ଆସନ୍ତୁ ଜାଣିବା ଏମିତି କଣ 4 ଟି ଜିନିଷ ଯାହାକି ବେଡ଼ ରୁମ ରେ ରଖିଲେ ଆମେ ଲକ୍ଷ୍ମୀ ଛଡା ହୋଇଯିବ ଜାଣନ୍ତୁ – Bedroom Tips

0

ଆମର ପୁରାଣ ଶାସ୍ତ୍ର , ବାୟୁ ଶାସ୍ତ୍ର ଆଉ ଆମର ପରମ୍ପରା କୁ ଭୁଲି ନଥାନ୍ତି l ଆମର ପୁରାଣ ଶାସ୍ତ୍ର ଅନୁସାରେ ମଣିଷ ଜୀବନର ଭଲ , ମନ୍ଦ ଏବଂ ଶୁଭ , ଅଶୁଭ ଆଦି କାଯ୍ୟକ୍ରମ ହୋଇଥାଏ ଯାହାକି ଆମର କର୍ମ ଅନୁସାରେ ହୋଇଥାଏ l କେତେକ କ୍ଷେତ୍ର ରେ ଆମେ ନିଜସ୍ୱ ଜୀବନରେ ଧାର୍ମିକ ବିଷୟ ବସ୍ତୁ କୁ ଗ୍ରହଣ କରିଥାନ୍ତି l ଯାହାକି ଆମକୁ ମଙ୍ଗଳମୟ ଫଳ ଦେବବୋଲି ଆମେ ବିଶ୍ୱାସ କରିଥାନ୍ତା l ଆଉମଧ୍ୟ କିଛିଜିନିଷ ଅଛି ଯାହାକି ଆମପାଇଁ ଅଶୁଭ ହୋଇଥାଏ ବୋଲି ଆମେ ବିଶ୍ୱାସ କରିଥାନ୍ତି l

ତାହାଲେ ଆସନ୍ତୁ ଜାଣିବା ଏମିତି କଣ ଜିନିଷ ଅଛି ଯାହାକି ବେଡ଼ ରୁମ ରଖିଲେ ଆମେ ଲକ୍ଷ୍ମୀଛଡା ହେବା ସହିତ ଆମେ ବହୁତ ଅସୁବିଧା ର ସମ୍ମୁଖୀନ ହୋଇଥାନ୍ତି l ଯାହାକି ଆପଣ ମାନଙ୍କୁ ଭବିଷ୍ୟତ ରେ ବିପଦ ରେ ପକାଇବାର ସମ୍ଭାବନା ରହିଛି l

1. ଚପଲ :-

ଆପଣ କେବିବି ନିଜ ଶୋଇବା ରୁମ ଚପଲ ରଖନ୍ତୁ ନାହିଁ l କାରଣ ଚପଲ ବେଡ଼ ରୁମ ରେ ରଖିବା ଦ୍ୱାରା ସ୍ୱାମୀ ଓ ସ୍ତ୍ରୀ ଙ୍କ ମଧ୍ୟ ରେ କଳି ହେବା ସହ ଘର ଉପରେ ନକାରାମତ୍କ ପ୍ରଭାବ ପକାଇଥାଏ l ବାସ୍ତୁ ବଚନ ଅନୁସାରେ ଯେଉଁଘରର ଶୋଇବା ଘରେ ଚପଲ ରୁହେ ସେଘରୁ ଲକ୍ଷ୍ମୀ ପଳାୟନ କରଥାନ୍ତି ଓ ସେ ଘର ରେ ଦରିଦ୍ରତା ଦେଖାଦେଇଥାଏ l

2. ଝାଡୁ :-

ଆମ ଶାସ୍ତ୍ର ଅନୁସାରେ ଶୋଇବା ଘରେ ଝାଡୁ ରଖିବା ବହୁତ ଅଶୁଭ ବୋଲି ଧରାଯାଏ l ଖାଲି ଶୋଇବା ରୁମ ରେ ନୁହେଁ ଘରର ଆଡେ ସାଡେ ଝାଡୁ ରଖିବା ମଧ୍ୟ ଅଶୁଭ ବୋଲି ଧରାଯାଏ l ଏହା କୁ ଘରର ଏମିତି ଗୋଟେ ସ୍ଥାନ ରେ ରଖନ୍ତୁ ଯେମିତିକି ଆପଣଙ୍କ ନଜର ତ ଉପରେ କମ ପଡିବ l

3. ଛିଣ୍ଡି ଯାଇଥିବା ପୋଷାକ :-

ଶୋଇବା ଘର ଏକ ଶାନ୍ତି ର ପ୍ରତୀକ ଅଟେ l ଜଣେ ବ୍ୟକ୍ତି ନିଜର ସାରା ଦିନ ର ପରିଶ୍ରମ ପରେ ନିଜର ବେଡ଼ ରୁମ ରେ ଶାନ୍ତି ରେ ଶୋଇଥାଏ l ତେଣୁ ଶୋଇବା ରୁମ ଛିଣ୍ଡା ପୋଷାକ ରଖିବା ଏହା ଉପରେ ଖରାପ ପ୍ରଭାବ ପକାଇଥାଏ l ତେଣୁ ଏହାକୁ ଘର ବାହାରେ ଫୋପାଡ଼ି ଦେବ ଉଚିତ l

4.ଲୁଣ :-

ଲୁଣ ଆମ ଶରୀର ପାଇଁ ଉପକାରୀ ହୋଇଥାଏ ମାତ୍ର ଏହା ରୋଷଇ ଘରେ ରହିବ ଉଚିତ l ଯଦି ଏହା ବେଡ଼ ରୁମ ରେ ରହେ ତେବେ ଏହା ଆପଣଙ୍କ ଉପରେ ଖରାପ ପ୍ରଭାବ ପକାଇଥାଏ l ଘରେ ସବୁବେଳେ ଆଶାନ୍ତି ଲାଗିରହିବା ସହ ପରିବାର ର ସଦସ୍ୟ ଙ୍କ ମଧ୍ୟ ରେ ମତାନ୍ତର ଲାଗିରହିଥାଏ l ତେଣୁ ଏହି ସବୁ ଜିନିଷକୁ ଶୋଇବା ଘରେ ରଖନ୍ତୁ ନାହିଁ l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।