ଦେଖନ୍ତୁ ଭିଡ଼ିଓ – ଆପଣଙ୍କୁ ଆମେ ମା” କୁ ନେଇ ଏମିତି ଗୋଟିଏ କଥା କହିବୁ ଯାହା ଶୁଣିଲେ ଆଖିରୁ ଲୁହ ଆସିଯିବ ! ଯଦି ଆପଣ ସତରେ ମା କୁ ଭଲପାଉଥିଲେ ଏ ଭିଡ଼ିଓକୁ ଥରେ ନିଶ୍ଚୟ ଦେଖନ୍ତୁ ଏବଂ ସେୟାର କରନ୍ତୁ…

0

କୁହାଯାଏ ଜୀବନ ରେ ସବୁ କିଛି ଦ୍ୱିତୀୟ ଥର ମିଳି ପାରିବ,ହେଲେ ମା’ ନୁହେଁ। ମା ନିଜ ପଣତ କାନି ରେ ସବୁବେଳେ ନିଜ ସନ୍ତାନ କୁ ଘୋଡାଇ ରଖନ୍ତି। କିନ୍ତୁ ଯେତେବେଳେ ସେହି ସନ୍ତାନ ବଡ଼ ହୋଇଯାଏ ଘରର ଅନ୍ୟ ଅଦରକାରୀ ବସ୍ତୁ ପରି ମା ତା ପାଇଁ ମଧ୍ୟ ଏକ ଅଦରକାରୀ ବସ୍ତୁ ପାଲଟି ଯାଏ।ତେବେ ଆଜି ଆମେ ସେମିତି ଏକ କାହାଣୀ ବିଷୟ ରେ ଜାଣିବା ଯେଉଁଠି ମା ର ତ୍ୟାଗ ଓ ଭଲ ପାଇବା ଭରି ରହିଛି।

ଗୋଟିଏ ଗାଁ ରେ ଜଣେ ମା ଓ ପୁଅ ରହୁଥିଲେ। ତାଙ୍କର ଆଉ କେହି ନଥିଲେ । ପୁଅ ଟି ସ୍କୁଲ୍ ରେ ପାଠ ପଢ଼ୁଥିଲା । ପୁଅ ଟି ତା ମା କୁ ପସନ୍ଦ କରେ ନାହିଁ କାରଣ ତା ମାଆ ର ଗୋଟିଏ ମାତ୍ର ଆଖି ଥିଲା । ଦିନେ ସେହି ପୁଅ ର ସ୍କୁଲ୍ ରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଆଉ ସେହି କାର୍ଯ୍ୟକ୍ରମ ଦେଖିବା ପାଇଁ ତା ମା ସ୍କୁଲ୍ ଯାଇଥିଲା । ପୁଅ ଟି ତା ମା କୁ ସ୍କୁଲ୍ ରେ ଦେଖି ଖୁବ୍ ରାଗି ଯାଇଥିଲା ଓ ଘରକୁ ଯାଇ ଖୁବ୍ ଗାଳି କଲା ଓ କହିଲା ତୁ କାହିଁକି ସ୍କୁଲ୍ ଯାଇଥିଲୁ ତୋର ଗୋଟିଏ ଆଖି ପାଇଁ ମତେ ପିଲା ମାନେ ସ୍କୁଲ୍ ରେ ଚିଡାଉ ଅଛନ୍ତି ।

ଏହି କଥା ଶୁଣି ତା ମାଆ ଆଖିରୁ ଲୁହ ଝରି ଆସିଲା କିନ୍ତୁ ସେ କିଛି କହିଲା ନାହିଁ। ତେବେ ସମୟ ବିତିବା ସହିତ ପୁଅ ଟି ବଡ଼ ହେଲା ଓ ଚାକିରି କରି ଯାଇ ବାହାରେ ରହିଲା। ପୁଅ ଟି ବାହାରେ ରହି ବିବାହ ମଧ୍ୟ କରିନେଲା ଓ ନିଜ ପରିବାର ସହିତ ସେଠାରେ ରହିଲା ଏପଟେ ତା ମା ଏକା ଗାଁ ରେ ରହିଥାଏ।

ତେବେ କିଛି ଦିନ ପରେ ତା ମାଆ ତାକୁ ଦେଖା କରିବା ପାଇଁ ସହର ଯାଇଥିଲା କିନ୍ତୁ ସେଠାରେ ତା ପୁଅ ତାକୁ ଚିହ୍ନି ପାରିଲା ନାହିଁ ଆଉ ଗାଳି କରି ସେଠାରୁ ତଡି ଦେଲା ତା ମାଆ ମଧ୍ୟ କିଛି ନକହି ଚୁପ୍ ଚାପ୍ ସେଠାରୁ ଚାଲି ଆସିଲା।

ତେବେ ଅନେକ ଦିନ ପରେ ସେ ନିଜ ଗାଁ କୁ ଫେରିଲା ଓ ସେତେବେଳ କୁ ତାର ମା ଆଉ ଏହି ଦୁନିଆ ରେ ନଥିଲା। ସେ ତାର ସେହି ପୁରୁଣା ଘରକୁ ଆସିଲା ଓ ସେଠାରେ ସେ ତା ମା ର ଏକ ଚିଠି ପାଇଲା ଯେଉଁଠି ଲେଖା ଥିଲା ଯେ ପିଲା ବେଳେ ଏକ ଦୁର୍ଘଟଣାରେ ତାର ଗୋଟିଏ ଆଖି ନଷ୍ଟ ହୋଇଯାଇଥିଲା ଓ ତା ମା ତାର ଗୋଟିଏ ଆଖି ତାକୁ ଦେଇଥିଲା ଏହା ଦେଖି ପୁଅ ର ଆଖି ଛଳ ଛଳ ହୋଇଗଲା ଓ ସେ ତା ମା କୁ ଖୋଜିଲା କିନ୍ତୁ ସେତେବେଳ କୁ ତା ମାଆ ଆଉ ଏହି ଦୁନିଆ ରେ ନଥିଲା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।