ଆଶ୍ଚର୍ଯ୍ୟ ! ମାତ୍ର 22 ବର୍ଷ ବୟସରେ 72 କୋଟି ର ମାଲିକାଣି, କେଉଁଠୁ ଆଣିଲେ ଏତେ ଟଙ୍କା ? ସତରେ କଣ ଡ୍ରଗ୍ସ….

0

ସମାଜରେ ସେଲିବ୍ରେଟିମାନଙ୍କର ସ୍ଥାନ ଅନେକ ଉଚ୍ଚରେ ଥାଏ। ଅନେକ ଲୋକ ସେମାନଙ୍କୁ ଅନୁକରଣ କରିଥାନ୍ତି। କାରଣ ସେଲିବ୍ରେଟି ମାନେ ସିନେମା ଜରିଆରେ ସମାଜକୁ ଭଲ ସଂଦେଶ ଦେଇଥାନ୍ତି। କିନ୍ତୁ ଅନେକ ସେଲିବ୍ରେଟି ଏମିତି ଅଛନ୍ତି, ଯେଉଁମାନେ କି ବିଭିନ୍ନ ପ୍ରକାର ଅସାମାଜିକ କାର୍ଯ୍ୟ ରେ ଲିପ୍ତ ରହୁଛନ୍ତି। ଏହା ଦ୍ବାରା ସମାଜ ଉପରେ କୁପ୍ରଭାବ ପଡ଼ିବା ସହିତ ଆଇନ ଅନୁଯାୟୀ ଦଣ୍ଡନିୟ ମଧ୍ୟ ହୋଇଥାଏ। ଭାରତର ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରି ରେ ଅନେକ କଳାକାର ଏମିତି ଅଛନ୍ତି, ଯେଉଁମାନେ କି ଡ୍ରଗ୍ସ ଭଳି ନିଶା ଦ୍ରବ୍ୟ ସେବନ କିମ୍ବା ବିକ୍ରି କରିବା ଅଭିଯୋଗରେ ପୋଲିସ ଷ୍ଟେସନ ମଧ୍ୟ ଯାଇଛନ୍ତି।

ଯଦି ଦେଖିବା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ପରଠାରୁ, ବଲିଉଡରେ ଜଣକ ପରେ ଜଣେ ଅଭିନେତା ଅଭିନେତ୍ରୀ ଡ୍ରଗ୍ସ କେସରେ ଧରାପଡୁଛନ୍ତି। ତେବେ ବନ୍ଧୁଗଣ ନିକଟରେ, ମଧ୍ୟ ବଲିଉଡର ସୁପରଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆରୟାନ ଖାନ ଡ୍ରଗ୍ସ କାରବାରରେ ଧରା ପଡ଼ି ବର୍ତ୍ତମାନ ସୁଦ୍ଧା ପୋଲିସ ତଦନ୍ତ ଜାରି ରହିଛି। ତେବେ ଏଥିରେ ଅନ୍ୟ ମାନଙ୍କ ସମ୍ପୃକ୍ତି ଥିବା ନେଇ, ତଦନ୍ତ କରୁ କରୁ ଅନନ୍ୟା ପାଣ୍ଡେଙ୍କ ନାଁ ସାମ୍ନାକୁ ଆସିଛି। ତେବେ ଏଠାରେ ଅନେକକଙ୍କ ପ୍ରଶ୍ନ ଯେ ଏହି ଅନନ୍ୟା ପାଣ୍ଡେ କିଏ ? ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଅନନ୍ୟା ପାଣ୍ଡେ ବିଷୟରେ।

ତେବେ ବନ୍ଧୁଗଣ, ସେ ଅନନ୍ୟା ହେଉଛନ୍ତି, ଲୋକପ୍ରିୟ ଅଭିନେତା ଚଙ୍କି ପାଣ୍ଡେଙ୍କ ଝିଅ, ସେ ୨୦୧୯ ରେ ଷ୍ଟୁଡେଣ୍ଟ ଅଫ୍ ଦି ଇୟର ୨ ଏବଂ କମେଡି ପାଟି ପାଟନୀ ଅର ୱୋରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ତେବେ ବର୍ତ୍ତମାନ ତାଙ୍କ ବୟସ ମାତ୍ର ୨୩ କିନ୍ତୁ ସେ ୭୦ କୋଟି ସମ୍ପତ୍ତିର ମାଳିକାଣି, ତେବେ ସେ ଫିଲ୍ମ ବହୁତ କମ କରିଥିଲେ ମଧ୍ୟ ତେବେ ଗୁଡିଏ ସମ୍ପତ୍ତିର ମାଲିକାଣି, ସେ ଅନେକ ବିଜ୍ଞାପନ ରେ କାମ କରିଛନ୍ତି। ଯାହାକି ଗୋଟିଏ ଗୋଟିଏ ବିଜ୍ଞାପନ କରିବାରେ ଅନେକ ଟଙ୍କା ଚାର୍ଜ ମଧ୍ୟ ନେଇଥାନ୍ତି।

ତେବେ ଡ୍ରଗ୍ସ କେସ ରେ ଜେଲରେ ଥିବା ଆରୟାନ ଏବଂ ତାଙ୍କ ଭଉଣୀ ଅତି ଘନିଷ୍ଠ ସମ୍ପର୍କ ରହିଛି। ଯଦି ଦେଖିବା ଶାହାରୁଖ ଖାନ ଏବଂ ଚଙ୍କି ପାଣ୍ଡେ ମଧ୍ୟ ମଧ୍ୟରେ ସେମାନଙ୍କର ପରିବାର ମଧ୍ୟ ପରସ୍ପରର ନିକଟତର। ତେବେ NCB ତଦନ୍ତରୁ ଜଣାଯାଇଛି ଯେ ଆର୍ଯ୍ୟନ୍ ହୁଆଟସପ ଚାଟରେ ଡ୍ରଗ୍ସ ବିଷୟରେ ଅନନ୍ୟାଙ୍କ ସହ କଥା ହୋଇଥିଲେ। ଯାହା ଦୁଇ ଦିନ ପୂର୍ବେ ଆରୟାନଙ୍କ ଜାମିନ ଆବେଦନ ଶୁଣାଣି ସମୟରେ କୋର୍ଟରେ ଦାଖଲ କରାଯାଇଥିଲା। ତେବେ ବନ୍ଧୁଗଣ NCB ବର୍ତ୍ତମାନ ସମୟରେ ତଦନ୍ତ ଜାରି ରଖିଛନ୍ତି, ଯାହାକି ଅନନ୍ୟା ବିରୁଦ୍ଧରେ ହୁଏତ କିଛି ଗୁରୁତ୍ୱପୂର୍ଣ୍ଣ ଖବର ମିଳିପାରେ। ତେଣୁ ବନ୍ଧୁଗଣ ଆଇନ ଆଗରେ ସମସ୍ତେ ସମାନ ସେ ଯେତେ ବଡ଼ ଲୋକ ହୋଇ ଥାଆନ୍ତି ନା କାହିଁଛି। ଶାହାରୁଖ ଖାନ ପୁଅ ଆରୟାନ ଗିରଫ, ବାରମ୍ବାର ଜାମିନ ନ ପାଇବା ଏହାର ଜ୍ୱଳନ୍ତ ଉଦାହରଣ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।