ଆର୍ୟନ୍ ଙ୍କ ଓକିଲଙ୍କ ବିତଣ୍ଡାଯୁକ୍ତି ଆଉ NCB ଓକିଲ ଅନିଲ ଜବାବ୍ ମୁହଁ ଚୁପ୍ କରିଦେଲା, ପୁଅ ବେଲ୍ ପାଇଁ ଏମିତି ଭୟରେ ଶାହାରୁଖ…

ବଲିଉଡର ସୁପଷ୍ଟାର ସାହାରୁଖ ଖାନ ଙ୍କ ପୁଅ ଆର୍ୟନ ଖାନ ଡ୍ରଗ୍ସ କାରବାର ମାମଲା ଧୀରେ ଧୀରେ ନୂଆ ମୋଡ ନେଉଛି । ସରି ନାହିଁ ଓକିଲ ମାନଙ୍କର ଚୁକ୍ତି , ଗୋଟେପଟେ ଆସିଷ୍ଟାଣ୍ଡ ସଲିସିଟର ଜେନେରାଲ , ଯିଏକି ଏନସିବି ର ପକ୍ଷ ରଖିଛନ୍ତି । ସେ ଦେଉଛନ୍ତି ଗୋଟିଏ ପରେ ଗୋଟିଏ ଦମଦାର ଦଲିଲ , ଆଉ ଅନ୍ୟପଟେ ସାହାରୁଖ ଖାନ ଙ୍କ ଓକିଲ ସତିଶ୍ ମାନସିଂଦେ ଆଉ ଅମିତ ଦେଶାଇ । ଯିଏକି ସଲମନ ଖାନ କୁ ଉଟେନଣ୍ଡ୍ରନ ଡ୍ରାଇଭ ରେ ବଞ୍ଚାଇଥିଲେ ସେ ମଧ୍ୟ ରଖୁଛନ୍ତି ତାଙ୍କ ପକ୍ଷର ଯୁକ୍ତି । ତେବେ ଆସନ୍ତୁ ଜାଣିବା କିଏ କେଉଁ ଯୁକ୍ତି ରଖୁଛନ୍ତି ସାହାରୁଖ ଖାନ ଙ୍କ ପୁଅକୁ ବଞ୍ଚାଇବା ଆଉ ଜେଲ ରେ ଅଟକାଇବା ପାଇଁ ।

ଅମିତ ସିଂ କହିଛନ୍ତି ସାହାରୁଖ ଖାନ ଙ୍କ ପୁଅ ଏବଂ ତାଙ୍କ ବନ୍ଧୁ ମାନେ ଡ୍ରଗ ପାଟିରେ ଡ୍ରଗ୍ସ ସେବନ କରାଯିବ ବୋଲି ସେମାନେ ଜାଣିଥିଲେ । ଏହା ପୂର୍ବରୁ ସେମାନଙ୍କ ପାଖରେ ଡ୍ରଗ୍ସ କଞ୍ଜକସନ କଲାଭଳି କ୍ୱାଣ୍ଟିଟି ର ଡ୍ରଗ୍ସ ମଧ୍ୟ ରହିଥିଲା । ଯାହାକି 6 ଗ୍ରାମର ଚୋରକ୍ସ ଥିଲା , ଯାହାକି ଅଲବାଜ ନରଚେଣ୍ଡ ଙ୍କ ଜୋତାରୁ ବାହାରିଥିଲା । ଦ୍ୱିତୀୟ ଦଲିଲ ସେ ରଖିଛନ୍ତି , ଯେ ଏହି ବିଷୟରେ ଅନେକ ସାରା ତଦନ୍ତ ମଧ୍ୟ କରାଯାଉଛି । ଯେଉଁଥିରେ ଏହାର ଫାଇନାନ୍ସିଆଲ ଟ୍ରାଞ୍ଜାକ୍ସନ ବା ଟଙ୍କା ନେଣ ଦେଣର କଥା ବି ଉଠୁଛି ।

