ଆପଣେଇ ନେଲେ swaraj ଏହି ମହାନ କାମ ପାଇଁ ସାରା ଓଡ଼ିଶାବାସୀ ଆଜି ତାଙ୍କ ଉପରେ ଗର୍ବିତ…ଦେଖନ୍ତୁ ଭିଡ଼ିଓ

0

ବର୍ତ୍ତମାନର କରନା ଭଳି ସଂକଟମୟ ସ୍ଥିତି ରେ ଅନେକ ଲୋକ ମୃତ୍ୟୁବରଣ କରିଛନ୍ତି। ତେବେ ଏହା ଏକ ମହା ସଂକ୍ରମଣ ରୋଗ ହୋଇଥିବାରୁ, ଅନ୍ତିମ ସତ୍କାର କରିବା ପାଇଁ ମଧ୍ୟ ନିଜ ଲୋକ ଆସୁନାହାନ୍ତି। କେତେ ଯେ ପରିବାର ଉଜୁଡି ଗଲାଣି, କେତେ ପିଲାଙ୍କୁ ତାଙ୍କ ବାପା ମାଆ ଛୋଡେଇ ଅନାଥ କରିଦେଲାଣି, ତାର କିଛି ହିସାବ ନାହିଁ। ବର୍ତ୍ତମାନ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି, ଯେ ଜଣେ ଜଣଙ୍କୁ ସାହାଯ୍ୟ କରିବା ପାଇଁ କୁଣ୍ଠାବୋଧ କରୁଛନ୍ତି।

ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ କିଛି ଦିନ ପୂର୍ବରୁ ଭୋଗରାଇ ରେ ଗୋଟିଏ ପରିବାରର ରେ ବାପା ମାଆ ଉଭୟ , କରନାରେ ପ୍ରାଣ ହରାଇଥିଲେ। ଏବଂ ତାଙ୍କର ଦୁଇ ପିଲା ଜଣେ ୭ ଆଉ ଜଣେ ୨ ବର୍ଷର ଅନାଥ ହୋଇଯାଇଛନ୍ତି। ଏଭଳି ସ୍ଥିତିରେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ସୁପରଷ୍ଟାର ସ୍ୱରାଜ ବାରିକ ଏହି ପିଲାଟିର ସମସ୍ତ ଦାୟିତ୍ୱ ବହନ କରିବେ ବୋଲି କହିଛନ୍ତି, ତେବେ ଆସନ୍ତୁ ଜାଣିବା କଣ ରହିଛି ପ୍ରକୃତ ଘଟଣା;

ବନ୍ଧୁଗଣ ଓଡିଆ କଳାକାର ସ୍ୱରାଜ ସାମନ୍ତରାୟକୁ ଆପଣମାନେ ନିହାତି ଜାଣିଥିବେ। ସେ ଜଣେ ଭଲ କଳାକାର ଭାବରେ ଓଲ୍ଲୀଉଡ଼ ଇଣ୍ଡ୍ରଷ୍ଟିରେ ପାଦ ଥାପିଥାପିଛନ୍ତି। ସେ ଛୋଟ ବେଳୁ ଅନେକ ଚଳଚ୍ଚିତ୍ର ବା ମେଗା ସିରିଏଲରେ ଶିଶୁ କଳାକାର ଭାବରେ ଅଭିନୟ କରି ସମସ୍ତଙ୍କ ମନ କିଣି ନବା ସହିତ ଭଲ କଳାକାର ଭାବରେ ପରିଚିତ ହୋଇଛନ୍ତି। ଦର୍ଶକ ମାନେ ଏବେ ମଧ୍ୟ ଟିଭି ପରଦାରେ ତାଙ୍କୁ ଦେଖୁଛନ୍ତି। ବର୍ତ୍ତମାନ ସ୍ୱରାଜ ଅଲିଉଡ଼ ଇଣ୍ଡଷ୍ଟ୍ରିରେ ଭଲ ଯୁବ ନେତା ଭାବେ ପରିଚିତ ହୋଇଛନ୍ତି। ସ୍ୱରାଜ ଏଭଳି ଏକ କାମ କରିଛନ୍ତି ଯାହାକି ସାରା ଓଡିଶା ତାଙ୍କ ଉପରେ ବହୁତ ଗର୍ବ ଅନୁଭବ କରିବା ସହିତ ବହୁତ ପ୍ରଶଂସା ମଧ୍ୟ କରିଛନ୍ତି।

ବାଲେଶ୍ୱର ଜିଲ୍ଲା ଭୋଗରାଇ ଅଂଚଳର କ୍ରିଷ୍ଣା ଏବଂ ତାଙ୍କର ଗୋଟେ ଛୋଟ ଭାଇ ବାସ କରନ୍ତି। ମା ଓ ବାପାଙ୍କୁ ହରେଇଥିବା କ୍ରିଷ୍ଣା ଓ ତାର ୩ ମାସର ସାନ ଭାଇର ଦାୟିତ୍ୱ ନେଇଛି। ଏତେ କମ ବୟସରେ ତାର ସାନ ଭାଇର ଦାୟିତ୍ୱ ନେଇ ତାକୁ ମଣିଷ କରିବାର ସ୍ବପ୍ନ ଦେଖୁଛି। ଏହି ଘଟଣାଟି ଖୁବ ଜୋରରେ ସୋସିଆଲ ମିଡ଼ିଆର ଭାଇରଲ ହବା ସହିତ ଅନେକ ଚ୍ୟାନେଲରେ ମଧ୍ୟ ପ୍ରସାରଣ ହୋଇଛି। ଏହି ପ୍ରସାରଣ ହେବା ପରେ ସେହି କୁନି କୁନି ପିଲା ମାନଙ୍କୁ କୌଣସି ସରକାରୀ ସୁବିଧା ନ ମିଳିବା ସହିତ କୌଣସି ଲୋକ ମାନଙ୍କର ସୁବିଧା ମଧ୍ୟ ମିଳିନଥିଲା।

ଏହି ଖବର ଶୁଣି ସ୍ୱରାଜ ସେହି ଛୋଟ ଛୋଟ ପିଲାଙ୍କ ଦାୟିତ୍ୱ ନବ ବୋଲି ନିଷ୍ପତ୍ତି ନବା ସହିତ ତାଙ୍କୁ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ ଏବଂ ତାଙ୍କୁ ସ୍ଥାବର ଆସ୍ତାବର ସାହାଯ୍ୟ ତାଙ୍କୁ ଯୋଗାଇ ଦେବେ ବୋଲି କହିଛନ୍ତି। ପାଠ ପଢା ଠାରୁ ଆରମ୍ଭ କରି ସୁବିଧା ଓ ଅସୁବିଧାର ଦାୟିତ୍ୱ ମଧ୍ୟ ନେଇଛନ୍ତି। ଏହି ଖବର ଶୁଣି ଲୋକମାନେ ସ୍ୱରାଜଙ୍କୁ ବହୁତ ପ୍ରଶଂସା କରିବା ସହିତ ତାଙ୍କ ଉପରେ ମଧ୍ୟ ବହୁତ ଖୁସି ହୋଇଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।