ଆମେ ଯିଏ ଯାହାରା ଇଷ୍ଟ ଦେବତାଙ୍କୁ ଯେ କୌଣସି ବିପଦ ସମୟରେ ସ୍ମରଣ କରିଥାଉ | ଯିଏ କି ଆମକୁ ସମସ୍ତ ବାଧା ବିଘ୍ନ ରୁ ରକ୍ଷା କରିଥାନ୍ତି | ସେଇଥି ପାଇଁ ଆପଣ ସମସ୍ତେ ବିଭିନ୍ନ ପୂଜା ପଦ୍ଧତି ଅବଲମ୍ବନ କରି ଥାନ୍ତି | ଆଜି ଆମେ ଆପଣଙ୍କୁ ଏମିତି ଏକ ଉପାୟ ବିଷୟରେ ଜଣେଇବୁ ଯାହା ଦ୍ୱାରା କି ଆପଣ କୌଣସି ଅସୁବିଧା ର ସମ୍ମୁଖୀନ ହେବେ ନାହିଁ ଏବଂ ସମସ୍ତ ଉପାୟ ପାଇ ପାରିବେ | ତ ଚାଲନ୍ତୁ ଆମେ ଆପଣଙ୍କୁ ଏକ ନୂଆ ଉପାୟ କହିବୁ |
ଆପଣ ମାନେ ପ୍ରତ୍ୟେକ ବାର ଯେ କୌଣସି ଠାକୁରଙ୍କର ଆରାଧନା କରିଥାନ୍ତି | ଯେମିତି କି ମଙ୍ଗଳବାର ରେ ହନୁମାନ ଜୀ ଙ୍କୁ ଆରାଧନା କରିଥାନ୍ତି | ପବନ ପୁତ୍ର ହନୁମାନ ପ୍ରତ୍ୟେକ ସମସ୍ୟାକୁ ସମାଧାନ କରିଥାନ୍ତି ବୋଲି ଆମେ ମାନିଥାଉ | ସେଇଥି ପାଇଁ ମଙ୍ଗଳବାରକୁ ତାଙ୍କ ବାର ବୋଲି ଆମେ କହୁ | ଏବଂ କୁହାଯାଏ କି ଏହି ଦିନରେ କୌଣସି ବ୍ୟକ୍ତି ସତ ମନ ରେ ତାଙ୍କର ପୂଜା କରିଲେ ମୋନାସକାମନା ପୂର୍ଣ୍ଣ ହେଇଥାଏ | ଆଉ ଦରିଦ୍ରତାରୁ ମୁକ୍ତି ମିଳିଥାଏ | ତ ମଙ୍ଗଳବାର ଦିନ ଆପଣ ଏହି ଉପାୟ ଅନୁସରଣ କଲେ ସମସ୍ତ ଧନକୁ ଜଡିତ ସବୁ କାମରେ ସଫଳ ହେବେ |
ଯଦି ଆପଣଙ୍କର ଧନ ସମ୍ପତ୍ତି ଜନିତ କୌଣସି ସମସ୍ୟା ଅଛି ତ ଆପଣଙ୍କ କୌଣସି ଏକ ମଙ୍ଗଳବାର ଦିନ ସନ୍ଧ୍ୟା ସମୟରେ ସର୍ବ ପ୍ରଥମେ ଶୁଦ୍ଧ ହୋଇଯାନ୍ତୁ ଅର୍ଥାତ ସ୍ନାନ କରି ନିଅନ୍ତୁ | ତାପରେ ପୂଜା ଘରେ ବସି ହନୁମାନ ଚାଳିଶାର ପାଠ କରନ୍ତୁ | ତାପରେ ଆପଣଙ୍କୁ ଏକ ପେପର ନେବାର ଅଛି ଯୋଉଥିରେ କି ଆପଣଙ୍କୁ ସିନ୍ଦୁରରେ 307 ଲେଖି ଦେବେ | ତା ପରେ ସେଇ ପେପେର କୁ ହନୁମାନଙ୍କ ମୂର୍ତ୍ତି ଆଗରେ ରଖିବାର ଅଛି |ତା ପରେ ଆଖି ବନ୍ଦ କରି ହାତ ଯୋଡି ନିଜର ସମସ୍ୟାକୁ ହନୁମାନଙ୍କ ଆଗରେ କହିବେ | ଆଉ ରାତି ସାରା ସେଇ ପେପେର କୁ ହନୁମାନଙ୍କ ମୂର୍ତ୍ତି ପାଖରେ ରଖିବାକୁ ଦେବେ |ତା ପର ଦିନ ସକାଳେ ସେଇ ପେପେର କୁ ଧନ ରଖୁଥିବା ସ୍ଥାନରେ ଯେମିତି ଆଲମାରୀ, ସିନ୍ଦୁକ ବାକ୍ସ ଏହି ସବୁବେଳେ ସ୍ଥାନରେ ବା ଯୋଉଠି ବି ଆପଣ ଧନ ରଖୁଥିବେ ସେଇଥି ରଖିଦେବେ |
ଆପଣ ଏହା ବ୍ୟତୀତ ଆଉ ଏକ ଉପାୟ ମଧ୍ୟ କରି ପାରିବେ |ଆପଣ ସାତୋଟି ନଡ଼ିଆ ନେଇ ନିଜ ମୁଣ୍ଡ ଚାରିପାଖରୁ ବୁଲେଇକି ହନୁମାନଙ୍କ ଆଗରେ ଭାଙ୍ଗି ଦେବେ ଏବଂ ନିଜେ ନିଜର ସମସ୍ୟା ବିଷୟରେ ହନୁମାନଙ୍କ ଆଗରେ ପ୍ରାର୍ଥନା କରିବେ |ଏହି ଉପାୟକୁ ବି ଆପଣ ମଙ୍ଗଳବାର ଦିନ କରିବ ପାରିବେ |ଏହି ଉପାୟ ଆପଣଙ୍କୁ ଶୀଘ୍ର ଫଳ ଦେବ | ମଙ୍ଗଳାବାର ଦିନ ଆପଣ ତୁଳସୀ ଗଛ ଆଗରେ ଘିଅର ଦୀପ ଜଳେଇଲେ ମନକାମନା ପୂର୍ଣ୍ଣ ହୋଇଥାଏ |ମଙ୍ଗଳବାର ଦିନ କୌଣସି ଶିବ ମନ୍ଦିରରରେ ଅଖଣ୍ଡ ଚାଉଳ ଓ ଘିଅଦୀପ ଜଳେଇଲେ ସମସ୍ୟା ଦୂର ହୋଇଥାଏ |ଆପଣ ମାନେ ମଙ୍ଗଳବାରରେ ଏହି ସବୁ ଉପାୟ ଦ୍ୱାରା ସମସ୍ୟା ସମାଧାନ କରନ୍ତୁ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।