ଅନ୍ୟପଟେ ଆର୍ୟନଙ୍କ ଓକିଲ କଥା ଦେଖାଯାଏ , ତେବେ ସିନିଅର କାଉନସିଲ ଅମିତ ଦେଶାଇ କହିଥିଲେ ଯେ ଏ ଘଟଣାରେ ସାହାରୁଖ ଖାନ ଙ୍କ ପୁଅ ଏଥିରେ ସଂପୃକ୍ତ ନୁହନ୍ତି । ଏହା ସହିତ ମଧ୍ୟ ଅମିତ ଦେଶାଇ କହିଛନ୍ତି ଯେ ଅନେକ ସାରା ଦେଶରେ ଡ୍ରଗ୍ସ କଞ୍ଜକସନ ଲିଗାଲ ଅଟେ । ଏହା ସହିତ ସେ ବିଦେଶରେ ମଧ୍ୟ ଡ୍ରଗ୍ସ ସେବନ କରିଛନ୍ତି , ତେବେ ଏହାର ଅର୍ଥ ନୁହେଁ ଯେ ଭାରତରେ ତାଙ୍କୁ ଏମିତି କଡା ଆଇନରେ ଛନ୍ଦି ଦିଆଯିବ । ବର୍ତ୍ତମାନ ସୁଦ୍ଦା ସାହାରୁଖ ଖାନ ଙ୍କ ପୁଅ ଯେତିକି ହଇରାଣ ହେଲେଣି , ଯାହା ତାଙ୍କୁ ଶିକ୍ଷା ଦେବା ଯଥେଷ୍ଟ ଏବଂ ସେ ଶିକ୍ଷା ସେ ପାଇ ସାରିଛନ୍ତି ।

ଏହା ସହିତ ଅମିତ ଦେଶାଇ କହିଛନ୍ତି ଯେ ଶାହାରୁଖ ଖାନ ଙ୍କ ପୁଅ ତାଙ୍କ ପାଖରେ କୌଣସି କ୍ୟାସ ନଥିଲା ଏହି ଡ୍ରଗ୍ସ କିଣିବାକୁ । ତା ସହିତ ସେ ଜାଣି ନଥିଲେ ଏହାକୁ କେମିତି କନଜ୍ୱ୍ୟୁମ କରନ୍ତି ଏବଂ କିଏ ଏହାକୁ ବିକ୍ରି କରୁଛି । ତେଣୁ ସାହାରୁଖ ଖାନ ଙ୍କ ପୁଅ ନିର୍ଦ୍ଦୋଶ ଅଟନ୍ତି , ଏହା ସହ ଅମିତ ଦେଶାଇ କହିଥିଲେ ଏନସିବି ଅନେକ ସାରା ଆରେଷ୍ଟ କରୁଛି ଏବଂ ଅଯଥା ଆର୍ୟନ ଖାନ ଙ୍କ ସମୟ ବରବାଦ କରୁଛି ।

ତେବେ ଗୁରୁବାର କୁ ଘୁଞ୍ଚାଇ ଦିଆଯାଇଛି ତାଙ୍କ ବେଲ ଶୁଣାଣିର ପରବର୍ତ୍ତୀ ତାରିଖ , ଏବଂ ଗୁରୁବାର ହିଁ ଜଣା ପଡିବ ଆର୍ୟନ୍ ଙ୍କୁ ବେଲ ମିଳିବ ନା ଜେଲରେ ସମୟକୁ ଅତିବାହିତ କରିବେ । ତେବେ ଏଥିଲା ଉଭୟ ପକ୍ଷର ଓକିଲଙ୍କ ଯୁକ୍ତିତର୍କ , ତେବେ ଦେଖିବାକୁ ବାକି ରହିଛି କାହାର ଯୁକ୍ତି ବଳିଷ୍ଠ ହେଉଛି ଏବଂ କାଲି କାହା ପକ୍ଷରେ ରାୟ ଆସୂୁଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment