ଆଜିଠୁ ବଦଳିଲା ଏହି ୧୦ ଟି ନିୟମ, ଶୀଘ୍ର ସେୟାର କରି ସମସ୍ତଙ୍କୁ ଜଣାଇ ଦିଅନ୍ତୁ

0

ଆଜି ଠାରୁ ବଦଳିବା ପାଇଁ ଯାଉଛି ୧୦ ନିୟମ । କଣ ହେବ ଶସ୍ତା କଣ ହେବ ମହଙ୍ଗା । ଲୋକ ମାନଙ୍କ ପକେଟ ଉପରେ ପଡ଼ିବ କି ଏହାର ପ୍ରଭାବ । ଅପେକ୍ଷା ଆଉ କିଛି ସମୟ ର । ପାଖା ପାଖି ୧୧ ଟା ବେଳେ ଘୋଷଣା ହେବ ୨୦୨୧ – ୨୨ ମସିହା ର ବଜେଟ । ପ୍ରତ୍ୟେକ କ୍ଷେତ୍ର ରେ କେନ୍ଦ୍ର ସରକାର କରି ପାରନ୍ତି ବଡ଼ ପରିବର୍ତ୍ତନ । ନେଇ ପାରନ୍ତି ବଡ଼ ବଡ଼ ନିଷ୍ପତି ଆଣି ପାରନ୍ତି ନୂଆ ନୂଆ ନିୟମ । ତେବେ ଆସନ୍ତୁ ଜାଣିବା ଆଜି ଠାରୁ କେଉଁ କେଉଁ ନିୟମ ରେ ପରିବର୍ତ୍ତନ ହେବ ଓ ଲୋକ ଙ୍କ ପକେଟ ଉପରେ ଏହାର ପ୍ରଭାବ ପଡ଼ିବ କି ନାହିଁ ।

1 – ମହଙ୍ଗା ହେବ ଏଲପିଜି । ବର୍ତ୍ତମାନ ପେଟ୍ରୋଲ ଓ ଡିଜେଲ୍ ର ମୂଲ୍ୟ ଲଗାତାର ଭାବେ ବଢ଼ି ଚାଲିଥିବା ବେଳେ ମହଙ୍ଗା ହେବା ପାଇଁ ଯାଉଛି ରୋଷେଇ ଗ୍ୟାସ । କରନା କାଳ ରେ ପନିପରିବା ଠାରୁ ଆରମ୍ଭ କରି ରାସନ୍ ସାମଗ୍ରୀ ସବୁ ମହଙ୍ଗା ହୋଇଛି ।ଆଉ ଏବେ ଏଲିପିଯି ର ମୂଲ୍ୟ ବଢିବା ଲୋକ ଙ୍କ ପକେଟ ଉପରେ ବଡ଼ ପ୍ରଭାବ ପକାଇ ପାରେ ।

2 – ପଞ୍ଜାବ ନେସନାଲ ବ୍ୟାଙ୍କ୍ ରେ ଆକାଉଣ୍ଟ୍ ଥିବା ଲୋକ ମାନଙ୍କ ପାଇଁ ବଡ଼ ଖବର । ଆଜି ଠାରୁ ବଦଳିଲା ଟଙ୍କା ଉଠାଣ ନିୟମ । ଅନ୍ୟ ବ୍ୟାଙ୍କ୍ ର ଏଟିଏମ୍ ରୁ ଟଙ୍କା ଉଠାଇ ପାରିବେ ନାହିଁ PNB ହିତାଧିକାରୀ । ବ୍ୟାଙ୍କ୍ ରେ ଚାଲିଥିବା ଠକେଇ ପାଇଁ ଏପରି ଏକ ନିଷ୍ପତି ନିଆ ଯାଇଛି।

3 – ସହଜ ହେଲା ବାହାର ରାଜ୍ୟ କୁ ଗମନା ଗମନ । ଏଥର ବାହାର ରାଜ୍ୟ କୁ ଗମନା ଗମନ କରିବା ପାଇଁ ହେଲେ ଗାଡି ମାନଙ୍କୁ ଅନୁମତି ନେବାକୁ ପଡିବ ନାହିଁ ।

4 – ଫେବୃଆରୀ ୧ ରୁ ହାଉସ ଫୁଲ ହେବ ସିନେମା ହଲ । ଫେବୃଆରି ପହିଲା ରୁ ଅର୍ଥାତ୍ ଆଜି ଠାରୁ ସତ ପ୍ରତିଶତ ଲୋକ ମାନେ ସିନେମା ହଲ ରେ ବସି ମଜା ନେଇ ପାରିବେ ହେଲେ କରନା କଟକଣା କୁ ଦୃଷ୍ଟି ରେ ରଖି ।

5 –  ରାସନ୍ କାର୍ଡ ରେ ବଡ଼ ପରିବର୍ତ୍ତନ । ରାସନ୍ କାର୍ଡ ହିତାଧିକାରୀ ଙ୍କ ସମେତ ଅନ୍ନପୂର୍ଣ୍ଣା ତଥା ଅନ୍ତରଦୟ ହିତାଧିକାରୀ ମାନଙ୍କୁ ପ୍ରତି ମାସ ମିଳୁ ଥିବା ରାସନ୍ ସାମଗ୍ରୀ ଏବେ ବାଓମେଟ୍ରିକ ପଦ୍ଧତି ଅନ୍ଥେତିକ ଜରିଆ ରେ ମିଳିବ । ଏଣିକି ରାସନ୍ ନେବା ପାଇଁ ଲୋକ ମାନଙ୍କୁ ଘଣ୍ଟା ଘଣ୍ଟା ଧରି ଲାଇନ୍ ରେ ଛିଡ଼ା ହେବାକୁ ପଡିବ ନାହିଁ ।

6 – ଫେବୃଆରୀ ୧ ରୁ ଫ୍ରାଙ୍କଲିନି ତେମ୍ପଲତନ୍ ମିୟୁଚଲ୍ ଫଣ୍ଡ ଯୋଜନା ରେ ପାଣ୍ଠି ବିତରଣ ସ୍ଥିର କରିବା ପାଇଁ ସୁପ୍ରିମ କୋର୍ଟ ନିଷ୍ପତି ନେବେ । ୨୩ ଏପ୍ରିଲ ରୁ ଫ୍ରାଙ୍କଲିନି ତେମ୍ପଲତନ୍ ମିୟୁଚଲ୍ ଫଣ୍ଡ ଇ ଭୋଟିଂ କୁ ବିରୋଧ କରିବା ପରେ ବନ୍ଦ ହୋଇ ଯାଇଥିଲା ଯାହା ଫଳରେ ତିନି ଲକ୍ଷ ନିବେଶକ ପ୍ରଭାବିତ ହୋଇଥିଲେ ।

7 – ସ୍ପାଇସ ଜେଟ ୧ ଫେବୃଆରୀ ରୁ ୨୦ ଟି ନୂତନ ବିମାନ ଘୋଷଣା କରିଛି । ଦେହରଦୁନୁ , ଅମୃତସର , ଉଦୟପୁର ଓ ଦିଲ୍ଲୀ ସମେତ ଯୋଡ଼ି ହୋଇଥିବା ଅନ୍ୟ ୧୬ ଟି ସହର କୁ ବିମାନ ଉଡାଣ ଆରମ୍ଭ କରିବା ପାଇଁ ଘୋଷଣା କରିଛି ।

8 –  ପଞ୍ଜାବ ଓ ମହାରାଷ୍ଟ୍ର ସମବାୟ ବ୍ୟାଙ୍କ୍ କୁ ପୁଣି ଥରେ ଛିଡ଼ା କରିବା ପାଇଁ ଫେବୃଆରୀ ୧ ସୁଦ୍ଧା ଏହାର ପ୍ରସ୍ତାବ ଦାଖଲ କରିବାର ସମୟ ସୀମା ସ୍ଥିର କରିଛନ୍ତି ।

9 – ଫେବୃଆରୀ ୧ ରୁ ମହାରାଷ୍ଟ୍ର – ମୁମ୍ବାଇ ରୁ ସ୍ଥାନୀୟ ଟ୍ରେନ ଚଳାଚଳ ପାଇଁ ଅନୁମତି ମିଳିଛି। କରନା ସଂକ୍ରମଣ ଯୋଗୁଁ ଦୀର୍ଘ ଦିନରୁ ଏହି ସବୁ ସୁବିଧା ବନ୍ଦ ଥିଲା ।

10 –  ଏହା ସହିତ ଟ୍ରେନ ଚଳାଚଳ କୁ ମଧ୍ୟ ବୃଦ୍ଧି କରାଯିବ । ଯଦିଓ ରେଳବାଇ ପକ୍ଷରୁ କୌଣସି ସୂଚନା ମିଳିନାହିଁ ତେବେ ଆଶା କରାଯାଉ ଅଛି ଯେ ଟ୍ରେନ ସଂଖ୍ୟା ବୃଦ୍ଧି କରାଯିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।