ସାମ୍ନାକୁ ଆସିଲା ମୃତ୍ୟୁ ପୂର୍ବର ଏକ ଲାଇଭ ଭିଡିଓ ଯାହା ସମସ୍ତଙ୍କୁ ଚକିତ କରିବା ଭଳି ଅଟେ। ଆପଣ ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭାଇରାଲ ଘଟଣା ବିଷୟରେ ଜାଣିବାକୁ ପାଉଥିବେ। ଅନେକ ପ୍ରକାର ଏମିତି ଘଟଣା ଆମ ସମ୍ମୁଖକୁ ଆସିଥାଏ ଯାହା ଦେଖିବା ପରେ ଆମେ ତାଜୁବ୍ ହୋଇ ଯାଇଥାଉ। ସେହିପରି ଏବେ ସୋସିଆଲ ମିଡିଆରେ ସେୟାର ହେବାରେ ଲାଗିଛି ଏକ ଭୟଙ୍କର ଘଟଣାର ଭାଇରାଲ ଭିଡ଼ିଓ। ଯାହାକୁ ଯିଏ ବି ଦେଖୁଛି ସେ ଭୟଭୀତ ହୋଇ ଯାଉଛି ଏବଂ ଆଶ୍ଚର୍ଯ୍ୟ ହୋଇ ଯାଉଛି। ନିଶ୍ଚିତ ଭାବରେ ଆପଣ ସୋସିଆଲ ମିଡିଆରେ ଏମିତି ଅନେକ ଭାଇରାଲ ଭିଡିଓ ଦେଖୁଥିବେ।
ଆଉ ସେଭଳି କିଛି ଭିଡିଓ ମଧ୍ୟରୁ କିଛି ଭିଡିଓ ଏମିତି ଅଛି ଯାହା ଅନ୍ୟ ଭିଡିଓ ଠାରୁ ଟିକେ ଅଲଗା ଏବଂ ଭୟଭୀତ କଲା ଭଳି ହୋଇଥାଏ। ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁ ଭିଡିଓ ରେ ଜଣେ ଯୁବତୀ ରାତି ଅଧରେ ଘରୁ ବାହାରି କୁଆଡେ ଚାଲି ଯାଉଥିବାର ଦେଖିବାକୁ ମିଳୁଛି।ପରେ ଶୁକ୍ରବାର ଏକ ଫାର୍ମ ହାଉସ୍ ପୋଖରୀରୁ ଏହି ଯୁବତୀଙ୍କ ମୃତଦେହ ମିଳିଛି। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ। ଆପଣ ବି ଏହି ଭିଡିଓ ଦେଖିଲେ ଜାଣି ପାରିବେ ଯେ କିପରି ଭାବରେ ସେ ଘରୁ ବାହାରି କିପରି ପ୍ରଥମେ ଦୌଡ଼ି ପଲାଇ ଯାଉଛନ୍ତି ତାପରେ ଚାଲି ଚାଲି ଯାଉଛନ୍ତି।
ଘରୁ କୁଆଡେ ଚାଲି ଯାଉଥିବାର ଦୃଶ୍ୟ ସେଠାରେ ଲାଗିଥିବା ସି ସି ଟିଭି କ୍ୟାମେରା ରେ ରେକର୍ଡ଼ ହୋଇଛି। ତେବେ ପରେ ଘଟଣା ସମ୍ପର୍କରେ ଯାହା ଜଣା ପଡ଼ିଛି ଯେ ପରୀକ୍ଷା ରେ ଭଲ କରି ନ ଥିବାରୁ ଗୁରୁବାର ଘରୁ ପଳାଇ ଆସିଥିଲେ ଝିଅ ଏବଂ ନନ୍ଦନକାନନ ଥାନା ଅଞ୍ଚଳରେ ଥିବା ଉକ୍ତ ଫାର୍ମ ହାଉସ ପୋଖରୀରୁ ମିଳିଥିଲା ଏହି ଯୁବତୀଙ୍କ ମୃତ ଦେହ। ଯାହା ଜଣା ପଡ଼ିଛି ଏହି ଯୁବତୀଙ୍କ ଘର ନୟାଗଡ଼ ଏବଂ ତାଙ୍କ ବାପା ଜଣେ ପ୍ରଫେସର ଅଟନ୍ତି। ଝିଅର ମୃତ୍ୟୁକୁ ନେଇ ତାଙ୍କ ବାପା କହିଛନ୍ତି, ଝିଅ ବହୁତ ମେଧାବୀ ଥିଲା ଏବଂ ଭଲ ଆର୍ଟ ବି କରୁଥିଲା। ଜେଇଇରେ ତା’ର ଟିକେ ଖରାପ ମାର୍କ ରହିଥିଲା ସେଥିପାଇଁ ସେ ମନଦୁଃଖ କରୁଥିଲା।
କିନ୍ତୁ ପାଠପାଢ଼ା ନେଇ ଘର ତରଫରୁ ତା’ ଉପରେ କୌଣସି ଚାପ ନ ଥିଲା। ଘରେ ଲାଗିଥିବା ତଥା ପାଖ ଅଞ୍ଚଳର ସିସିଟିଭିରୁ ଯାହା ଜଣାପଡୁଛି ରାତି ୨ଟାରେ ଝିଅ ଫାର୍ମହାଉସ ଭିତରେ ପଶିବା ପରେ ଅନ୍ଧାର ରାତିରେ ୧୦ ଫୁଟ ଉଚ୍ଚ ପାଚେରି ଡେଇଁ ସେ କେମିତି ଭିତରେ ପଶିଲା ବୋଲି ଭାବି ପାରୁନାହିଁ ବୋଲି କହିଛନ୍ତି ବାପା। ସେ ଆତ୍ମହତ୍ୟା କରି ଥାଇପାରେ ଏବଂ ଯଦି ଏମିତି ହୋଇଥାଏ ତେବେ ଏହାର କାରଣ କଣ ଅଟେ ତାହା ପୋଲିସ ତଦନ୍ତ ପରେ ଜଣାପଡ଼ିବ ବୋଲି କୁହା ଯାଉଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।