ଆର୍ଯ୍ୟନ ମାମଲାରେ ନୂଆ ଟୁଇଷ୍ଟ ! ସମୀର ୱାନଖେଡେ ମାଗିଥିଲେ ୮ କୋଟି ଟଙ୍କା, ଧଳା କାଗଜରେ NCB ମୋ’ଠାରୁ ନେଇଥିଲା ସାଇନ୍, ଫସିଗଲେ କି ୱାନଖେଡେ

ଆଜିକାଲି ଦୁନିଆରେ ବହୁ ଅପରାଧିକ କାର୍ଯ୍ୟ ବଢି ବଢି ଚାଲିଛି। ବିଶେଷ କରି ବଡ଼ ବଡ଼ ଲୋକ ମାନଙ୍କ ନିକଟରେ ନିଶା ଦ୍ରବ୍ୟ ଭଳି ଜିନିଷ ଦେଖି ବାକୁ ମିଳିଥାଏ। ବେଳେ ବେଳେ କଳାକାର ମାନେ ମଧ୍ୟ ଏଭଳି କାର୍ଯ୍ୟରେ ଲିପ୍ତ ରହି ଥିବାର ଦେଖି ବାକୁ ମିଳି ଥାଏ। ଯେଉଁ ମାନେ ଏଭଳି କୁକର୍ମ କାର୍ଯ୍ୟ କରିବେ ତାଙ୍କୁ ତାଙ୍କ କର୍ମର ଫଳ ନିଶ୍ଚିତ ମିଳିବ। ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଜଣାଇବୁ ଯେ, ଯାହା ଜାଣିଲେ ଆପଣ ମାନେ ଚକିତ ହୋଇ ଯିବେ। ତାହା ହେଉଛି ଏନସିବି ୮ କୋଟି ଟଙ୍କା ମାଗି ଥିଲେ ବୋଲି ଜଣେ ସାକ୍ଷୀ ଅଭିଯୋଗ କରିଛନ୍ତି। ତେବେ ଆସନ୍ତୁ କଣ ରହିଛି ସମ୍ପୂର୍ଣ୍ଣ ଘଟଣା ସେହି ବିଷୟରେ ଜାଣିବା;

ସୂଚନା ଅନୁସାରେ, ଆପଣ ମାନେ ଜାଣି ଥିବେ ବଲିଉଡର ଅଭିନେତା ଶାହାରୁକ ଖାଁ ଙ୍କ ପୁଅ ଆରିୟାନ ଖାଁ ଡ୍ରଗ୍ସ ପାର୍ଟି ଚାଲି ଥିବା ସମୟରେ ଏନସିବି ସମୀର ୱାଙ୍ଖେଡ଼ଙ୍କ ହାତରେ ଧରା ପଡି ଗିରଫ ହୋଇଛନ୍ତି। ଏହି ଘଟଣାରେ ପ୍ରତିଦିନ କିଛି ନା କିଛି ନୂଆ ନୂଆ ତଥ୍ୟ ସମ୍ନାକୁ ଆସିବାରେ ଲାଗିଛି।ଆରିୟାନ ଖାଁ ଙ୍କୁ ବେଲ ମିଳିବାକୁ ବହୁତ ଚେଷ୍ଟା କରା ଯାଉ ଥିଲା, କିନ୍ତୁ ତାଙ୍କ ବେଲକୁ ତିନି ତିନି ଥର ଖାରଜ କରା ଯାଇଛି। ଯାହା ଫଳରେ କି ଏନସିବିଙ୍କ ଉପରେ ସେଥିପାଇଁ ସମସ୍ତେ ଟାର୍ଗେଟ କରିଛନ୍ତି।

ଯେତେବେଳେ ଡ୍ରଗ୍ସ ପାର୍ଟିରେ ଆରିୟାନ ଖାଁ ଧରା ପଡି ଥିଲେ, ସେତେବେଳେ କିରଣ ଗୋସାଭିଙ୍କୁ ତାଙ୍କ ସହିତ ଦେଖିବାକୁ ମିଳିଥିଲା। ଏହି ଦୃଶ୍ୟ ଦେଖି ଥିବାର ପ୍ରଭାକର ରୋଘାତି ସେଲ କହିଛନ୍ତି। ଏହି ବ୍ୟକ୍ତି ଜଣଙ୍କ ହେଉଛନ୍ତି କିରଣ ଗୋସାଭିଙ୍କ ବଡ଼ିଗାର୍ଡ ଅଟନ୍ତି। ପ୍ରଭାକର କହିଛନ୍ତି ରାତି ୧୦.୩୦ ମିନିଟ ସମୟରେ ଗୋସାଭି ବୋଡୀଂ ଏୟାରକୁ ତାଙ୍କୁ ଡାକି ଥିଲେ ବୋଲି ସେ କହିଥିଲେ। ଯିବା ବାଟରେ ସେ ସାମ ଡିସୁଜାଙ୍କୁ ବାରମ୍ବାର ଫୋନ କରୁଥିଲେ। ଆଉ ଯେତେବେଳେ ଲୟର ପରେଲ ବ୍ରିଜ ପାଖରେ ପହଁଛି ଥିଲୁ, ସେତେବେଳେ ଫୋନ କରି କହିଥିଲେ ଯେ, ୨୫ କୋଟି ଟଙ୍କା ଦାବି କର କିନ୍ତୁ ୧୮ କୋଟି ଟଙ୍କାରେ ଫାଇନାଲ କରିଦିଅ।

ସେଥିରୁ ୮ କୋଟି ଟଙ୍କା ଏନିସିବି ଜୋନାଲ ନିର୍ଦେଶକ ସମୀର ୱାଖଂଡେଙ୍କୁ ଦେବାକୁ ପଡିବ ବୋଲି ସେ କହିଛନ୍ତି। ଏହି ମାମଲାର ସାକ୍ଷୀ କରିବା ପାଇଁ ସେଠାକୁ ଡକା ଯାଇ ଥିଲା। ଏହା ସହିତ ସାକ୍ଷୀ ଜଣଙ୍କ ଏନସିବି ୮ କୋଟି ଟଙ୍କା ଦାବି କରି ଥିବାର ଅଭିଯୋଗ କରିଛନ୍ତି। ଏହି ଘଟଣା ପରେ କିରଣ ଗୋସାଭି ବର୍ତ୍ତମାନ ସମୟରେ ନିଖୋଜ ରହି ଥିବାର ଶୁଣିବାକୁ ମିଳିଛି। ଏହା ପରେ ପ୍ରଭାକର ବହୁତ ଡରି ଯାଇ କହିଛନ୍ତି ଯେ, ଏହି ମାମଲାରେ ଏନିସିବିର ସଦସ୍ୟ ମାନେ ରହିଛନ୍ତି। ସେ ନିଜକୁ ବଞ୍ଚାଇବା ପାଇଁ ଚେଷ୍ଟା ମଧ୍ୟ କରୁଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment