Dr. Basudev Pradhan – ଆପଣଙ୍କର କେଶ ଝଡ଼ୁଛି କି ? କରନ୍ତୁ ଏହି ସହଜିଆ ଘରୋଇ ଉପଚାର 100% ଗ୍ୟାରେଣ୍ଟି

ଜଣେ ନାରୀର ସୁନ୍ଦରତା ତାର ଘନ ଓ ଲମ୍ୱା କେଶ ହୋଇଥାଏ , ତାହା ଜଣେ ନାରୀକୁ ଅଧିକ ସୁନ୍ଦର ଦେଖାଯିବାରେ ସାହାର୍ଯ୍ୟ କରିଥାଏ । ଏହା କେବଳ ସୁନ୍ଦର ନୁହଁ ବରଂ ବ୍ୟକ୍ତିର ଭାଗ୍ୟ ନିର୍ଦ୍ଧାରଣ କରିବାରେ ମଧ୍ୟ ସାହାର୍ଯ୍ୟ କରିଥାଏ । କିନ୍ତୁ ଆଜିର ଦିନରେ ଜଳବାୟୁର ପରିବର୍ତ୍ତନ ହେବା ଯୋଗୁଁ ଅଧିକ ମାତ୍ରାରେ କେଶ ଝଡିବା ସମସ୍ୟା ଦେଖାଯାଉଛି । କେଶ ଝଡିବା ସମସ୍ୟାକୁ ରୋକିବା ପାଇଁ ଲୋକମାନେ ବିଭିନ୍ନ ପ୍ରକାର ବଜାରରେ ମିଳୁୂଥିବା ପ୍ରଡକ୍ଟ ଗୁଡିକ ବ୍ୟବହାର କରିଥାନ୍ତି । କିନ୍ତୁ ଏହି ସମସ୍ୟା ଦୂର ହେବା ପରିବର୍ତ୍ତେ ଅଧିକ ମାତ୍ରାରେ ଦେଖାଯାଏ ।

ଏକ ରିସର୍ଚ୍ଚ ଅନୁସାରେ ଜଣା ପଡିଛି ଯେ , କେବଳ ବୃଦ୍ଧ ବା ଯୁବକ ମାନଙ୍କର ନୁହଁ ବରଂ ଏହା ଛୋଟ ପିଲା ମାନଙ୍କ ଠାରେ ମଧ୍ୟ ଦେଖିବାକୁ ମିଳୁଛି । କେଶ ଝଡିବା ଏକ ରୋଗ ନୁହଁ , ଏହା ପଛରେ ଅନେକ କାରଣ ରହିଛି । ଆଜି ଆମେ ଆପଣ ମାନଙ୍କୁ ଜଣେଇବୁ କେଉଁ କେଉଁ ଉପାୟ ସାହାର୍ଯ୍ୟ ଆମେ ଆମର କେଶ ଝଡିବା ସମସ୍ୟାକୁ ରୋକି ପାରିବା ଏବଂ ଏହାର କାରଣ ଗୁଡିକ ବିଷୟରେ ମଧ୍ୟ ଆସନ୍ତୁ ଜାଣିବା ।

କେଶ ଝଡିବାର କାରଣ :-

1. ଅଧିକ ବୟସ ହେବା କାରଣରୁ ମୁଣ୍ଡର ବାଳ ଖସିଥାଏ ।
2. ଥାଇରଏଡ ରୋଗ ଥିଲେ ।
3. ଜେନେଟିକ ସମସ୍ୟା ଥିଲେ ।
4. ହରମୋନର ଅଧିକ କ୍ଷରଣ କାରଣରୁ କେଶ ଝଡିଥାଏ ।
5. ଅଧିକ ଚିନ୍ତାରେ ରହୁଥିଲେ ।

କେଶ ଝଡିବାର ଚିକିତ୍ସା :-

1. ଯଦି ଆପଣଙ୍କ ଠାରେ କେଶ ଝଡିବା ସମସ୍ୟା ଅଧିକ ଦେଖାଯାଉଛି , ତେବେ ପ୍ରଥମେ ଆପଣ ଡକ୍ଟରଙ୍କ ପରାମର୍ଶ ରେ ମେଡିସିନ ସେବନ କରନ୍ତୁ ।

2. ପ୍ରଥମେ ଆପଣ ଆପଣଙ୍କ କେଶ ଝଡିବାର ମୂଳ କାରଣ ବିଷୟରେ ଜାଣିବା ପାଇଁ ଚେଷ୍ଟା କରନ୍ତୁ ଏବଂ ସେହି ଅନୁସାରେ ତାର ଚିକିତ୍ସା କରିବା ଅତ୍ୟନ୍ତ ଜରୁରୀ ଅଟେ ।

3. ଏହାଛ଼଼ଡା ଆପଣ ମାନେ ଯଦି ଅଧିକ ମାନସିକ ଚିନ୍ତାରେ ରହୁଛନ୍ତି , ତେବେ ମାନସିକ ଚିନ୍ତାରୁ ସମ୍ପୂର୍ଣ୍ଣ ଦୂରେଇ ରୁହନ୍ତୁ । ଅଧିକ ମାତ୍ରାରେ ସବୁଜ ପନିପରିବା ଖାଆନ୍ତୁ ଏବଂ ଏହା ସହ ଭିଟାମିନେ E ଯୁକ୍ତ ଖାଦ୍ୟ ଖାଆନ୍ତୁ । ଏହା ଦ୍ୱାରା ଆପଣଙ୍କର କେଶ ଝଡିବା ସମସ୍ୟା ବନ୍ଦ ହୋଇଥାଏ ।

ତେଣୁ ଆପଣ ମାନେ ସର୍ବଦା ସବୁଜ ପନିପରିବା ଓ ଭିଟାମିନ E ଯୁକ୍ତ ଖାଦ୍ୟ ଖାଆନ୍ତୁ । ଏହା ସହିତ ନିୟମିତ ଭାବରେ ବ୍ୟାୟାମ କରନ୍ତୁ ଏବଂ ଆବଶ୍ୟକ ପରିମାଣରେ ପାଣିର ସେବନ କରିବା ମଧ୍ୟ ଅତ୍ୟନ୍ତ ଜରୁରୀ ହୋଇଥାଏ । ଏହା ସହିତ ଆପଣ ମାନେ ସର୍ବଦା ଚିନ୍ତାମୁକ୍ତ ରହିବା ପାଇଁ ଚେଷ୍ଟା କରନ୍ତୁ ଏବଂ ଆବଶ୍ୟକ ପରିମାଣରେ ଶରୀରକୁ ପୋଷଣ ଦିଅନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।