ଆଜି ପୁଣି ସାମ୍ନାକୁ ଆସିଲା ସ୍ଵିଗି Boy ଚିକୁଙ୍କୁ ପ୍ରେମିକାଙ୍କ ହାତଲେଖା ଚିଠି ..” ମୁଁ ନିଜେ ମରିବି, ଆଉ ତାକୁ ବି ମାରିବି…ଦେଖନ୍ତୁ ଭିଡ଼ିଓ

0

କିଛିଦିନ ଧରି ଓଡ଼ିଶାରେ ଏକ ଖବର କୁ ନେଇ ଚର୍ଚ୍ଚା ବେଶ୍ ଜୋର୍ ଧରିବାରେ ଲାଗିଛି। ଯାହା ଏକ ସୁଚିନ୍ତିତ ଯୋଜନା ଏବଂ ଡ୍ରାମା ବୋଲି ପରେ ମଧ୍ୟ ଜଣା ପଡ଼ିଛି। ତେବେ ଆମେ କହୁଛୁ ଭୁବନେଶ୍ବର ର ଡେଲିଭରି ବୟ ଭାବେ କାର୍ଯ୍ୟ କରୁଥିବା ପତିତପାବନ ପୃଷ୍ଟି ଙ୍କ କଥା। ଯିଏକି ମିଛ ଅପହରଣ ନାଟକ ରଚି ତାଙ୍କର ଜଣେ ବାନ୍ଧବୀଙ୍କୁ ଧରି ମଧ୍ୟପ୍ରଦେଶ ପଳାଇଥିଲେ ଏବଂ ତାଙ୍କ ସ୍ତ୍ରୀଙ୍କୁ ମିଛ କଥା କହିଥିଲେ। ଅପହରଣ ନାଟକ ରଚି ଯୁବକ ଜଣଙ୍କ ଦିଲ୍ଲୀ ଯାଇ ତାଙ୍କର ସେହି ବାନ୍ଧବୀ କୁ ନେଇ ଘର ସଂସାର କରିବାକୁ ଯୋଜନା ମଧ୍ୟ କରିଥିଲେ। ତେବେ ପରେ ସେ ମଧ୍ୟପ୍ରଦେଶର କଟନିରୁ ଧରା ପଡ଼ିଥିଲେ।

ପୋଲିସ୍ ତାଙ୍କୁ ଧରିବା ପରେ ସେମାନଙ୍କୁ ଗତକାଲି ଭୁବନେଶ୍ୱର ଅଣା ଯାଇଥିଲା। ଏହାପରେ ଧଉଳି ଥାନାରେ ସେମାନଙ୍କୁ ପୁଲିସ୍ ପଚରାଉଚରା ମଧ୍ୟ କରିଥିଲା ଏବଂ ପରେ ଏହି ଡେଲିଭରି ବୟ ଚିକୁନ୍‌ଙ୍କୁ ଗିରଫ କରିଛି ପୋଲିସ୍। ତେବେ ଏବେ ଏକ ଘଟଣା ଏହି ପୂରା ଘଟଣାକୁ ଏକ ନୂଆ ମୋଡ଼ ଦେଇ ଦେଇଛି।ଭୁବନେଶ୍ୱରର ବହୁ ଚର୍ଚ୍ଚିତ ମିଛ ଅପହରଣ ଘଟଣାର ନାୟକ ଡେଲିଭରି ବୟ ପତିତପାବନ ପୃଷ୍ଟି ଓରଫ ଚିକୁନ୍‌ଙ୍କ ସହ ଥିବା ଯୁବତୀ, ଯିଏ ମଧ୍ୟପ୍ରଦେଶ ରୁ ଧରା ହେଇଥିଲେ ତାଙ୍କର ଏକ ହାତଲେଖା ଚିଠି ଏବେ ହସ୍ତଗତ ହୋଇଛି।ଏହି ହାତଲେଖା ଚିଠି ନାବାଳିକା ଙ୍କ ଘରୁ ମିଳିଛି।

ତେବେ ଏହି ଚିଠିରେ ନାବାଳିକା ଜଣଙ୍କ ତାଙ୍କର ଜଣେ ଝିଅ ସାଙ୍ଗ ଖୁସି କଥା ଉଲ୍ଲେଖ କରିଛନ୍ତି।ସେ ଲେଖି ଛନ୍ତି ଯେ ମୁଁ ସାଙ୍ଗ ପାଇଁ ମରିବି ଆଉ ତାକୁ ବି ମାରିବି।କାରଣ ସେହି ସାଙ୍ଗ ମୋତେ ଚିକୁନ୍ ର ନମ୍ବର ଦେଇଥିଲା, ଯେତେବେଳେ ଚିକୁ ବାହା ହୋଇ ନଥିଲା।ପରେ ଯେତେବେଳେ ଚିକୁ ବାହା ହୋଇଗଲା, ସେତେବେଳ ସେହି ସାଙ୍ଗ ଆଉ ଜଣେ ପୁଅର ନମ୍ବର ଦେଇଥିଲା। ମୁଁ ତା ସହିତ ମଧ୍ୟ କଥା ହେଉଥିଲି। ଆଜି ମୁଁ ତା ପାଇଁ ଦିଗହରା ହୋଇଗଲି। ମୋତେ ଏମିତି ଏକ ସ୍ଥିତି କୁ ସାମ୍ନା କରିବାକୁ ପଡ଼ୁଛି। ତେଣୁ ମୁଁ ମରିବି ଆଉ ତାକୁ ମଧ୍ୟ ମାରିବି ବୋଲି ହାତ ଲେଖା ଚିଠିରେ ଏକଥା ନିଜେ ଉକ୍ତ ନାବାଳିକା ଯୁବତୀ କହିଛନ୍ତି।

ତେବେ ଏଠାରେ ଏହି ଦେଲିଭରି ବୟ ପତିତପାବନ ପୃଷ୍ଟି ତାର ପୁରୁଣା ପ୍ରେମକୁ ନେଇ ଯେମିତି ନାଟକ ରଚିଲା, ତାହା ରାଜ୍ୟ ବାସୀ, ଗଣମାଧ୍ୟମ ଏବଂ ପୋଲିସ୍ କର୍ମଚାରୀ ସମସ୍ତଙ୍କୁ ଝାଳ ବୁହାଇ ଦେଲା।କୁଆଡେ ଗଲେ ଚିକୁ, କେମିତି ଅବସ୍ଥାରେ ଅଛନ୍ତି ସେ, ଏଥିନେଇ ରାତି ଦିନ ଖୋଜା ଚାଲିଲା। ଶେଷରେ ଧରାପଡିଲେ ଚିକୁ ଆଉ ଗିରଫ ବି ହେଲେ। ତେବେ ଏହିଭଳି ଘଟଣା ସଂପର୍କ, ବିଶ୍ବାସ ଏବଂ ଦୃଢ଼ତା କୁ ମାଟିରେ ମିଶାଇ ଦେଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।