ଆଶ୍ଚର୍ଯ୍ୟ ! ୫ ଶହ ହେଲା ବସି ରହିଛି ଏହି ଅଦ୍ଭୁତ ଶବ, ଦେଖିଲେ ଆପଣ ବି ହୋଇଯିବେ ଅବାକ….

ଦେବଭୂମି ଭାରତ ।ଏହି ଦେବଭୂମି ରେ ଅନେକ ରହସ୍ୟ ଲୁଚି ରହିଛି। ଏମିତି ଏକ ରହସ୍ୟମୟ ସ୍ଥାନ ରେ ରହିଛି ଜଣେ ବୌଦ୍ଧ ସନ୍ୟାସୀ ଙ୍କ ମମି ବା ମୃତଦେହ ଯାହା ପ୍ରାୟ ୫୦୦ ସହ ବର୍ଷ ପୁରୁଣା ଅଟେ। ଦେଖିଲେ ଏମିତି ଲାଗିବ ଯେମିତି ସାଧୁ ଜଣଙ୍କ ଧ୍ୟାନ ରେ ବସି ଅଛନ୍ତି। ଆଶ୍ଚର୍ଯ୍ୟ କଥା ହେଉଛି ଯେ ଏହି ମୃତ ଦେହ କୁ କୌଣସି କେମିକାଲ ଦ୍ଵାରା ସଂରକ୍ଷଣ କରି ରଖା ଯାଇ ନାହିଁ।

କେବଳ ଗୋଟିଏ କାଚ ଘର ଭିତରେ ରହିଛି ବୌଦ୍ଧ ସନ୍ୟାସୀ ସାଙ୍ଘାଟେନିଜ୍ ଙ୍କ ମୃତ ଦେହ । ହିମାଚଳ ପ୍ରଦେଶ ର ହିମାଳୟ ପର୍ବତ ଅଞ୍ଚଳ । ଠିକ୍ କିବତ ପାଦ ଦେଶରୁ ୯ କିମି ଦୂରରେ ଥିବା ସ୍ଫିଟି ଉପତ୍ୟକା ରେ ରହିଛି ଏହି ଛୋଟିଆ ଗାଁ। ତାର ନାଁ ହେଉଛି ଗୋଇ ।

ଏଇଠି ରହିଛି ବୌଦ୍ଧ ସନ୍ୟାସୀ ଙ୍କ ସାଙ୍ଘାଟେନିଜ୍ ୫୦୦ ବର୍ଷ ର ପୁରୁଣା ମୃତ ଦେହ । ଶରୀର ଭିତରେ ଖାଲି ମାଂସ ସିନା ନାହିଁ କିନ୍ତୁ ଶରୀର ରେ ଥିବା ହାଡ଼ ଓ ଚମଡା ସେମିତି ଅକ୍ଷୁର୍ଣ୍ଣ ରହିଛି। ଖାଲି ଯାହା କଳା ପଡି ଯାଇଛି ଏମିତି କି ମୁଣ୍ଡ ରେ କିଛି ବାଳ ଓ ନଖ ମଧ୍ୟ ଅକ୍ଷୁର୍ଣ୍ଣ ରହିଛି । ପୁଣି ଦୁଇ ଓଠ ମଧ୍ୟ ରେ ଦେଖା ଯାଉଛି ଦାନ୍ତ। ଏବେ ବି ବୈଜ୍ଞାନିକ ମାନେ ଆଶ୍ଚର୍ଯ୍ୟ ଯେ ବିନା କୌଣସି କେମିକାଲ ପଦାର୍ଥ ଦ୍ଵାରା ଏତେ ଦିନ ଜାଏ କିପରି ମୃତ ଦେହ ଅକ୍ଷୁର୍ଣ୍ଣ ରହିଛି। ୧୯୭୫ ମସିହା ରେ ଏଠାରେ ଭୂମିକମ୍ପ ହେତୁ କ୍ଷତି ଘଟିଥିଲା। ଏକ ସ୍ତୁପ ଉପରେ ଥିଲା ମମ୍ମି ।

ଏହି ଦୁର୍ଘଟଣା ରେ ତାଙ୍କ ମୃତ ଦେହରେ ସାମାନ୍ୟ କ୍ଷତି ଘଟିଥିଲା । ତେବେ ସେହି ସମୟରେ ଆବିଷ୍କାର ହୋଇଥିଲା ଏହି ମମ୍ମି । ସେବେଠାରୁ ଏକ ଗୋଟିକିଆ କଂକ୍ରିଟ ଘର ଭିତରେ କାଚ ଭିତରେ ରଖା ଯାଇଛି ଏହି ମମ୍ମି କୁ । ଅବଶ୍ୟ ଏହା ପାଖରେ ଏକ ସଦୃଶ୍ୟ ମନ୍ଦିର ମଧ୍ୟ ନିର୍ମାଣ କରାଯାଇ ଅଛି।

ବର୍ତ୍ତମାନ ଏହା ଏକ ପର୍ଯ୍ୟଟନସ୍ଥଳୀ ପାଲଟି ଯାଇଛି। ବୈଜ୍ଞାନିକ ମାନଙ୍କ ଅନୁସାରେ ସେତେବେଳେ ବୌଦ୍ଧ ସନ୍ୟାସୀ ମାନେ ବହୁତ୍ ଦିନ ଜାଏ ତପସ୍ୟା ପାଇଁ ଉପବାସ ରେ ରହୁଥିଲେ ଆଉ ବହୁତ୍ ଦିନ ଜାଏ ତାଙ୍କର ଏହି ଉପବାସ ଜାରି ରହିଥିଲା।

ସେତେବେଳ ସେମାନେ ଏକ ଗଛ ର ପତ୍ର , ଫଳ ମୂଳ ଆଦି ଖାଇ ରହୁଥିଲେ । ସେହି ଫଳ ମୂଳ ଖାଇବା ଯୋଗୁ ସେମାନଙ୍କ ଶରୀର ରେ ଫ୍ୟାଟ ଷ୍ଟୋର ହୋଇ ରହୁଥିଲା ଆଉ ମୃତ ପରେ ବହୁତ୍ ଦିନ ଯାଏଁ ତାଙ୍କ ଶରୀର ରେ ପୋକ ଜୋକ ଲାଗୁ ନଥିଲା । ଠିକ୍ ସେହି ଭଳି ଭାବେ ଏହି ବୌଦ୍ଧ ସନ୍ୟାସୀ ଙ୍କ ମୃତଦେହ ସରଙ୍ଖିତ ହୋଇ ରହିଛି ବୋଲି କୁହା ଯାଉଛି। ଆଣ୍ଠୁ ଉପରେ ନିଜ ମୁଁହ ରଖି ବସିବା ମୁଦ୍ରା ରେ ରହିଛି ତାଙ୍କର ଏହି ମୃତ ଦେହ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment