ବଡ ଖବର : ଆଜି ମିଳିଲା କାଳିଆ ଟଙ୍କା, ଆପଣଙ୍କ ଆକାଉଣ୍ଟ କୁ ଆସିଛି ତ ? ଯଦି ନ ଆସିଛି ଏମିତି କରନ୍ତୁ ଚେକ୍…

0

ବନ୍ଧୁଗଣ ଓଡ଼ିଶାରେ କୃଷକ ମାନଙ୍କର ଉନ୍ନତି ପାଇଁ ଓଡ଼ିଶା ସରକାର ଅନେକ ପ୍ରକାର ପଦକ୍ଷେପ ଗ୍ରହଣ କରିବା ସହିତ ସହାୟତା ମଧ୍ୟ ପ୍ରଦାନ କରୁଛନ୍ତି। ନିକଟରେ କାଳିଆ ଟଙ୍କା ର ତୃତୀୟ କିସ୍ତି ଚାଷୀଙ୍କ ଆକାଉଣ୍ଟ୍ କୁ ପଠାଇଛନ୍ତି ନବୀନ ସରକାର।ତେବେ କୃଷି ଅର୍ଥନୀତିର ମେରୁଦଣ୍ଡ ହୋଇଥିବା ବେଳେ ଖରିଫ ଚାଷ ରାଜ୍ୟର କୃଷିକ୍ଷେତ୍ର ନିମନ୍ତେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଗତ ଖରିଫଋତୁରେ କୋଭିଡ୍‌-୧୯ର ଅସ୍ବାଭାବିକ ପରିସ୍ଥିତିକୁ ସମ୍ମୁଖୀନ ହୋଇ ମଧ୍ୟ କୃଷକଙ୍କ କଠିନ ପରିଶ୍ରମ ଏବଂ ରାଜ୍ୟ ସରକାରଙ୍କ ସମୟୋଚିତ ପଦକ୍ଷେପ ଯୋଗୁ ରେକର୍ଡ ପରିମାଣର ଉତ୍ପାଦନ ହୋଇ ପାରିଥିଲା।

ଆପଣଙ୍କୁ କହି ରଖୁଛୁ ଯେ ଚଳିତବର୍ଷ ଖରିଫଋତୁରେ କରୋନା ୨ୟ ଲହରକୁ ଉଚିତ ମୁକାବିଲା ଓ ମାର୍ଗଦର୍ଶିକା ପାଳନକରି ରାଜ୍ୟର କୃଷକମାନେ ଆଶାନୁରୂପ ଫସଲ ଉତ୍ପାଦନ କରିବେ ବୋଲି ଆଶା ରହିଛି। କୃଷକଙ୍କ ଆୟ ବହୁଗୁଣିତ କରିବା ନିମନ୍ତେ ସମନ୍ବିତ କୃଷି ଓ ଅଧିକ ଅର୍ଥକରୀ ଫସଲ ଚାଷୀ ଉପରେ ଗୁରୁତ୍ୱ ଦିଆଯାଉଛି ବୋଲି କୃଷିମନ୍ତ୍ରୀ ଅରୁଣ କୁମାର ସାହୁ କହିଛନ୍ତି। ତେବେ ଅକ୍ଷୟ ତୃତୀୟା ପୂର୍ବରୁ ଚାଷୀଙ୍କ ଖାତାକୁ କାଳିଆ ଟଙ୍କା ପଠାଇଛନ୍ତି ରାଜ୍ୟ ସରକାର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ଯେ ଚାଷୀ ମାନଙ୍କୁ ମୋଟ ୯୨୦ କୋଟି ଟଙ୍କା ପ୍ରଦାନ କରା ଯାଇଛି। ତେବେ ଏଥିରେ ଉପକୃତ ହେବେ ସମୁଦାୟ ୪୨ ଲକ୍ଷ ଚାଷୀ।

ତେବେ ଖରିଫ୍ ଋତୁ ପାଇଁ ଚାଷୀଙ୍କ ସହାୟତା ପାଇଁ ପଠା ଯାଇଥିବା ଏହି ଟଙ୍କାକୁ ନେଇ ନବୀନ କହିଛନ୍ତି ଯେ ଚାଷୀଙ୍କ ପାଇଁ ସାରା ଦେଶରେ କାଳିଆ ଯୋଜନା ସବୁଠାରୁ ଭଲ ଯୋଜନା ଭାବରେ ପରିଗଣିତ ହୋଇଛି। ଏହି ଯୋଜନା ହେବା ଫଳରେ ଚାଷୀ ମୁହଁ ରେ ହସ ଆସିଛି।ଏହାଦ୍ଵାରା ଚାଷୀର ଋଣ ଭାର ଲାଘବ ହୋଇଛି। ନବୀନ କହିଛନ୍ତି ଯେ ମୋ ରାଜ୍ୟର ଚାଷୀ ଭଲରେ ରହୁ, ତାର ରୋଜଗାର ବୃଦ୍ଧି ପାଉ ଏବଂ ଚାଷୀର ପରିବାରରେ ସମୃଦ୍ଧି ଆସୁ ଓ ଚାଷୀ ସମୃଦ୍ଧ ହେଉ। ଏଥିପାଇଁ ମୁଁ କାମ କରୁଛି ଓ କରି ଚାଲିବି। ଏହାଛଡାଚାଷୀଙ୍କର ତ୍ୟାଗକୁ ପ୍ରଂଶସା କରି ନବୀନ କହିଛନ୍ତି, ଚାଷୀ ଆମର ଗର୍ବ ଓ ଗୌରବ ଅଟନ୍ତି।

ଯାହାଙ୍କ ପାଇଁ ରାଜ୍ୟର ଅର୍ଥନୀତି ସମୃଦ୍ଧ ହୋଇ ପାରିଛି।ଦେଶ ଓ ସମାଜ ପାଇଁ ଚାଷୀର ତ୍ୟାଗ ଅନେକ ଏବଂ ଅତୁଳନୀୟ ଅଟେ। ଗତବର୍ଷ କୋଭିଡ଼ ସମୟରେ ଚାଷୀ ହି ଅର୍ଥନୀତିକୁ ସଞ୍ଜିବନୀ ପରି ଶକ୍ତି ଦେଇଥିଲା।ଚାଷୀର ଅବଦାନ ଏବଂ ତ୍ୟାଗର ମୂଲ୍ୟ କେହି ଦେଇ ପାରିବ ନାହିଁ। ଆପଣ ଙ୍କ ଆକାଉଣ୍ଟ୍ କୁ ଯଦି କାଳିଆ ଟଙ୍କା ଆସିନାହିଁ ତେବେ ଆପଣ ନିକଟସ୍ଥ ଜନସେବା କେନ୍ଦ୍ରରେ ଯାଇ ଏ ବିଷୟରେ ଜାଣି ପାରିବେ।ଲକ୍ ଡାଉନ୍ ସମୟରେ କୃଷକ ମାନେ ସବୁ କୋଭିଡ କଟକଣା ପାଳନ କରି କୃଷି କାର୍ଯ୍ୟ ଜାରି ରଖିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି। କାରଣ ସେମାନଙ୍କ ପାଇଁ କୌଣସି କଟକଣା ନାହିଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।