Hair Tips – ଆପଣାନ୍ତୁ ଏହି ଘରୋଇ ଉପାୟ, ସବୁଦିନ ପାଇଁ ମୁଣ୍ଡରୁ ଉଙ୍କୁଣି ଗାୟବ ହୋଇଯିବେ ମାତ୍ର ୧ ସପ୍ତାହରେ

0

ଆମ ପରିବେଶରେ ଅନେକ ପ୍ରାଣୀମାନେ ବାସ କରିଥାନ୍ତି , ସେହି ସଜୀବ ପ୍ରାଣୀ ମାନଙ୍କୁ ମଧ୍ୟରୁ କେତେକ ଉପଜୀବ ରହିଥାନ୍ତି । ଯାହା ମଣିଷ ସମାଜ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଥାନ୍ତି । ତେବେ ସେହି ଉପଜୀବ ମାନଙ୍କ ମଧ୍ୟରୁ ଗୋଟିଏ ହେଉଛି ଉକୁଣୀ , ଯିଏକି ଉଭୟ ପୁରୁଷ ଓ ମହିଳାଙ୍କ ପାଇଁ ସମସ୍ୟାର କାରଣ ହୋଇଥାନ୍ତି । ଏଥିରୁ ମୁକ୍ତି ପାଇଁବା ପାଇଁ ଲୋକମାନେ ମାର୍କେଟରୁ ବିଭିନ୍ନ ପ୍ରକାର କସମେଟିକ ସେମ୍ପୁ ବ୍ୟବହାର କରିଥାନ୍ତି । କିନ୍ତୁ ଏହା ଆମ କେଶ ଉପରେ ବହୁତ ଖରାପ ପ୍ରଭାବ ପକାଇଥାଏ । ତେବେ ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ଘରୋଇ ଉପାୟ ବିଷୟରେ କହିବୁ , ଯାହାର ବ୍ୟବାହର କରିବା ଦ୍ୱାରା ମାତ୍ର 2 ସପ୍ତାହ ମଧ୍ୟରେ ଆପଣଙ୍କ ମୁଣ୍ଡରୁ ସମସ୍ତ ଉକୁଣୀ ଶେଷ ହୋଇଯିବ ।

ପ୍ରସ୍ତୁତ ପ୍ରଣାଳୀ :-

ଏହି ଉପାୟଟିକୁ ପ୍ରସ୍ତିତ କରିବା ପାଇଁ ପ୍ରଥମେ ଆପଣ କିଛି ନିମ୍ୱ ପତ୍ର ନେଇ ତାକୁ ଭଲ ଭାବରେ ଧୋଇ ଶୁଖାଇ ଦିଅନ୍ତୁ । ଏହାପରେ କିଛି ସମଲେସୀ ପତ୍ର ନିଅନ୍ତୁ , ତାହାକୁ ମଧ୍ୟ ଧୋଇ ଶୁଖାଇ ଦିଅନ୍ତୁ । ଉଭୟ ପତ୍ରକୁ ଶୁଖାଇ ସାରିବା ପରେ , ସେଥିରେ କିଛି ତୁଳସୀ ପତ୍ର ଆଡ କରି ଏହାର ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ ।

କିନ୍ତୁ ଧ୍ୟାନ ରଖନ୍ତୁ ଏହି ପେଷ୍ଟକୁ ପ୍ରସ୍ତତ କରିବା କରିବା ସମୟରେ ପାଣିର ବ୍ୟବହାର କରନ୍ତୁ ନାହିଁ । ବର୍ତ୍ତମାନ ସେହି ପେଷ୍ଟକୁ 200 ml ନଡିଆ ତେଲରେ ଭଲ ଭାବରେ ମିକ୍ସ କରି ଦିଅନ୍ତୁ ।ଏହାପରେ ଆପଣ ସେହି ପେଷ୍ଟକୁ 2 ରୁ 3 ଘଣ୍ଟା ପର୍ଯ୍ୟନ୍ତ ଥଣ୍ଡା ସ୍ଥାନରେ ରଖି ଦିଅନ୍ତୁ । ଏହାକୁ 2 ରୁ 3 ଘଣ୍ଟା ପର୍ଯ୍ୟନ୍ତ ଥଣ୍ଡା ସ୍ଥାନରେ ରଖିବା ପରେ , ଏହାକୁ ଆଣି ଉଷମ କରନ୍ତୁ । ଆପଣ ଚାହିଁଲେ , ସେହି ପେଷ୍ଟକୁ ସୂର୍ଯ୍ୟକିରଣରେ ମଧ୍ୟ ଉଷମ କରିପାରିବେ । ଏଥିରେ ଏବେ ଦୁଇଟି କର୍ପୂର ଆଡ କରନ୍ତୁ , ଏହାକୁ ମିକ୍ସ ଏହା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ । ସମ୍ପୂର୍ଣ୍ଣ ଭାବରେ ମିକ୍ସ ହୋଇ ସାରିବା ପରେ ଏହାକୁ ବ୍ୟବହାର କରନ୍ତୁ ।

ବ୍ୟବହାର ପ୍ରଣାଳୀ :-

ଆପଣ ସେହି ତେଲକୁ ଗୋଟିଏ ସପ୍ତାହରେ ଦୁଇଥର ବ୍ୟବହାର କରନ୍ତୁ , ଚୁଟିରେ ଏହାକୁ ଲଗାଇବା ପୂର୍ବରୁ ଟିକିଏ ଉଷୁମ କରି ଚୁଟିର ମୂଳରେ ମାଲିସ କରନ୍ତୁ । ଏହି ପରି ଆପଣ ଦୁଇ ସପ୍ତାହ ଏହି ପେଷ୍ଟକୁ ବ୍ୟବହାର କରନ୍ତୁ । ଦେଖିବେ ଆପଣଙ୍କ ମୁଣ୍ଡରୁ ସମ୍ପୂର୍ଣ୍ଣ ଭାବରେ ଉକୁଣୀ ମରିଯିବ , ଆଉ କେବେହେଲେ ଉକୁଣୀର ସମସ୍ୟା ରହିବ ନାହିଁ । ଏହି ଘରୋଇ ଉପାୟ ବ୍ୟବହାର କରିବା ଦ୍ୱାରା ଆପଣଙ୍କ କେଶରେ କୌଣସି ସାଇଟ ଇଫେକ୍ଟ ହେବ ନାହିଁ । ଏହା ସମ୍ପୂର୍ଣ୍ଣ ପ୍ରାକୃତିକ ଉପଚାର ଅଟେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।