ଆସନ୍ତା ୧୯ ତାରିଖରେ ଓଡ଼ିଶା ବନ୍ଦ ଡ଼ାକରା, କାହିଁକି ଏବଂ କଣ ଖୋଲା, କଣ ବନ୍ଦ ଦେଖନ୍ତୁ

ହଁ ଦର୍ଶକ ବନ୍ଧୁ ଏପରି ଗୋଟିଏ ଅଭାବନୀୟ ଘଟଣା ଘଟିଥିଲା ଓଡିଶା ର ସବୁଠୁ ବଡ଼ କଲେଜ ବିଜେବି କଲେଜ ରେ | ଆଉ ଯୋଉଠି ଜଣେ ନିରୀହ ଛାତ୍ରୀ ରୁଚିକା ଶିକାର ହୋଇଥିଲେ ସିନିଅର ମାନଙ୍କର ରାଗିଙ୍ଗ ର | ଆଉ ଯୋଉଠି ପାଇଁ ଝିଅ ଜଣଙ୍କ ଆତ୍ମହତ୍ୟା ଭଳି ଗୋଟିଏ ନିଷ୍ପତି ନେଇଥିଲେ, ଉ ନିଜର ପ୍ରାଣ ହରାଇଥିଲେ | ମାତ୍ର ରୁଚିକାଙ୍କ ମୃତ୍ୟୁ କୁ 12 ଦିନ ବିତିଯାଇଥିଲେ ମଧ୍ୟ କିଛି ବି ସୁଫଳ ମିଳୁନାହିଁ ରୁଚିକଙ୍କୁ, ରୁଚିକାଙ୍କ ମା ନ ଖାଇ ନ ପିଇ ନିଜ ଝିଅର ମୃତ୍ୟୁ ର ନ୍ୟାୟ କାମନା କରୁଥିବା ବେଳେ, ତାହାକୁ ଖାତିରି କରିନାହାନ୍ତି ପୋଲିସ | ଆଉ ଯୋଉଠି ପାଇଁ ସାରା ରାଜ୍ୟରେ ବନ୍ଦ ଡାକରା ଦିଆଯାଉଛି |

ଏସି ଭିତରେ ବସିଛନ୍ତି ସରକାରୀ ବାବୁ ମାନେ ଆଉ ଏଠି ନ୍ୟାୟ ପାଇଁ ଭିକ୍ଷା ମାଗୁଛି ଜଣେ ମା |ତେବେ ବିଜେବି କଲେଜ ର ଛାତ୍ରୀ ରୁଚିକାଙ୍କ ନ୍ୟାୟ ପାଇଁ ବସିଥିବା ତାଙ୍କ ମା ଙ୍କୁ ନା ନ୍ୟାୟ ମିଳିଲା ନାଁ ସରକାର ତାଙ୍କର ଦୁଃଖକୁ ବୁଝିଲେ | 12 ଦିନର ଶାନ୍ତିପୂର୍ଣ୍ଣ ନିବେଦନ ଓ ଧାରଣା ରେ ରୁଚିକାଙ୍କ ମା ଓ ଅନ୍ୟ ମାନେ ଆନ୍ଦୋଳନ ରେ ବସିବା ସର୍ତ୍ତେ ମଧ୍ୟ ତାଙ୍କୁ ନ୍ୟାୟ ମିଳିଲା ନାହିଁ | ଆଉ ନ୍ୟାୟ ମାଗୁଥିବା ମା କୁ ଘୋଷାଡ଼ି ଘୋଷାଡ଼ି କିପରି ଭାବରେ ଅପଧସ୍ତ କରିଥିଲେ , ତାହା ସାରା ଓଡିଶା ଦେଖିଛି |

ତେବେ ଏହି ସବୁ ଘଟଣା କୁ ଆଖି ଆଗରେ ରଖି ଓ ସରକାର ଙ୍କର ନିଦଜୁ ଭାଙ୍ଗିବା ପାଇଁ, ଜଣେ ମା ଙ୍କୁ ନ୍ୟାୟ ଦେବା ସହିତ ରୁଚିକା ଭଳି ରାଗିଙ୍ଗ ର ଶିକାର ହେଇଥିବା ଝିଅ ମାନଙ୍କୁ ସୁରକ୍ଷା ଦେବା ପାଇଁ ନବ ନିର୍ମିତ କୃଷକ ସଂଗଠନ ତରଫରୁ ସାରା ରାଜ୍ୟରେ ଏହି 19 ତାରିଖରେ ଵନ୍ଦ ଡାକରା ଦିଆଯାଇଛି,|ତେବେ ରୁଚିକା ଙ୍କ ମା ଙ୍କୁ ଶାନ୍ତନା ଦେବା ପାଇଁ କୃଷି ନେତା ଅକ୍ଷୟ ପହଞ୍ଚିଥିଲେ ରୁଚିକାଙ୍କ ମା ଙ୍କ ପାଖରେ ଆଉ ସେଠି ଜଣେ ମା ର ଏଭଳି ଦୁଃଖକୁ ଦେଖିକି ସାହିପାରିନଥିଲେ ସେ |

ଏତେ ଦିନ ଧରି ଆନ୍ଦୋଳନ କରିବା ସର୍ତ୍ତେ ମଧ୍ୟ ତାଙ୍କୁ ନ୍ୟାୟ ନ ମିଳିବାରୁ ରେ ଆସନ୍ତା 19 ତାରିଖରେ ଓଡିଶା ବନ୍ଦ ର ଡାକରା ଦେଇଥିଲେ | ତାହା ବ୍ୟତୀତ ଅନେକ ଅନୁଷ୍ଠାନ, ସଂଗଠନ, କଲେଜ ର ଛାତ୍ର ଛାତ୍ରୀ ମାନେ ମଧ୍ୟ ଏହି ଆନ୍ଦୋଳନ ରେ ଯୋଗ ଦେବାର କଥା କହିଛନ୍ତି ସେ | ତାହା ବ୍ୟତୀତ ସେ ଆହୁରି ମଧ୍ୟ କହିଛନ୍ତି କି ଘଟଣା ର ଏତେ ଦିନ ବିତିଯାଇଥିଲେ ମଧ୍ୟ ରୁଚିକାଙ୍କ ମା ଙ୍କୁ ମିଳିନାହିଁ କିଛି ବି ନ୍ୟାୟ ଆଉ ପୋଲିସ ତଦନ୍ତ ମଧ୍ୟ କରୁନାହିଁ |

ତାହା ବ୍ୟତୀତ କଲେଜ ର ଅଧକ୍ଷ ମାନେ ମଧ୍ୟ ଏହା ରାଗିଙ୍ଗ ଯୋଗୁଁ ନୁହେଁ ବୋଲି କହିଛନ୍ତି | ତେବେ ଅକ୍ଷୟ ଏହି ରୁଚିକଙ୍କ ପରି ଜଣେ ନିରୀହ ଝିଅର ନ୍ୟାୟ ପାଇଁ ବାହାରିଛନ୍ତି , ଆଉ 19 ରେ ଵନ୍ଦ ଡାକରା ଦେଇଛନ୍ତି | ଯାହା ଏବେ ସେସିଆଲ ମିଡ଼ିଆରର ଭାଇରାଲ ହେଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment