ଲିଙ୍ଗରାଜ ମନ୍ଦିର ଚୂଳିରେ କାହିଁକି ତ୍ରିଶୂଳ ବଦଳରେ ଲାଗିଛି ଧନୁ,କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ…

0

ଭାରତର ଲୋକମାନେ ଅତ୍ୟନ୍ତ ଇଶ୍ୱର ବିଶ୍ୱାସି ଅଟନ୍ତି ଏବଂ ସର୍ବଦା ସେମାନଙ୍କ ମନରେ ଇଶ୍ୱରଙ୍କ ପ୍ରତି ଭଲ ପାଇବା ରହିଥାଏ । ଏହା ଛଡା ଇଶ୍ୱରଙ୍କ ଅଲୌକିକ କାହାଣୀ ସମ୍ପର୍କରେ ଜାଣିବା ପାଇଁ ଆଗ୍ରହୀ ହୋଇଥାନ୍ତି । ସମସ୍ତ ରାଜ୍ୟ ଗୁଡିକରେ ଅନେକ ମନ୍ଦିର ଦେଖିବାକୁ ମିଳିଥାଏ ଏବଂ ଭକ୍ତ ମାନଙ୍କର ମଧ୍ୟ ବହୁତ ଭିଡ ହୋଇଥାଏ । ଏ ଦୁନିଆରେ ଏମିତି କିଛି ରହସ୍ୟମୟ ଜିନିଷ ରହିଛି ଯାହା ବିଷୟରେ ଜାଣିବା ପାଇଁ ଆମେ ଇଚ୍ଛା ପ୍ରକାଶ କରିଥାଉ ।

ଆମ ଓଡିଶାରେ ମଧ୍ୟ ଏମିତି କିଛି ରହସ୍ୟମୟ ମନ୍ଦିର ରହିଛି ଯାହା ବିଷୟରେ ଅଧିକାଂଶ ଲୋକ ଏବେ ଜାଣି ନାହାନ୍ତି । ସେହି ପ୍ରମୁଖ ମନ୍ଦିରଟି ହେଉଛି ଦେବ ଦେବ ଭଳାନାଥଙ୍କର ଲିଙ୍ଗରାଜ ମନ୍ଦିରଟି ଅନ୍ୟତମ । ତେବେ ଆସନ୍ତୁ ଜାଣିବା ସେହି ମନ୍ଦିରର ରହସ୍ୟମୟ କାହାଣୀ ସମ୍ପର୍କରେ ।

ଆପଣମାନେ ଜାଣିଛନ୍ତି କି ଓଡିଶାର ରାଜଧାନୀ ଭୁବନେଶ୍ୱରରେ ପ୍ରମୁଖ ଲିଙ୍ଗରାଜ ମନ୍ଦିର ଅବସ୍ଥିତ , ଯାହା ସ୍ୱତନ୍ତ୍ର କାରୁକାର୍ଯ୍ୟ ଓ ଇତିହାସ ପାଇଁ ସାରା ବିଶ୍ୱରେ ପ୍ରସିଦ୍ଦ ଅଟେ । ଆପଣମାନେ ଜାଣିଥିବେ ପ୍ରତ୍ୟେକ ଶିବ ମନ୍ଦିରର ଅଗ୍ରଭାଗରେ ତ୍ରିଶୂଳ ଚିହ୍ନ ରହିଥାଏ କିନ୍ତୁ ଆପଣମାନେ ଲକ୍ଷ୍ୟ କରିଥିବେ ଏହି ଲିଙ୍ଗରାଜ ମନ୍ଦିରର ଚୂଳିରେ ତ୍ରିଶୂଳ ପରିବର୍ତ୍ତେ ଏକ ଧନୁ ରହିଛି । ତେବେ ଆସନ୍ତୁ ଜାଣିବା ଏହାର କାରଣ କଣ ହୋଇ ପାରେ ।

ଇତିହାସ ଅନୁସାରେ ଏହା ମନ୍ଦାର ମାଳିନୀ ସହର ଭାବରେ ପରିଚିତ ଏବଂ ଏହି ମନ୍ଦିରର ଉଚ୍ଚତା 16 ଫୁଟ ବୋଲି କୁହାଯାଇଛି । ମନ୍ଦିରରର ଉପରକୁ 8 ଫୁଟ ରହିଥିବା ବେଳେ ତଳକୁ 8 ଫଉଟ ରହିଛି ।

କେହିକେହି କହିଛନ୍ତି ଯେତେବେଳେ ଏହା ଶିବ ମନ୍ଦିର ଥିଲା ସେତେବେଳେ ଏହାର ଚୂଳିରେ ତ୍ରିଶୂଳ ରହିଥିଲା କିନ୍ତୁ ଯେତେବେଳେ ଏହା ଶିବ ଓ ନାରାୟଣଙ୍କ ମନ୍ଦିର ହୋଇଛି ସେବେଠାରୁ ଏହି ମନ୍ଦିରର ଚୂଳିରେ ଧନୁ ସ୍ଥାପନ କରାଯାଇଛି । କେହି କେହି ଏହା ମଧ୍ୟ କହିଛନ୍ତି କି ତ୍ରିଶୂଳଟି ଅଧା ଭାଙ୍ଗିଯାଇ ଧନୁ ଆକାର ଧାରଣ କରିଛି ।

ଏହା ପଛରେ ଏକ ଛୋଟ କାହାଣୀଟିଏ ରହିଛି ଏକଦା ବିଶ୍ୱକର୍ମା ନିଜ ହାତରେ ଦୁଇଟି ଧନୁ ନିର୍ମାଣ କରିଥିଲେ ଏବଂ ସେଥି ମଧ୍ୟରୁ ଗୋଟିଏ ଧନୁ ଶିବଙ୍କୁ , ଯାହାର ନାମ ହେଉଛି ତ୍ରିତଣ ଅନ୍ୟ ଧନୁଟି ବିଷ୍ଣଙ୍କୁ ଦେଇଥିଲେ ଯାହାର ନାମ ହେଉଛି ସାରଙ୍ଗ ।

ସେ କହିଲେକି ଉଭୟଙ୍କ ମଧ୍ୟରେ ଗୋଟିଏ ଯୁଦ୍ଦ ହେଉ ଏବଂ କିଏ ଏହାର ବିଜେତା ହେବ ଜଣାଯିବ । କିନ୍ତୁ ବ୍ରହ୍ମା କହିଲେ ହର ଏବଂ ଶିବଙ୍କ ମଧ୍ୟରେ ଯୁଦ୍ଦ ହେଲେ ପୃଥିବୀ ଧ୍ୱସଂ ହୋଇଯିବ । ଏହା ଶୁଣିବା ପରେ ଶିବ ତାଙ୍କ ହାତରୁ ଧନୁକୁ ତଳେ ପକାଇଦେଲେ , ଯାହା ଏବେ ଲିଙ୍ଗରାଜ ମନ୍ଦିରରେ ରହିଛି । ଏହାର ସଠିକ କାରଣ ଏପର୍ଯ୍ୟନ୍ତ ଜଣା ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।