ଆଜି ସୁଦଶା ( Sudasha Brata 2022 ) ବ୍ରତ କରନ୍ତୁ ଏହି ୫ଟି କାମ | ମା ଲଷ୍ମୀଙ୍କ କୃପା ପ୍ରାପ୍ତି ହେବ – Vastu Shastra

ବନ୍ଧୁଗଣ ଆପଣ ସୁଦଶା ବ୍ରତ ବିଷୟରେ ଜାଣିଥିବେ, ପ୍ରତ୍ୟକ ବର୍ଷରେ ଶୁକ୍ଳ ପକ୍ଷ ଦଶମୀ ତିଥି ଗୁରୁବାର ଦିନ ପଡିଲେ ତାହାକୁ ସୁଦଶା ବ୍ରତ ରୂପେ ପାଳନ କରାଯାଇଥାଏ |ଏହି ବ୍ରତରେ ମାତା ଲଷ୍ମୀଙ୍କୁ ପୂଜା କରାଯାଏ ଓ ତାଙ୍କର ଆରାଧନା ମଧ୍ୟ୍ୟ କରାଯାଏ |ସୁଦଶାର ଅର୍ଥ ଭଲ ସମୟ କିନ୍ତୁ ପଲ୍ଲୀ ମାନସରେ ଭାବନ୍ତିକି ଏହି ସୁଦଶା ବ୍ରତ ସହିତ ଦଶ ନାମଟି ସଂଜିତ ରହି ଆସିଛି ତେଣୁ ପୂଜା ଉପାସନାରେ ଦଶ ପାଖୁଡା ପଦ୍ମ ଫୁଲ, ଦଶ ରଙ୍ଗର ମୁରୁଜ,ଦଶ ମୁଖି ଦୀପ, ଦଶ ମେଞ୍ଚା ଚାଉଳ,ଦଶ ଗୋଟି କଦଳୀ, ଦଶଗୋଟି ମଣ୍ଡା ଏବଂ ଲଷ୍ମୀଙ୍କ ଦଶ ନାମ ମଧ୍ୟ୍ୟ ପାଠ କରାଯାଏ |ଏହା ସହିତ ଏହି ବ୍ରତରେ ଦଶଖିଅ ସୂତାରେ ବ୍ରତ ପୂଜକରି ପିନ୍ଧିବାର ଵିଧି ମଧ୍ୟ୍ୟ ରହିଛି |ମୁଁ ଆଜି ଆପଣକୁ ଏହି ବ୍ରତ ଵିଧିପୂର୍ବକ ପାଳନ କରିବା ସହିତ ଏହିଦିନ ଆପଣଙ୍କ କଉଁ କାର୍ଯ୍ୟ କଲେ ମାତା ଲଷ୍ମୀଙ୍କ ଅଶେଷ କୃପା ଆପଣଙ୍କ ଉପରେ ରହିବା ସେ ବିଷୟରେ କହିବି |ତେବେ ଆସନ୍ତୁ ଜାଣିବା ଏହି କାର୍ଯ୍ୟ ଗୁଡିକ କଣ ଯାହା ଦ୍ଵାରା ମାତା ଲଷ୍ମୀ ସର୍ବଦା ପ୍ରସନ୍ନ ରହନ୍ତି |

ପ୍ରଥମେ ଆପଣ ଏହି ସୁଦଶା ବ୍ରତ ଦିନ ଗାଈକୁ ପ୍ରଥମ ରୁଟି ଖାଇବାକୁ ଦେବା ଉଚିତ, କାରଣ ହିନ୍ଦୁ ଧର୍ମ ଅନୁଯାୟୀ ଆମେ ଗାଈକୁ ପୂଜା କରିଥାଉ |ପ୍ରଥମ ରୁଟି ଗାଈକୁ ଦେବା ଦ୍ଵାରା ପୁଣ୍ୟ ପ୍ରାପ୍ତି ହୋଇଥାଏ ଏବଂ ଆପଣଙ୍କର ସମସ୍ତ ସମସ୍ୟା ଦୂର ହେବା ସହିତ ମାତା ଲଷ୍ମୀ ଆପଣଙ୍କ ଘରେ ସର୍ବଦା ବାସ କରନ୍ତି |

