁଣି ଉକ୍ତ ପ୍ରେମିକା ଙ୍କୁ ବିବାହ କରିଛନ୍ତି ପ୍ରେମିକ। ଏହି ବିବାହ ପୁଣି ହୋଇଛି ଜେଲ୍ ପରିସରରେ। ଯିଏ ଦିନେ ଭଲ ପାଇ ଜୀବନ ସାଥୀ କରିବାର ପ୍ରତିଶ୍ରୁତି ଦେଇଥିଲେ ସିଏ ପରେ ତାଙ୍କୁ ଧୋକା ଦେଇଥିଲେ। ତାଙ୍କ ସହ ଖରାପ୍ ବ୍ଯବହାର କରି ସେ କେବେ ତାଙ୍କୁ ବାହା ହେବିନି ବୋଲି ମଧ୍ୟ ଶୁଣାଇ ଦେଇଥିଲେ। ଆଉ ଶେଷରେ ପ୍ରେମିକା ଏବଂ ତାଙ୍କ ଘର ଲୋକଙ୍କ ଅଭିଯୋଗ ପରେ ଉକ୍ତ ଧୋକାବାଜ ପ୍ରେମିକ ଭୋଗିଲେ ଦଣ୍ଡ। ଆଉ ଜେଲ୍‌ ଗଲା ପରେ ଅନୁତାପ କଲେ ପ୍ରେମିକ ଜଣଙ୍କ ଏବଂ ବାହା ହେବାର ନିଷ୍ପତ୍ତି ନେଲେ।

ଆଉ ଫଳ ସ୍ଵରୂପ ଏବେ ଯାହାକୁ ଧୋକା ଦେଇଥିଲେ, ତା’ ହାତ ଧରିଲେ ଏହି ପ୍ରେମିକ ଏବଂ ତାଙ୍କୁ ସାତ ଜନମର ଜୀବନ ସାଥୀ ଭାବେ ଗ୍ରହଣ କଲେ। ଶେଷରେ ଚୌଦ୍ୱାର ସର୍କଲ୍‌ ଜେଲ୍‌ ପରିସରରେ କାଲି ପଡିଛି ହାତଗଣ୍ଠି।ଦୁଇ ପରିବାର ଓ ଜେଲ୍‌ କର୍ତ୍ତୃପକ୍ଷଙ୍କ ଉପସ୍ଥିତିରେ କାଲି ସେମାନଙ୍କର ବିବାହ ହୋଇଛି। ପୋଲିସ୍ କର୍ମୀ ଏବଂ ଅନ୍ୟ ମାନଙ୍କ ଉପସ୍ଥିତିରେ ଚିନ୍ମୟୀଙ୍କ ସିନ୍ଥିରେ ସିନ୍ଦୂର ଦେଇଛନ୍ତି ଅଂଶୁମାନ। ଅଂଶୁମାନ ଯେତେବେଳେ ବିବାହ ପାଇଁ ମନା କରି ଦେଇଥିଲେ ସେତେବେଳେ ତାଙ୍କ ପରିବାରଠାରୁ ନିରାଶ ହୋଇ ଚିନ୍ମୟୀଙ୍କ ପରିବାର ଲୋକେ ନିଶ୍ଚିନ୍ତକୋଇଲି ଥାନାରେ ଲଖିତ ଅଭିଯୋଗ କରିଥିଲେ।

ଆଉ ପରେ ଏହି ଅଭିଯୋଗକୁ ଭିତ୍ତି କରି ପୁଲିସ ଅଂଶୁମାନଙ୍କୁ ୨୦୨୦ ମସିହା ନଭେମ୍ବର ମାସରେ ଗିରଫ କରିଥିଲା। ପରେ ଅଂଶୁମାନଙ୍କ ଜାମିନ ନାମଞ୍ଜୁର ହେବାରୁ ଚୌଦ୍ୱାର ଜେଲ୍‌କୁ ପଠାଇ ଦିଆ ଯାଇଥିଲା।ଏହି ମାମଲା ସ୍ପେଶାଲ୍‌ ପୋକ୍ସୋ କୋର୍ଟରେ ବିଚାର ଚାଲିଥିଲା।ତେବେ ସେତେବେଳେ ଚିନ୍ମୟୀ ନାବାଳିକା ଥିଲେ।ପରେ ନିଜର ଭୁଲ୍ ପାଇଁ ଅଂଶୁମାନ ଯେତେବେଳ ଅନୁତାପ କଲେ ଏବଂ ଚିନ୍ମୟୀକୁ ବିବାହ କରିବାକୁ ଆଗ୍ରହ ପ୍ରକାଶ କରିଥିଲେ ସେତେବେଳେ ଚିନ୍ମୟୀ ସାବାଲିକା ହେବାକୁ ଅପେକ୍ଷା କରା ଯାଇଥିଲା। ଆଉ ପରେ କୋର୍ଟଙ୍କ ନିଷ୍ପତ୍ତି ଅନୁସାରେ ଗତକାଲି ଗୁରୁବାର ଚୌଦ୍ୱାର ଜେଲ୍‌ରେ ବିବାହ ଉତ୍ସବ ଆୟୋଜନ ହୋଇଥିଲା।

ଦୁଇ ପରିବାର ଲୋକ ଓ ଜେଲର ଅଧିକାରୀଙ୍କ ଉପସ୍ଥିତିରେ ହୋଇଥିଲା ଏହି ବିବାହ। ଆଉ ଚିନ୍ମୟୀଙ୍କ ସିନ୍ଥିରେ ସିନ୍ଦୂର ଭରି ସାତ ଜନ୍ମ ର ସାଥି କରିଥିଲେ ପ୍ରେମିକ ଜଣଙ୍କ ଏବଂ ପ୍ରେମିକରୁ ସ୍ୱାମୀ ହୋଇଥିଲେ ଆଉ ସେହିଭଳି ପ୍ରେମିକାରୁ ସ୍ତ୍ରୀ ହେଲେ ଚିନ୍ମୟୀ। ତାଙ୍କ ପରିବାର ମଧ୍ୟ ଏଥିରେ ବହୁତ୍ ଖୁସି ଥିଲେ। ସେମାନଙ୍କର ଏହି ବିବାହ ପରିପେକ୍ଷି ରେ ଜେଲ୍ ରେ ଭୋଜିର ଆୟୋଜନ କରା ଯାଇଥିଲା। ପ୍ରେମିକା ଜଣଙ୍କ ନିଜର ମତ ରଖି କହିଥିଲେ ଯେ ସେ ନ୍ୟାୟ ଏବଂ ତାଙ୍କର ଅଧିକାର ପାଇଛନ୍ତି ଏବଂ ଏବେ ସେ ଏଥିରେ ଖୁସି ଅଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।