ବନ୍ଧୁଗଣ ମାନବ ପ୍ରେମୀ ତଥା ସମାଜସେବୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ଘଟଣା ଏକ ରହସ୍ୟ ଘେରରେ ରହି ଯାଇଛି।ଏହି ମୃତ୍ୟୁ ଘଟଣାକୁ ଅନେକ ମାସ ବିତି ଯାଇଥିବା ବେଳେ ଏହାକୁ ନେଇ ଏକ ସନ୍ତୋଷ ଜନକ ମୃତ୍ୟୁ କାରଣ ସାମ୍ନାକୁ ଆସି ପାରି ନାହିଁ। ତେବେ ଏହାକୁ ନେଇ ଅନେକ ବୟାନ ବାଜି ହୋଇଥିଲେ ସୁଦ୍ଧା ଆଦିତ୍ୟ ଙ୍କ ପରିବାର କୌଣସି ନିଷ୍କର୍ଷ ରେ ପହଞ୍ଚି ପାରି ନାହାଁନ୍ତି। ଏହାର ପ୍ରକୃତ କାରଣ କଣ ତାହା ସାମ୍ନାକୁ ଆସି ପାରି ନାହିଁ। ତେବେ ଅନେକ ଜଣ ଏଥିରେ ଆଦିତ୍ୟ ଙ୍କ ପତ୍ନୀ ଙ୍କୁ ଦୋଷାରୋପ କରୁଥିଲେ ସୁଦ୍ଧା ତାଂକ ବିରୋଧରେ କୌଣସି ପ୍ରମାଣ ମିଳି ପାରି ନାହିଁ। ଶେଷରେ ସବୁ ମାମଲା ଭଳି ଏହି ମାମଲା ବି ନିରବୀ ଯାଇଛି।
ତେବେ ଏହି ଘଟଣାକୁ ଅନେକ ଦିନ ବିତି ଯାଇଥିବା ବେଳେ କିଛି ଦିନ ନିରବ ରହିବା ପରେ ପୁଣି ଏବେ ଚର୍ଚ୍ଚାକୁ ଆସିଛନ୍ତି ଆଦିତ୍ୟ ଦାସ ଙ୍କ ପତ୍ନୀ ବିଦ୍ୟାଶ୍ରୀ। ଆପଣ ଜାଣିଛନ୍ତି ସନ୍ଦେହ ଜନକ ସ୍ଥିତିରେ ମୃତ୍ୟୁ ଘଟିଥିବା ମାନବ ପ୍ରେମୀ ତଥା ସମାଜସେବୀ ଆଦିତ୍ୟ ଦାସଙ୍କ ପତ୍ନୀ ବିଦ୍ୟାଶ୍ରୀ ନିକଟରେ ଏକ ନିର୍ଦ୍ଦିଷ୍ଟ ଟିଭି ଚ୍ୟାନେଲ ର ଏକ ଶୋ ରେ ଏକ ମନ୍ତବ୍ୟ ରଖି ବିଭିନ୍ନ ବ୍ୟକ୍ତି ବିଶେଷ, ସଂଗଠନ ଏବଂ ରେଳବାଇ ପୋଲିସ୍ ବିରୋଧରେ ଆକ୍ଷେପ କରିଥିଲେ। ତାଙ୍କ ମତରେ ଜିଆରପି ପୋଲିସ୍ ଠିକ୍ ଭାବେ ତଦନ୍ତ କରୁ ନ ଥିବାରୁ ତାଙ୍କ ଉପରକୁ ଲୋକେ ଆଙ୍ଗୁଠି ଉଠାଉଛନ୍ତି ବୋଲି ସେ ସିଧାସଳଖ ଅଭିଯୋଗ କରିଥିଲେ।
ତେବେ ଅନେକ ସମୟରେ ବିଦ୍ୟାଶ୍ରୀଙ୍କୁ ଅନେକ ପ୍ରଶ୍ନ ଏବଂ ଆକ୍ଷେପ ର ସାମ୍ନା କରିବାକୁ ପଡ଼ୁଛି। ଯେମିତି ଏବେ ତାଙ୍କୁ ନେଇ ଏକ ଖବର ସାମ୍ନାକୁ ଆସିଛି ଯେ କୋର୍ଟରୁ କେଶ୍ ପ୍ରତ୍ୟାହାର କଲେ ବିଦ୍ୟାଶ୍ରୀ।ଏହି ଖବରଟି ଏବେ ଅଧିକାଂଶ ପୋର୍ଟାଲ ଚ୍ୟାନେଲ, ଖବର କାଗଜ ଏବଂ କିଛି ଲୋକଙ୍କ ଫେସ୍ ବୁକ୍ ରେ ପୋଷ୍ଟ ହେଉଥିବା ଦେଖିବାକୁ ମିଳୁଛି। ଏହାପରେ ଅନେକ ଜଣ ତାଙ୍କୁ ଫୋନ୍ କରି ମେସେଜ କରି ପଚାରିଥିଲେ ଯେ ଆପଣ କେଶ୍ କାହିଁକି ପ୍ରତ୍ୟାହାର କଲେ, ଆପଣ କଣ ଚାହୁଁ ନାହାଁନ୍ତି କି ଆଦିତ୍ୟଙ୍କୁ ନ୍ୟାୟ ମିଳୁ? ଏହାପରେ ବାଧ୍ୟ ହୋଇ ବିଦ୍ୟାଶ୍ରି ଲାଇଭ ଆସି କହିଛନ୍ତି ଯେ ଏହା ସମ୍ପୂର୍ଣ୍ଣ ମିଛ କଥା ଏବଂ ଗୁଜବ ଅଟେ।
ଆଦିତ୍ୟ ଙ୍କ ମୃତ୍ୟୁକୁ ନେଇ କୋର୍ଟରେ ମାମଲା ଏବେବି ଚାଲିଛି। ଏପରି ଗୁଜବ କରି ତାଙ୍କୁ ନିନ୍ଦିତ ଏବଂ ବଦନାମ ନ କରିବାକୁ ସେ ଏପରି କରୁଥିବା ଲୋକଙ୍କୁ ଅନୁରୋଧ କରିଛନ୍ତି। ତେବେ ଆପଣଙ୍କୁ କହି ରଖୁଛୁ ଯେ ଗତ ବର୍ଷ ଜୁଲାଇ ୭ ତାରିଖରେ ଭୁବନେଶ୍ୱର ଲିଙ୍ଗରାଜ ଷ୍ଟେସନ୍ ରେଳ ଲାଇନ୍ରୁ ଆଦିତ୍ୟଙ୍କ ମୃତଦେହ ମିଳିବା ପରେ ତାହା ଆତ୍ମହତ୍ୟା ନା ହତ୍ୟା ତାକୁ ନେଇ ଚାଲିଛି ବିବାଦ। ବିଦ୍ୟାଶ୍ରୀଙ୍କୁ ବାହା ହେବାର ଗୋଟିଏ ମାସ ପୂରି ନଥିବା ବେଳେ ଆଦିତ୍ୟଙ୍କ ମୃତ୍ୟୁ ଘଟିଥିଲା।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।