ଦ୍ୱିତୀୟରେ ଆପଣ ଯଦି ଚାହୁଁଛନ୍ତି ଯେ ଆପଣଙ୍କ ଘରେ କେବେ ଧନର ଅଭାବ ନରହୁ ବୋଲି ତେବେ ଏହି ବ୍ରତ ସମ୍ପୂର୍ଣ ହେବାପରେ କୌଣସି ଗରିବ ଲୋକକୁ ଆବଶ୍ୟକ ଜିନିଷ କପଡା କିମ୍ଵା ଖାଦ୍ୟ ଦାନ କରୁଛନ୍ତି ତେବେ ଆପଣକୁ ଅନେକ ପୁଣ୍ୟ ପ୍ରାପ୍ତି ହୋଇଥାଏ |ଏପରି କରିବା ଦ୍ଵାରା ମାତା ଲଷ୍ମୀ ଅତ୍ୟନ୍ତ ପ୍ରସନ୍ନ ରୁହନ୍ତି ଏବଂ ତାଙ୍କର ଅପାର କୃପା ଆପଣଙ୍କ ଉପରେ ଉଜାଡି ଦିଅନ୍ତି |

ଏହି ବ୍ରତ ଦିନ ଆପଣ କ୍ରୋଧିତ ହୁଅନ୍ତୁ ନାହିଁ କାରଣ ଏହି ଦିନ ପରିବେଶ ସର୍ବଦା ଆପଣ ଶାନ୍ତ ରଖିବା ଉଚିତ, ତେଣୁ ଏହି ସୁଦଶା ବ୍ରତ ଦିନ ଆପଣ ପରିବାରେ କୌଣସି କଳହ କରନ୍ତୁ ନାହିଁ |ଆପଣଙ୍କ ଘରର ପରିବେଶକୁ ଶାନ୍ତ ରଖାନ୍ତୁ ପରିବେଶ ଶାନ୍ତ ରହିଲେ ମାତା ଲଷ୍ମୀଙ୍କ ନିବାସ ହେବ, ମାତା ଲଷ୍ମୀଙ୍କ ନିବାସ ହେବା ଦ୍ଵାରା ଆପଣ ଘରେ କୌଣସି ଅଭାବ ଦେଖାଯିବ ନାହିଁ |

ସୁଦଶା ବ୍ରତ ଦିନ ପୂଜା କରିବା ସହିତ ଯଦି ଯଜ୍ଞ କରିଥାନ୍ତି ତେବେ ଆପଣଙ୍କ ଘରୁ ନକାରାତ୍ମକ ଶକ୍ତି ଦୂର ହୋଇଯିବ ଏବଂ ଘରେ ସୁଦ୍ଧ ବାତାବରଣ ରହିବ |ଏହିଦିନ ଆପଣ ଏକ ଛୋଟ କନ୍ୟାକୁ ଭୋଜନ ଦିଅନ୍ତୁ ତାହା ଆପଣଙ୍କ ପାଇଁ ମଙ୍ଗଳ ହୋଇଥାଏ |ସୁଦଶା ବ୍ରତ ଦିନ ଆପଣ ଏହି ସବୁ କାର୍ଯ୍ୟ କରିବଦ୍ଵାରା ମା ଲଷ୍ମୀଙ୍କ ଅପାର କୃପା ଆପଣଙ୍କ ଉପରେ ରହିଥାଏ ଏବଂ ଆପଣଙ୍କ ଘରେ ଧନର ଅଭାବ କେବେ ଦେଖାଯିବ ନାହିଁ |ସୁଖ ଶାନ୍ତିରେ ଆପଣଙ୍କ ଜୀବନ ଅତିବାହିତ ହେବ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment