ବର୍ତ୍ତମାନ ପ୍ରତିଦିନ ସମାଜରେ କିଛି ନା କିଛି ତଥ୍ୟ ଦେଖିବା ପାଇଁ ମିଳିଥାଏ। ଗୋଟିଏ ମୁଦ୍ରାର ଯେମିତି ଦୁଇଟି ପାର୍ଶ୍ଵ ଥାଏ, ସେମିତି ସଂସାରରେ ପୁରୁଷ ଓ ନାରୀ ମଧ୍ୟ ଦୁଇଟି ଜାତି ଓ ଜଣେ ଜଣଙ୍କ ବିନା ବଂଚିବା ବହୁତ କଷ୍ଟ କର ହୋଇପଡେ। ଦୁଇ ଜଣଙ୍କ ମଧ୍ୟରୁ ଯଦି ଜଣଙ୍କର ଦେହ ଅସୁସ୍ଥ ହେଇ ଯାଉଛି,ତା ହେଲେ ଅନ୍ୟ ଜଣଙ୍କର ଜୀବନ ଯେମିତି ଚାଲିଗଲା ପରି ମାନେ ହୁଏ। ଜଣେ ଜଣଙ୍କୁ ବଞ୍ଚାଇବା ପାଇଁ କେତେ କଣ କରି ପକାଉଛି। ତା ନିଜ ଜୀବନ ଦେବାକୁ ମଧ୍ୟ ପଛାଉ ନାହିଁ। ନିଜ ଲୋକଙ୍କର ଆରୋଗ୍ୟ କାମନା କରି ସେ ଠାକୁରଙ୍କ ନିକଟରେ ଅଳି ଅଝଟ କରୁଥାନ୍ତି। ତେବେ ଏଭଳି ଖବର ପ୍ରତିଦିନ ଦେଖିବା ପାଇଁ ମିଳିଥାଏ।
ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଏକ ଦୃଶ୍ୟ ଦେଖିବା ପାଇଁ ମିଳିଛି। ଆମେ ଆପଣ ମାନଙ୍କୁ ଏଭଳି ଘଟଣା ବିଷୟରେ ଜଣାଇବୁ ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ବହୁତ ଦୁଃଖ ଅନୁଭବ କରିବେ। ତେବେ ଘଟଣାଟି ହେଉଛି, ଜଣେ ଯୁବକ ନିଜ ସ୍ତ୍ରୀ ର ଆରୋଗ୍ୟ କାମନା କରିବା ପାଇଁ ଚାଲି ଚାଲି ଆସି ପୁରୀ ଶ୍ରୀକ୍ଷେତ୍ରରେ ପଂହଁଚିଛନ୍ତି ବୋଲି ସୂଚନା ମିଳିଛି, ଆସନ୍ତୁ ସମ୍ପୂର୍ଣ ଖବର ଉପରେ ନଜର ପକାଇବା;
ସୂଚନା ଅନୁସାରେ, ବାଲେଶ୍ୱର ଜିଲ୍ଲା ସୁଦୂର ଗ୍ରାମରୁ ଏଭଳି ଏକ ଦୃଶ୍ୟ ଦେଖିବା ପାଇଁ ମିଳିଛି। ବାଲେଶ୍ୱର ଅଂଚଳର ଗୌରୀ ଶଙ୍କର ପାତ୍ର ନାମକ ଜଣେ ଯୁବକ, ତାଙ୍କ ସ୍ତ୍ରୀ ପ୍ରାୟ 4 ମାସ ହେବ ଅପରେସନ ହୋଇ ଅସୁସ୍ଥ ଅବସ୍ଥାରେ ଘରେ ପଡିଛନ୍ତି। ଯୁବକ ଜଣଙ୍କ ତାଙ୍କ ସ୍ତ୍ରୀ ର ଆରୋଗ୍ୟ କାମନା କରି 250 କିଲୋ ମିଟର ଚାଲି ଚାଲି ପୁରୀ ଶ୍ରୀକ୍ଷେତ୍ରରେ ଆସି ପଂହଁଚିଛନ୍ତି। ତେବେ ଯୁବକ ଜଣଙ୍କ ପୁରୀରେ ପଂହଁଛି ନରେନ୍ଦ୍ର ପୋଖରୀରେ ସ୍ନାନ କରି, ସେଠାରୁ ଦଣ୍ଡ ପ୍ରଣାମ କରି ସିଂହ ଦ୍ୱାରରେ ପଂହଁଚିଛନ୍ତି। ଯୁବକ ଜଣଙ୍କ ପୁରୀରେ ପଂହଁଛି ତାଙ୍କ ସ୍ତ୍ରୀଙ୍କର ଜୀବନ ଭିକ୍ୟା ମାଗିଛନ୍ତି।
ତେବେ କରୋନା କଟକଣା ଯୋଗୁ, ଅରୁଣ ସ୍ତମ୍ଭ ଛୁଁଇ ନ ପାରିବାରୁ, ଦୂରରେ ଥିବା ବ୍ୟାରକେଟ ନିକଟରେ ହାଲିଆ ହୋଇ ପଡିଛନ୍ତି। ସିଂହ ଦ୍ୱାରରେ ପହଁଛି ଅରୁଣ ସ୍ତମ୍ଭ ଛୁଇଁ ନପାରିବାରୁ ମହାପ୍ରଭୁଙ୍କ ଉପରେ ଅଭିମାନ କରି ଦୀର୍ଘ ସମୟ ଧରି କାନ୍ଦି ଥିଲେ। ତାଙ୍କ ସ୍ଵାସ୍ତ୍ୟ ଅବସ୍ଥାକୁ ଦେଖି ଅନେକ ଲୋକ ପାଣି ଦେଉଥିଲେ କିନ୍ତୁ ହେଲେ ସେ ଟୋପାଏ ବି ପାଣି ଗ୍ରହଣ କରି ନଥିଲେ। ଏବଂ କିଛି ପଣ୍ଡିତ ମାନେ ତାଙ୍କୁ ତୁଳସୀ ପତ୍ର ଦେବା ସଙ୍ଗେ ସଙ୍ଗେ ମହାପ୍ରଭୁଙ୍କ ଆଶୀର୍ବାଦ ପୁଷ୍ପ ଦେଇଥିଲେ। ଏହି ଯୁବକ ଜଣଙ୍କ ତୁଳସୀ ପତ୍ର ଧରି ତାଙ୍କ ଅସୁସ୍ଥ ସ୍ତ୍ରୀ ପାଖକୁ ଫେରି ଯାଇଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।