ଆଶ୍ଚର୍ଯ୍ୟ ! ଚୋର ଘରକୁ ଆସି, ଡାଇନିଂ ଟେବୁଲରେ ବସି ଖାଇଲା ଆମ୍ବ ; ଲକ୍ଷାଧିକ ଟଙ୍କା ନେଇ ଛୁ ମାରିଲା, ଜାଣନ୍ତୁ ସମ୍ପୂର୍ଣ ଘଟଣା

0

ବନ୍ଧୁଗଣ ଏବେ ସାମ୍ନାକୁ ଆସିଛି ଏକ ଏମିତି ଚୋରି ଡକାୟତି ର ଘଟଣା ଯାହାକୁ ଜାଣିବା ପରେ ଆପଣ ହୋଇଯିବେ ତାଜୁବ। ଆପଣ ତ ଜାଣିଛନ୍ତି ଦିନକୁ ଦିନ କିପରି ଭାବରେ ଚୋରି, ଡକାୟତି, ହତ୍ୟା, ଲୁଟ୍ ଆଦି ମାମଲା ବୃଦ୍ଧି ପାଇବାରେ ଲାଗିଛି। କିପରି ଭାବରେ ଠକେଇ ବଢ଼ି ଚାଲିଛି ତାହା ମଧ୍ଯ ଆପଣ ନିଶ୍ଚିତ ଭାବରେ ଜାଣି ପାରୁଥିବେ। କାରଣ ଆଜିର ଏହି ଇଣ୍ଟରନେଟ୍ ଯୁଗରେ ଆପଣ ସୋସିଆଲ ମିଡିଆରେ ଏମିତି ଅନେକ ଘଟଣା ବିଷୟରେ ସହଜରେ ଧାରଣା ପାଉଥିବେ।ଏହା ସତ ଯେ ଏହି ସୋସିଆଲ ମିଡିଆ କୁ ମାଧ୍ୟମ କରି, ଏହାକୁ ବ୍ୟବହାର କରି ଅନଲାଇନ୍ ରେ ଅନେକ ଅସାଧୁ ଏବଂ ମନ୍ଦ ପ୍ରବୃତ୍ତି ର ଲୋକମାନେ ଏହାର ଫାଇଦା ଉଠାଉଛନ୍ତି।

ସେମାନେ ଅନ୍ୟ ମାନଙ୍କର ଅନେକ କ୍ଷତି ଯଥା ଟଙ୍କା ଲୁଟ କରିବା, ଆକାଉଣ୍ଟ୍ ହେକ କରିବା ଏବଂ ଅନ୍ୟ ମାନଙ୍କ ପ୍ରାଇଭେଶି କୁ ନେଇ ଅନେକ ପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିବା ସହିତ ବ୍ଲାକ ମେଲ୍ ଆଦି କରିବା ଭଳି ଘଟଣା ଆଦି ଘଟାଇବାରେ ଲାଗିଛନ୍ତି। ଆଉ ଏଥିରେ ସିଧାସଳଖ ଭାବରେ ସାଧାରଣ ଲୋକ ହିଁ ହଇରାଣ ହେଉଛନ୍ତି। ତେବେ ଦେଶ ଯେତିକି ଡିଜିଟାଲ ହେବାକୁ ଯାଉଛି ସେହିପରି କିଛି ଡିଜିଟାଲ ଚୋର ମାନେ ସେମାନଙ୍କ ମନ୍ଦ ବୁଦ୍ଧି କୁ ଅଧିକ ମାତ୍ରାରେ ପ୍ରୟୋଗ କରି ଲୋକଙ୍କୁ ହଇରାଣ ହରକତ କରିବାରେ ଲାଗିଛନ୍ତି ବିଭିନ୍ନ ଉପାୟରେ।

ତେବେ ଏହାରି ଭିତରେ ଅନେକ ଲୋକ ପ୍ରାପ୍ତ ବୟସ୍କ ମାନେ ମଧ୍ୟ ଠକାମୀ ର ଶିକାର ହେଉଛନ୍ତି।ତେବେ ସିଧା ସଳଖ ଭାବରେ ମଧ୍ୟ ଏହି ଚାଲବାଜ, ଠକ, ଚୋର ମାନେ ଅଧିକ ସକ୍ରିୟ ହୋଇ ଲୋକଙ୍କ ଘରେ କଳା କନା ବୁଲାଇ ଦେଉଛନ୍ତି। ସେହିପରି ଏକ ବଡ ଧରଣର ଡ଼କାୟତି ନିକଟରେ ଘଟିଛି।ଏହା କଟକର ଚୌଦ୍ବାର ଥାନା ଅନ୍ତର୍ଗତ କପିଳେଶ୍ୱର ନୂଆସାହି ରେ ଆଜି ଏହି ଘଟଣା ଘଟିଛି। ସୂଚନା ଅନୁସାରେ ନୂଆସାହି ଶିବାନୀ ମନ୍ଦିର ନିକଟରେ ରହୁଥିବା ମନୋଜ ବରାଳ ଙ୍କ ଘରେ ଏହି ବଡ ଧରଣର ଲୁଟ୍ ହୋଇଛି। ମନୋଜ ତାଙ୍କ ମାନଙ୍କ ଶ୍ରାଦ୍ଧ ପାଇଁ ଗତକାଲି ଗାଆଁ କୁ ଯାଇଥିବା ବେଳେ ଘରେ କେହି ନଥିବାର ସୁଯୋଗ ନେଇ ଚୋର ଏମିତି ଘଟଣା ଘଟାଇଛି।

ଆଜି ସକାଳୁ ଘରକୁ ଆସି ଦେଖନ୍ତି ତ ଘରର ମୁଖ୍ୟ ଦୁଇଟି କବାଟ ଖୋଲା ପଡିଛି ଏବଂ ଭିତରକୁ ଯାଇ ଦେଖନ୍ତି ତ ଆଲମିରା ର ସବୁ ଜିନିଷ ଏପଟ ସେପଟ ହୋଇ ପଡିଛି। ଡାଇନିଂ ରେ ବସି ପାଚିଲା ଆମ୍ବ ଖାଇବା ସହିତ ଚୋର ସୁନା ରୂପା ର ସମସ୍ତ ଗହଣା କୁ ପରଖି ସେସବୁ କୁ ନେଇଯିବା ସହ ଇମିଟେସନ୍ କୁ ଫିଙ୍ଗି ଦେଇଥିଲା। ଏହାସହ ଗଡରେଜ ରେ ଥିବା ନଗଦ ଟଙ୍କାକୁ ମଧ୍ଯ ନେଇଯାଇଛି ଚୋର। ପୋଲିସ୍ କୁ ଖବର ଦେବା ପରେ ପୋଲିସ ଆସି ଘଟଣାର ତଦନ୍ତ କରୁଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।