Dr. Ananya – ପିରିୟଡ଼ର ଏତିକି ଦିନ ଭିତରେ ସମ୍ପର୍କ ରଖିଲେ ଗର୍ଭରେ ପୁଅ ଅଛି କି ଝିଅ ଅଛି ଜାଣିବା ସହଜ ଉପାୟ…

0

ଉଭୟ ଯୁବକ ଯୁବତୀ ଯେତେବେଳେ ବିବାହ କରନ୍ତି ସେତେବେଳେ ସେମାନଙ୍କ ପାଇଁ ଏହା ଏକ ବଡ଼ ପ୍ରଶ୍ନ ହୋଇଥାଏ ଯେ ସେମାନେ କେବେ ଏକ ସନ୍ତାନ କୁ ଜନ୍ମ ଦେବେ।ଏହା ବାପା ମାଆ ଙ୍କ ପାଇଁ ଏକ ସୌଭାଗ୍ୟ ସଦୃଶ ହୋଇଥାଏ। ହୁଏତ କିଛି ଦମ୍ପତ୍ତି ବିଳମ୍ବରେ ପିଲା ଚାହୁଁଥିବା ବେଳେ ଆଉ କିଛି ଦମ୍ପତ୍ତି ବିବାହ ପରେ ଅଳ୍ପ ସମୟ ବ୍ୟବଧାନରେ ସନ୍ତାନ ସନ୍ତତି ଚାହିଁଥାନ୍ତି। ତେବେ ଏଥିପାଇଁ ଜଣେ ମହିଳାଙ୍କୁ ତାଙ୍କର ଗର୍ଭ ଧାରଣ ନିମନ୍ତେ ଅନେକ କଥା ଜାଣିବାକୁ ପଡ଼ିଥାଏ। କେତେବେଳେ ଆଉ କେଉଁ ସମୟରେ ଶାରିରୀକ ସମ୍ପର୍କ ସ୍ଥାପନ କରିବା ରଖିବା ଦ୍ବାରା ଜଣେ ନାରୀ ଗର୍ଭବତୀ ହୋଇଥାଏ।

ଏହାଛଡା ଜଣେ ମହିଳା ଙ୍କ ପେଟରେ ବଢୁଥିବା ସନ୍ତାନ ପୁଅ କି ଝିଅ ତାହା ଜାଣିବା ପାଇଁ ମଧ୍ୟ ଅନେକ ଦମ୍ପତ୍ତି ଙ୍କ ମନରେ ଏକ ଆଗ୍ରହ ନିଶ୍ଚିତ ରହିଥାଏ।ଆଜିର ସମୟରେ କିଛି କ୍ଷେତ୍ରରେ ଦେଖିବାକୁ ପାଉଥିବେ ଯେ ଆମ ସମାଜରେ ଗୋଟିଏ ପୁଅ ପିଲାକୁ ଲୋକମାନେ ଯେତିକି ପସନ୍ଦ କରିଥାନ୍ତି ସେହିପରି ଏକ ଝିଅ ପିଲାକୁ କରନ୍ତି ନାହିଁ।ତେବେ ଏଥିପାଇଁ ଲୋକେ ପିଲା ଗର୍ଭରେ ଥିବା ସମୟରେ ପିଲାର ଲିଙ୍ଗ ବିଷୟରେ ଜାଣିବାକୁ ଚାହିଁଥାନ୍ତି।ଏଥିପାଇଁ ଲୋକେ ଅଲଟ୍ରାସାଉଣ୍ଡ କରି ପୂର୍ବରୁ ଝିଅ ପିଲାକୁ ନଷ୍ଟ ମଧ୍ୟ କରି ଦେଇଥାନ୍ତି। ତେଣୁ ସରକାରଙ୍କ ତରଫରୁ ଏହାକୁ ବ୍ୟାନ୍ କରି ଦିଆ ଯାଇଛି।

କାରଣ ଗର୍ଭସ୍ଥ ଶିଶୁ ର ଲିଙ୍ଗ ନିରୂପଣ କରିବା ଏକ ଦଣ୍ଡନୀୟ ଅପରାଧ ଅଟେ। ତେବେ ଏଥିପାଇଁ ଏମିତି କିଛି ଲକ୍ଷଣ ଅଛି ଯାହା ଦ୍ଵାରା ଜାଣି ପାରିବେ ଆପଣଙ୍କ ଗର୍ଭସ୍ଥ ଶିଶୁଟି ହେଉଛି ପୁଅ। ତେବେ ଜାଣନ୍ତୁ ଯଦି ଆପଣ ଗର୍ଭବତୀ ଥିବା ସମୟରେ କାମ କରିବା ରେ କଷ୍ଟ ଅନୁଭବ ନକରିବେ କିମ୍ବା ଆପଣଙ୍କୁ ଅଳସୁଆ ନ ଲାଗିବ ତେବେ ପୁତ୍ର ସନ୍ତାନ ଲାଭ ହେବ।ଯଦି ଏହି ସମୟରେ ଛୋଟ ପେଟ ବାହାରିଥାଏ, ତେବେ ପୁଅ ହେବ।ଆପଣଙ୍କ ନାଭି ଯଦି ଓଲେଟେଇକି ବାହାରକୁ ବାହାରିଛି ତେବେ ପୁଅ ହେବ।

ଯଦି ଗର୍ଭ ଧାରଣ ସମୟରେ ଆପଣଙ୍କର ନାକ ପୂ୍ର୍ବ ଅପେକ୍ଷା ଅଧିକ ମୋଟା ହୋଇ ଯାଇଛି ତାହେଲେ ପୁଅ ହେବ।ମନ ଫୁର୍ତ୍ତି ରହିବା ଏବଂ ଭଲ ଅନୁଭବ ହେବା ମଧ୍ୟ ପୁତ୍ର ସନ୍ତାନ ଲାଭ ର ସୂଚନା ଦିଏ।ଯଦି ମହିଳାଙ୍କ ପେଟ ଗୋଲ ଓ ଆଗକୁ ଫୁଲି ହୋଇ ରହି ଥାଏ ତେବେ ତାଙ୍କର ପୁତ୍ର ସନ୍ତାନ ହେବାର ସମ୍ଭାବନା ରହିଛି।ଯଦି ଜଣେ ଗର୍ଭବତୀ ମହିଳା ଖଟା କିମ୍ବା ଚଟପଟା ଜାତୀୟ ଖାଦ୍ୟ ଅଧିକ ଖାଇବାକୁ ଇଚ୍ଛା କରୁଛି ତେବେ ସେହି ମହିଲାର ପୁଅ ହେବାର ସମ୍ଭାବନା ରହିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।