Breking News : ଆଜି ପୁଣି ଫିଲ୍ମ ଇଣ୍ଡଷ୍ଟ୍ରିକୁ ଆସିଲା ବଡ ଦୁଖଦଃ ଖବର, ଏହି Femous ଅଭିନେତ୍ରୀ ଙ୍କର ହୃଦଘାତ ରେ ହେଲା ମୃତ୍ୟୁ, ଚାରିଆଡେ ଖେଳିଗଲା ଶୋକର ଛାୟା….

0

ବନ୍ଧୁଗଣ, ବଲିଉଡରେ ବର୍ତ୍ତମାନ ବହୁତ ଖରାପ ସମୟ ଅଛି କାରଣ ଗୋଟିଏ ପରେ ଗୋଟିଏ ଦୁଃଖଦ ଖବର ଶୁଣିବାକୁ ମିଳୁଛି। କିଛି ଦିନ ପୂର୍ବରୁ ଦିଲୀପ କୁମାରଙ୍କ ଦେହାନ୍ତ ହୋଇଛି, ବର୍ତ୍ତମାନ ସୁଦ୍ଧା ସମଗ୍ର ବଲିଉଡ ଇଣ୍ଡଷ୍ଟ୍ରିରେ ଶୋକ ପ୍ରକାଶ କରୁଛନ୍ତି। ପୁନର୍ବାର ଏକ ଅତ୍ୟନ୍ତ ଦୁଃଖଦ ଘଟଣା ଶୁଣାଯାଇଛି। ଅଭିନେତ୍ରୀ ସୁରେଖା ସିକ୍ରିଙ୍କର ଜୁଲାଇ ୧୬ ରେ ହୃଦଘାତରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ତାଙ୍କ ବିୟୋଗ ରେ ସମଗ୍ର ବଲିଉଡରେ ଶୋକର ଛାୟା ଖେଳି ଯାଇଛି। ସୋସିଆଲ ମିଡିଆରେ ତାଙ୍କ ଆତ୍ମାର ଶାନ୍ତି ପାଇଁ ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି।

ଅଭିନେତ୍ରୀ ସୁରେଖା ସିକ୍ରିଙ୍କ ମୃତ୍ୟୁ ବିଷୟରେ ତାଙ୍କ ପରିବାର ଲୋକ ଗଣମାଧ୍ୟମକୁ ଅବଗତ କରାଇଥିଲେ। ତିନିଥର ଜାତୀୟ ପୁରସ୍କାର ପାଇଥିବା ଅଭିନେତ୍ରୀ ସୁରେଖା ସିକ୍ରିଙ୍କ ହୃଦଘାତରେ ୭୫ ବର୍ଷ ବୟସରେ ଦେହାନ୍ତ ହୋଇଛି। ଏହା ପୂର୍ବରୁ ଦ୍ୱିତୀୟ ମସ୍ତିଷ୍କ ଷ୍ଟ୍ରକ ହୋଇଥିଲା, ଗତ ବର୍ଷ ସେପ୍ଟେମ୍ବରରେ ତାଙ୍କର ପ୍ରଥମେ ମସ୍ତିଷ୍କ ଷ୍ଟ୍ରକ ହୋଇଥିଲା। ଏହି ପରି ଭାବରେ ତାଙ୍କର ବାରମ୍ବାର ସ୍ୱାସ୍ୟ ଖରାପ ହେଉଥିଲା। କିଛି ଦିନ ପୂର୍ବରୁ ହସ୍ପିଟାଲରେ ରହିବା ପରେ ତାଙ୍କୁ ଡିସଚାର୍ଜ କରାଯାଇଥିଲା। ସେ ନ୍ୟାସନାଲ୍ ସ୍କୁଲ୍ ଅଫ୍ ଡ୍ରାମାରେ ସେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ତାଙ୍କୁ ‘ତମାସ୍’, ‘ମାମୋ’ ଏବଂ ‘ବଧାଇ ହୋ’ ଚଳଚ୍ଚିତ୍ର ପାଇଁ ତାଙ୍କୁ ତିନିଥର ଜାତୀୟ ପୁରସ୍କାର ପ୍ରଦାନ କରାଯାଇଥିଲା। ଜାତୀୟ ପୁରସ୍କାର ବ୍ୟତୀତ ସୁରେଖା ୧୯୮୯ ରେ ସଂଗୀତ ନାଟକ ଏକାଡେମୀ ପୁରସ୍କାର ମଧ୍ୟ ପାଇଥିଲେ।

ଯଦିଓ ସୁରେଖା ସିକ୍ରି ଅନେକ ଚଳଚ୍ଚିତ୍ର ଏବଂ ନାଟକରେ ଅଭିନୟ କରିଥିଲେ, କିନ୍ତୁ ‘ବାଲିକା ଵଧୁ’ ସିରିଏଲରେ ଦମଦାର ଅଭିନୟ ଫଳରେ ସେ ଘରେ ଘରେ ପରିଚିତ ହୋଇପାରିଥିଲେ। ସେ ୧୯ ଏପ୍ରିଲ ୧୯୪୫ ରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ। ସୁରେଖାଙ୍କ ପିତା ବାୟୁସେନାରେ ଚାକିରୀ କରିଥିଲେ ଏବଂ ତାଙ୍କ ମା ଜଣେ ଶିକ୍ଷକ ଥିଲେ। ସୁରେଖା ହେମନ୍ତଙ୍କୁ ବିବାହ କରିଥିଲେ। ବଲିଉଡ ପାଇଁ ତାଙ୍କର ଅବଦାନ ଅନେକ ରହିଛି। ତାଙ୍କର ସ୍ଥାନ କୌଣସି କଳାକାର ପୂରଣ କରିପାରିବେ ନାହିଁ।

ପ୍ରାୟ ୫୦ ବର୍ଷ ବୟସରେ ସେ ନିଜର ଅଭିନୟ କ୍ୟାରିୟର ଆରମ୍ବ କରିଥିଲେ। ସେ ଅନେକ ଗୁଡିଏ ଚଳଚିତ୍ରରେ ଅଭିନୟ କରିଥିଲେ, କିସା କୁର୍ସି କା, ତମାସ୍, ସଲିମ ଲାଙ୍ଗଡେ ପେ ମତ ରୋ, ମାମୋ, ନାସିମ, ସର୍ଦ୍ଦାର ବେଗମ୍, ସରଫରୋଶ, ଦିଲାଗି, ହରି ଭାରୀ, ଜୁବାଇଡା, କାଳୀ ସାଲୱାର, ରଘୁ ରୋମିଓ, ରେନକୋଟ୍ ଇତ୍ୟାଦି ଚଳଚ୍ଚିତ୍ର ରହିଛି। ଏହା ବ୍ୟତୀତ ବଧାଇ ହୋ, ଶିର କୋରମା ଏବଂ ଭୂତ କାହାଣୀ ପରି ପ୍ରସିଦ୍ଧ ଚଳଚ୍ଚିତ୍ରରେ କାମ କରିଥିଲେ। ତାଙ୍କର ମୃତ୍ୟୁ ପାଇଁ ସାରା ବଲିଉଡ ଜଗତରେ ଶୋକର ଛାୟା ଖେଳି ଯାଇଛି। ତାଙ୍କ ଆତ୍ମାର ଶାନ୍ତି ନିମନ୍ତେ ସୋସିଆଲ ମିଡିଆରେ ଅନେକ ବିଶିଷ୍ଟ ଲୋକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।