ଆଶ୍ଚର୍ଯ୍ୟ ! ବିରଜା କ୍ଷେତ୍ରର ବିସ୍ମୟ ବାଳକ ମା” ବିରଜାଙ୍କ ସହ ସିଧା କଥାବାର୍ତ୍ତା ! ମନରେ ଭକ୍ତିଥିଲେ ଏହି ବିସ୍ମୟ ବାଳକ ପାଇଁ “ଜୟ ମା” ବିରଜା ” ଲେଖନ୍ତୁ…

0

ବେଳେବେଳେ ଏମିତି ଅଦ୍ଭୁତ ଘଟଣା ମାନ ଆମ ସମ୍ମୁଖକୁ ଆସିଥାଏ ତାହା ବିଶ୍ୱାସ କରିବାକୁ ବହୁତ୍ କଷ୍ଟ ହୋଇଥାଏ କିନ୍ତୁ ଏହା ଆମକୁ ଆଶ୍ଚର୍ଯ୍ୟ କରିଥାଏ।ସହଜରେ ସେହିସବୁ ଘଟଣାକୁ ବିଶ୍ୱାସ କରିହୁଏ ନାହିଁ। ସେହିପରି ଆଜି ଆମେ ଜାଣିବା ଏକ ଏମିତି ଅଜବ କଥା ଯାହା ଆପଣଙ୍କୁ ନିଶ୍ଚିତ ଚକିତ କରିବ। ଆପଣ ଜାଣିଛନ୍ତି ଆଜିର ଏହି ଦୁନିଆ ରେ ଅଧିକାଂଶ ସମୟରେ କିଛି ନା କିଛି ଅଜବ ଘଟଣା ମାନ ଦେଖିବା ପାଇଁ ମିଳିଥାଏ।

ଆଉ ତା ମଧ୍ୟରୁ ବହୁତ୍ ଏହି ଭଳି ଘଟଣା ଅଛି ଯାହାକୁ ଆମେ ହେୟ ଜ୍ଞାନ କରିଥାଉ କିନ୍ତୁ ବାସ୍ତବରେ ତାର ରହସ୍ୟ ଆମକୁ ଆଶ୍ଚର୍ଯ୍ୟ କରିଥାଏ। କାରଣ ଏହିଭଳି କିଛି ଘଟଣା ଆମକୁ ଭାବିବାକୁ ବାଧ୍ୟ କରିଥାଏ ଯେ ସବୁକିଛି ଆଜିର ଦୁନିଆରେ ସମ୍ଭବ ଅଟେ।

ସେହି ପରିପ୍ରେକ୍ଷୀରେ ଆମେ ଆଜି ଆପଣଙ୍କୁ ଯାଜପୁରର ବିରଜା କ୍ଷେତ୍ରର ବିସ୍ମୟ ବାଳକ ଙ୍କ ବିଷୟରେ କହିବାକୁ ଯାଉଛୁ। ଯିଏକି ଅଳ୍ପ ବୟସରୁ ତାଙ୍କ କାର୍ଯ୍ୟ କଲାପ ରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ତାଙ୍କୁ ମାତ୍ର ୬ ବର୍ଷ ବୟସ। କିନ୍ତୁ ଏହି ବୟସରେ ସେ ଯେଉଁଭଳି ଭାବରେ ମନ୍ତ୍ର ପାଠ କରୁଛନ୍ତି ତାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ। ଆଧ୍ୟାତ୍ମିକ ଜ୍ଞାନ ତାଙ୍କ ପାଖରେ ଏତେ ମାତ୍ରାରେ ରହିଛି ଯେ ସେ ଅନର୍ଗଳ ଭାବରେ ସେ ସବୁକୁ ବଖାଣି ପାରୁଛନ୍ତି।ସେ ଭାଗବତ ପାଠ କରିବା ଦିଗରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରି ପାରିଛନ୍ତି। ମାତ୍ର ୬ ବର୍ଷ ବୟସରେ ସେ ତାଙ୍କର ଏଭଳି ବିସ୍ମୟକର ପ୍ରତିଭା ଦେଖାଇ ସମସ୍ତଙ୍କୁ ବିସ୍ମିତ କରି ଦେଇଛନ୍ତି।

ତେବେ ତାଙ୍କ ସହ ଏବଂ ତାଙ୍କ ପରିବାର ସହ ଆଲୋଚନା ପରେ ଯାହା ଜଣା ପଡିଛି ସେ ତାଙ୍କ ଛୋଟ ବେଳରୁ ହିଁ ତାଙ୍କ ଆଇ ଙ୍କ ପାଖରୁ ଭାଗବତ ପାଠ ଶୁଣି ଆସୁଥିଲେ। ଯେଉଁ କାରଣରୁ ସେ ପ୍ରଥମରୁ ହିଁ ଆଧ୍ୟାତ୍ମିକ ପରିବେଶ ଭିତରେ ନିଜକୁ ବଢ଼ାଇ ଥିଲେ। ତେଣୁ ସେ ତାଙ୍କର ବାଲ୍ୟ କାଳରୁ ହିଁ ଆଇ ଙ୍କ ପାଖରୁ ଭାଗବତ ଜ୍ଞାନ ପାଇ ପାଇ ନିଜର ଉଚ୍ଚାରଣ କରିବା ଆରମ୍ଭ କଲେ।

ସେ ପ୍ରଥମରୁ ହିଁ ଭିନ୍ନ ଧରଣର ଥିଲେ। ତାଙ୍କ ମୁହଁରୁ ମାଆ ଡାକ ଶୁଣିବା ପାଇଁ ତାଙ୍କ ଆଈ ବହୁତ୍ ଚେଷ୍ଟା କରିଥିଲେ। ତାଙ୍କ ଉଚ୍ଚାରଣ ଏବଂ ଭାବକୁ ବୁଝିବା ପାଇଁ ବ୍ୟାକୁଳ ହୋଇ ପଡୁଥିଲେ ତାଙ୍କ ମାଆ।ତେବେ ଏହି ପରିପ୍ରେକ୍ଷୀରେ ଏହି ବାଳକ ଜଣଙ୍କ ପ୍ରଥମରୁ ହିଁ ଈଶ୍ୱର ବଚନ ଏବଂ ଆଧ୍ୟାତ୍ମିକ ଚେତନା ଭିତରେ ବଢିଥିଲେ।ସେ ଏମିତି ଅନର୍ଗଳ ଭାବରେ ଭାଗବତ ପାଠ କରିବା ସହିତ ମନ୍ତ୍ର ପାଠ କରୁଛନ୍ତି ଯେ ତାହା ଆପଣ ଏହି ଭିଡିଓ ନ ଦେଖିଲେ ବିଶ୍ୱାସ କରି ପାରିବେ ନାହିଁ।

ତାଙ୍କ ବିଦ୍ୟାଳୟରେ ତାଙ୍କ ଶିକ୍ଷକ ମାନେ ଏବଂ ସାଙ୍ଗ ସାଥି ମାନେ ମଧ୍ୟ ତାଙ୍କର ଏହି କାର୍ଯ୍ୟରେ ବହୁତ ଖୁସି ହୋଇଥାନ୍ତି। ତାଙ୍କ ପରିବାରରେ ତାଙ୍କ ବାପା ମା, ଆଈ, ଦିଦି ଙ୍କ ସହିତ ସେ ରୁହନ୍ତି। ସରସ୍ଵତୀ ଶିଶୁ ମନ୍ଦିରରେ ସେ ପଢୁଛନ୍ତି ବୋଲି କହିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।