ବନ୍ଧୁଗଣ ଆପଣ ଅନେକ ପକ୍ଷୀ ବିଷୟରେ ଜାଣିଥିବେ ନିଶ୍ଚିତ |କେତେକ ପକ୍ଷୀ ଆମ ପାଇଁ ଶୁଭ ହୋଇଥିବା ସମୟରେ ଅନ୍ୟ କେତେକ ଆମ ପାଇଁ ଅଶୁଭ ହୋଇଥାଏ |ଆପଣ କୁଆ ପକ୍ଷୀ ବିଷୟରେ ବହୁତ କିଛି ଜାଣିଥିବେ, ଏହି କୁଆ ସବୁ ପକ୍ଷୀ ମାନଙ୍କ ମଧ୍ୟରୁ ବହୁତ ଚତୁର ବୋଲି କୁହାଯାଏ | କୁଆ ସବୁବେଳେ ଅଶୁଭ ବୋଲି ଆମେ କହିଥାଉ, ହିନ୍ଦୁଶାସ୍ତ୍ର ଅନୁସାରେ କୁଆ କୁ ଅଶୁଭ ବୋଲି ମାନଯାଏ |ହେଲେ ବନ୍ଧୁଗଣ କୁଆ ସର୍ବଦା ଅଶୁଭ ନୁହଁ, ଏହା କେତେକ କ୍ଷେତ୍ରରେ ଆମ ପାଇଁ ଶୁଭ ହୁଇଥାଏ,ଭବିଷ୍ୟତ ରେ ଘଟିବାକୁ ଯାଉଥିବା ସମସ୍ୟା ବିଷୟରେ ଆମକୁ ଆଗୁଆ ସଂକେତ ଦେଈଥାଏ |
ଆମ ଘରକୁ ଆସିବାକୁ ଥିବା ଅତିଥି ବିଷୟରେ ସୂଚନା ଦେବା ପାଇଁ ସେ କାହା ଚାଳରେ ବସି କିମ୍ବା ଛାତରେ ବସି ରାବ ଦେଇଥାଏ, ଏହିଥିରୁ ଜାଣିବା ଯେ ଅତିଥି ଆଗମନର ସମ୍ଭାବନା ରହିଛି |କୁଆ ଶରୀର ରେ ପିତୃ ପୁରୁଷଙ୍କ ଅବସ୍ଥାନ ବୋଲି କୁହାଯାଏ, ଏବଂ ପିତୃପୁରୁଷଙ୍କ ପାଇଁ ବଢ଼ା ଯାଇଥିବା ପିଣ୍ଡ କୁଆ ଖାଇଲେ ପିତୃପୁରୁଷ ଆତ୍ମା ଶାନ୍ତି ପାଏ ବୋଲି ବିଶ୍ୱାସ କରାଯାଏ |ଯଦି ଆମେ ଧର୍ମ ଗ୍ରନ୍ଥ କିମ୍ବା ପୁରାଣର କଥା କହିବା ସେଥିରୁ ଜଣାଯାଏ ଯେ କୁଆ ଅମୃତ ଖାଇଥିବାରୁ ତାର ସ୍ୱାଭାବିକ ମୃତ୍ୟ ହୋଇନଥାଏ |
ଏପରି କୁହାଯାଏ ଯେ କୁଆ ପ୍ରତ୍ୟେକ କ୍ଷେତ୍ରରେ ଆମକୁ ଅନେକ ସଂକେତ ଦେଇଥାଏ |ଯଦି ପାଣି ଭର୍ତି ମାଠିଆ କିମ୍ୱା ଅନ୍ୟ କୌଣସି ପଦାର୍ଥ ଉପରେ କୁଆ ବସେ ତାହାକୁ ଅତ୍ୟନ୍ତ ଶୁଭ ମାନଯାଏ |ଏହା ଦର୍ଶାଇଥାଏ ଯେ ଆପଣଙ୍କ ଭାଗ୍ୟ ଉଦୟ ହେବାସହ ଧନର ବର୍ଷା ମଧ୍ୟ୍ୟ ହୋଇଥାଏ |କୁଆ ଯଦି ତା ଥଣ୍ଟରେ ରୁଟି କିମ୍ବା ମାଂସ ଟୁକୁରା ଧରି ଆସିଥାଏ ତେବେ ଏହାକୁ ଖୁସି ଖବର ଆସିବାର ସମ୍ଭାବନା ରହିଛି ବୋଲି ଜଣାଯାଏ |ଏହି ସଂକେତ ରୁ ଜଣାଯାଏ ଯେ ଏହା ଆପଣଙ୍କ ମନସ୍କାମନା ପୂର୍ଣ୍ଣ ହେବାର ସମ୍ଭାବନା ରହିଥାଏ |
ଅନେକ ସମୟରେ ଆପଣ ଦେଖିବାକୁ ପାଉଥିବେ ଯେ ବହୁତ ଗୋଡ଼ିଏ କୁଆ ଏକାଠି ରାବି ବାର ଆପଣ ଶୁଣିଥିବେ, ହେଲେ ଏହାକୁ ଅଶୁଭ ବୋଲି ଦର୍ଶାଯାଏ| ଏହି କୁଆ ଯେକୌଣସି ସ୍ଥାନରେ କିମ୍ବା ସହରରେ ରାବିବାର ଶୁଣନ୍ତି ତେବେ ସେହି ସ୍ଥାନରେ କିଛି ବଡ ବିପଦ ଆସିବାର ସମ୍ଭାବନା ରହିଥାଏ |ଏହି କୁଆ ଯଦି କୌଣସି ବ୍ୟକ୍ତି ଉପରେ ବସିଥାଏ ତେବେ ସେହି ବ୍ୟକ୍ତିଙ୍କର ଧନ ଓ ସମାନ୍ନ ହାନି ହୋଇଥାଏ ଏବଂ ମୃତ୍ୟ ତୁଲ୍ୟ କଷ୍ଟ ଭୋଗ କରିବାକୁ ପଡିଥାଏ |କୁଆ ଯଦି କୌଣସି ମହିଳା ଉପରେ ବସେ ତେବେ ତାଙ୍କ ସ୍ୱାମୀଙ୍କୁ ଗମ୍ଭୀର ସଂକଟର ସମ୍ମୁଖୀନ ହେବାକୁ ପଡିଥାଏ ବୋଲି ବିଶ୍ୱାସ ରହିଥାଏ |
ଯଦି ଆପଣ କୌଣସି ଜାଗାକୁ ବାହାରି ଯାଉଛନ୍ତି, ସେହି ସମୟରେ କୁଆ ଉଡି ଆସି ଆପଣଙ୍କ ପାଦତଳେ ବସିପଡୁଛି ତେବେ ଏହାକୁ ଅତ୍ୟନ୍ତ ଶୁଭ ବୋଲି ଦର୍ଶାଯାଏ |ଏହା ଦ୍ଵାରା ବ୍ୟକ୍ତି ଜୀବନରେ ଅନେକ ସଫଳତା ପାଇଥାଏ |କୁଆ ଯଦି କୌଣସି ବ୍ୟକ୍ତି ଉପରେ ମଳ ତ୍ୟାଗ କରେ କିମ୍ବା ମୁଣ୍ଡ ଉପରେ ବସିଥାଏ ତେବେ ସେହି ବ୍ୟକ୍ତିଙ୍କର ଦୁରଦିନ ଆସିଲା ବୋଲି ଦର୍ଶାଇ ଥାଏ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।