ଆପଣ ବାଥରୁମ ରେ ଏହି ସବୁ କାମ କରୁଛନ୍ତି କି ? ଭୁଲ ରେ ବି କରନ୍ତୁନାହିଁ…ପଡିପାରନ୍ତି ଅସୁବିଧାରେ

0

ଆମେ ଆମ ଜୀବନରେ ନିଜର ଅଜାଣତରେ ଅନେକ କିଛି ଭୁଲ କାମ କରିଥାଉ ଏବଂ ଶେଷରେ ଅସୁବିଧାରେ ପଡିଥାଉ। ଯେମିତି କି ଆପଣ ବାଥରୁମ ରେ ଏହି ସବୁ କାମ କରୁଛନ୍ତି କି ଭୁଲ ରେ ବି କରନ୍ତୁନାହିଁ, ଏହିସବୁ କାମ ନଚେତ ପଡିପାରନ୍ତି ଅସୁବିଧାରେ। ଏକଥା ଆମେ କହୁନୁ, ବାସ୍ତୁ ଶାସ୍ତ୍ରରେ ଏମିତି ମାନ୍ୟତା ରହିଛି। ମଣିଷ ଜୀବନରେ ବାସ୍ତୁ ଶାସ୍ତ୍ରର ଅନେକ ମହତ୍ତ୍ୱ ରହିଛି। ଘରର ଗାଧୁଆ ଘରେ ବାସ୍ତୁ ଦୋଷର ସବୁଠାରୁ ଅଧିକ ପ୍ରଭାବ ପଡିଥାଏ। ସେଥିପାଇଁ ଗାଧୁଆ ଘରେ ଏମିତି କିଛି କାମ କରିବା ଉଚିତ ନୁହେଁ। ଯାହା ବାସ୍ତୁ ଦୋଷର କାରଣ ହେବ।

ଘର ବାଥରୁମରେ କେଉଁ ସବୁ କାମ କରିବା ଉଚିତ ନୁହେଁ ଜାଣନ୍ତୁ।

ଘରେ କେବେବି ଗାଧୁଆ ଘର ଏବଂ ଟଏଲେଟ ଯୋଡି ହୋଇ ରହିବା ଉଚିତ ନୁହେଁ। କରଣ ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ଗାଧୁଆ ଘରେ ଚନ୍ଦ୍ରମା ଓ ରାହୁଙ୍କର ବାସ ହୋଇଥାଏ। ଚନ୍ଦ୍ରମା କୁ ସୋମ ଅର୍ଥାତ ଅମୃତ କୁହା ଯାଉଥିବେଳେ, ରାହୁଙ୍କୁ ବିଷ ବୋଲି କୁହାଯାଇଥାଏ। ଯେଉଁ ଭଳି ନିଆଁ ଓ ପାଣିକୁ ଏକ ସଙ୍ଗେ ରଖାଯାଏ ନାହିଁ। ଠିକ ସେହିଭଳି ଘରେ ବାଥରୁମ ଓ ଟୟଲେଟ ଏକା ସଙ୍ଗେ ରଖିବା ଉଚିତ ନୁହେଁ। ବାଥରୁମ ଓ ଟୟଲେଟ ଏକା ସାଙ୍ଗରେ ରହିଲେ ପରିବାରରେ କଳହ ସୃଷ୍ଟି ହୋଇଥାଏ। ପରିବାରର ସଦସ୍ୟଙ୍କ ମଧ୍ୟରେ ହିଂସା ଭାବନା ସୃଷ୍ଟି ହୋଇଥାଏ।

ଏବେ ଜାଣନ୍ତୁ କଣ କରିବେ କଣ କରିବେ ନାହିଁ ।

(୧)-ଘରର ସୁଖ ଶାନ୍ତି ଓ ସମୃଦ୍ଧି ବଜାଇରଖିବା ପାଇଁ ବାଥରୁମରେ ନୀଳ ରଙ୍ଗର ବାଲଟି କିମ୍ୱା ମୋଗ ବ୍ୟବହାର କରିବା ଉଚିତ।

(୨)-ବାଥରୁମରେ ରଖାଯାଇଥିବା ବାଲଟି କିମ୍ବା ମୋଗରେ ସବୁବେଳେ ପାଣି ପୂର୍ଣ୍ଣ କରି ରଖନ୍ତୁ।

(୩)-ଘରର ବାଥରୁମ କବାଟ ସବୁବେଳେ ବନ୍ଦ କରି ରଖନ୍ତୁ।

(୪)-ବାଥରୁମ ର କବାଟ ସମ୍ମୁଖରେ ଆଇନ ରଖନ୍ତୁ ନାହିଁ, ଏହା ଦ୍ୱାରା ନକରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ।

(୫)-ବାଥରୁମ ରେ କେବେ ଟେପ୍ ପାଣି ଖୋଲା ରଖିବା ଉଚିତ ନୁହଁ ଏହା ଦ୍ୱାରା ଆର୍ଥିକ ଓ ସ୍ୱାସ୍ଥ୍ୟ ସମନ୍ଧୀୟ ସମସ୍ୟାର ଦେଖାଦିଏ।

(୬)-ବାଥରୁମର ନଳରୁ ଯଦି ପାଣି ବହୁଥାଏ ତାହାଲେ ତାକୁ ଖୁବ ଶୀଘ୍ର ବନ୍ଦ କରିଦିଅନ୍ତୁ। ନହେଲେ ଆପଣ ଅଯଥା ଖର୍ଚରେ ପଡିପାରନ୍ତି ଓ ଆର୍ଥିକ ସମସ୍ୟା ଦେଖାଦିଏ।

(୭)-ବାଥରୁମ ରେ ଅଳ୍ପ କିଛି ମାତ୍ରାରେ ଲୁଣ ରଖନ୍ତୁ, ଏହା ଦ୍ୱାରା ଘରେ ସକରାତ୍ମକ ଶକ୍ତି ବଜେଇ ରହେ।

(୮)-ଏମିତି କି ସବୁ ଜିନିଷକୁ ଯଥା ସ୍ଥାନରେ ସଜାଇ ରଖନ୍ତୁ।

(୯)-ଘରର ବାଥରୁମ ସବୁବେଳେ ସଫାସୁତୁରା ରଖିଲେ ଏହା ଦ୍ୱାରା ସକରାତ୍ମ ଶକ୍ତ ଉତ୍ପନ୍ନ ହୋଇଥାଏ।

ତେବେ ସମସ୍ତ ସୂଚନା ସାମାନ୍ୟ ତଥ୍ୟ ଉପରେ ଆଧାରିତ ଆପଣ ଏହିପରି ପଦକ୍ଷେପ ନେବା ପୂର୍ବରୁ ବିଶେଷଜ୍ଞଙ୍କ ଠାରୁ ପରାମର୍ଶ କରିପାରନ୍ତି। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।