ଦେଖନ୍ତୁ ଭିଡ଼ିଓ : ଆଜି ପୁଣି ହାତଯୋଡ଼ି କଲେ ଅନୁରୋଧ, ଆଉ କହିଲେ ଏମିତି…ଦେଖିଲେ ଗୋଡ ତଳୁ ମାଟି ଖସିଯିବ…

0

ବନ୍ଧୁଗଣ ଆପଣ ମାନେ ଜାଣିଛନ୍ତି ଯେ କିପରି ହସ୍ପିଟାଲ୍ ବେଡ୍‌ରେ ଜୀବନ ସହ ସଂଗ୍ରାମ କରୁଛନ୍ତି ଅଭିଷେକ ମହାପାତ୍ର। ଆଉ ଘରେ ରହି ନିଜ ସ୍ଵାମୀ ପାଇଁ ଲୋକଙ୍କୁ ସହାୟତା ପାଇଁ ନିବେଦନ କରି ଅର୍ଥ ଯୋଗାଡ କରିବାରେ ଲାଗି ପଡିଛନ୍ତି ସ୍ତ୍ରୀ ମୌସୁମୀ।ନିଜ ସ୍ୱାମୀକୁ ଯେମିତି ବି ହେଉ ସୁସ୍ଥ କରି ଘରକୁ ଫେରେଇ ଆଣିବାକୁ ଯେମିତି ସେ ପଣ କରିଛନ୍ତି। ସ୍ତ୍ରୀ ମୌସୁମୀ ଅନେକ ଚେଷ୍ଟା କରି ତାଙ୍କର ଆକୁଳ ନିବେଦନ ଫଳରେ ଆଜି ସ୍ୱାମୀଙ୍କୁ ସେହି ଆବଶ୍ୟକ ଚିକିତ୍ସ ଦେଇ ପାରିଛନ୍ତି।ତେବେ ବିବାହକୁ ମାତ୍ର ୮ ଦିନ ଯାଇ ନଥିବା ବେଳେ ସୁଖର ସଂସାର ଆରମ୍ଭ ହେଉ ହେଉ କୋଭିଡ୍‌ରେ ଆକ୍ରାନ୍ତ ହେଲେ ସ୍ୱାମୀ ଅଭିଷେକ ମହାପାତ୍ର। ଏମିତି ଦେଖୁ ଦେଖୁ ସ୍ଥିତି ଏତେ ବିଗିଡ଼ିଗଲା ଯେ ଜୀବନ ବଞ୍ଚାଇବାର ଶେଷ ଭରସା ହୋଇଗଲା ଇକ୍‌ମୋ ଚିକିତ୍ସା।

ଆଉ ଏବେ ସେହି ଇକମୋ ସହାୟତାରେ ଚାଲିଛି ତାଙ୍କ ଚିକିତ୍ସା। ତେବେ ସବୁଠାରୁ ବଡ଼ କଥା ହେଉଛି, ଯେଉଁ ଚିକିତ୍ସା ସୁବିଧା ହାସଲ କରିବା ତାଙ୍କ ପାଇଁ ସ୍ୱପ୍ନ ସ୍ୱରୂପ ଅଟେ, ଆଜି ଭଗବାନଙ୍କ କୃପାରୁ ସେଇ ସୁବିଧା ଏବେ ତାଙ୍କ ସ୍ୱାମୀଙ୍କୁ ମିଳିଛି। କିନ୍ତୁ ଏଥିପାଇଁ ଆଗକୁ ପ୍ରଚୁର ଅର୍ଥର ଆବଶ୍ୟକତା ତ ଅଛି, ହେଲେ ତାଙ୍କର ଭରସା ବି ରହିଛି ଯେ ତାଙ୍କ ପାଖରେ କିଛି ନ ଥାଇ ବି ଏଯାଏଁ ଯେମିତି ହୋଇ ଚାଲିଛି ଆଗକୁ ବି ସେମିତି ସହଯୋଗର ହାତ ଲମ୍ବିବ ତାଙ୍କ ପାଇଁ। ନିଶ୍ଚୟ ସୁସ୍ଥ ହେବେ ତାଙ୍କ ସ୍ୱାମୀ ଆଉ ପୁଣି ଥରେ ତାଙ୍କର ସୁଖର ସଂସାର ଆରମ୍ଭ ହେବ। ଏଥିପାଇଁ ଗତକାଲି ସାବିତ୍ରୀ ବ୍ରତ ମଧ୍ୟ ପାଳନ କରି ଭଗବାନଙ୍କ ପାଖରେ ଏହି ଗୁହାରୀ କରିଥିଲେ ସ୍ତ୍ରୀ ମୌସୁମୀ।

ମନକୁ ବୁଝାଇ ବି ଦେଇଥିଲେ ଯେ ପ୍ରଥମ ସାବିତ୍ରୀରେ ନ ହେଲା ନାଇଁ ଆସନ୍ତା ବର୍ଷ ସାବିତ୍ରୀକୁ ତାଙ୍କ ସତ୍ୟବାନ ତାଙ୍କ ପାଖରେ ଥିବେ ଆଉ ସେ ଖୁସିର ସହ ସାବିତ୍ରୀ ବ୍ରତ ପାଳନ କରିବେ। କିନ୍ତୁ ଏହାରି ଭିତରେ ଏହି ସବୁ ଅସୁବିଧା ସମୟରେ କେହି ଜଣେ ମନ୍ଦ ଉଦ୍ଦେଶ୍ୟ ର ବ୍ୟକ୍ତି ସୋସିଆଲ ମିଡିଆରେ ଖବର ଭାଇରାଲ୍ କରିବାରେ ଲାଗିଛନ୍ତି ଯେ ଅଭିଷେକ ଙ୍କ ପାଇଁ ଆବଶ୍ୟକ ଅର୍ଥର ଟାର୍ଗେଟ ପୂରଣ ହୋଇ ଯାଇଛି।

ଏବେ ତାଙ୍କୁ ଆଉ ଅର୍ଥର ଆବଶ୍ୟକତା ନାହିଁ। ଏଭଳି ଖବର କୁ ସେ ମିଥ୍ୟା ବୋଲି କହି ନିଜର ପ୍ରତିକ୍ରିୟା ରଖିଛନ୍ତି ମୌସୁମୀ ମହାନ୍ତି।ସେ କହିଛନ୍ତି ଯେ ଏ ଖବର ସମ୍ପୂର୍ଣ୍ଣ ମିଛ। ତାଙ୍କର ଆହୁରି ଅଧିକ ଅର୍ଥର ଆବଶ୍ୟକତା ରହିଛି ଚିକିତ୍ସା ପାଇଁ। ସେ ବହୁତ ଅସୁବିଧା ରେ ଅଛନ୍ତି।ଦୟାକରି ତାଂକର ଏହି ଅସୁବିଧା ସମୟରେ ଏମିତି ଅପପ୍ରଚାର କରନ୍ତୁ ନାହିଁ କିମ୍ବା ଏଥିରେ ବିଶ୍ବାସ କରନ୍ତୁ ନାହିଁ ବୋଲି ସେ କହିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।