ଆଶ୍ଚର୍ଯ୍ୟ ଘଟଣା ! ସ୍ୱାମୀ ଫେରିବା ବେଳକୁ ସ୍ତ୍ରୀ ହୋଇଯାଇଛନ୍ତି ଆଉ କାହାର, ପୁରା ଘଟଣା ଜାଣିଲେ ହେବେ ଦୁଃଖିତ…

0

ବନ୍ଧୁଗଣ ଆମେ ଆପଣଙ୍କୁ କହୁଛୁ ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଗୁମି ଗାଆଁ ର ଜନ ନାୟକ ଙ୍କ କଥା। ଯାହାଙ୍କର ପରିବାର ଥିଲା। ଦୁଇ ପିଲା ଥିଲେ ଏବଂ ତାଙ୍କର ସ୍ତ୍ରୀ ମଧ୍ୟ ଥିଲେ।ଏହି ବ୍ୟକ୍ତି ଜଣଙ୍କ ପରିଶ୍ରମ କରି ମଜୁରି ଲାଗି ଯାହା ଆୟ କରନ୍ତି ସେଥିରେ ତାଙ୍କର ତେଲ ଲୁଣ ର ପରିବାର ଚଳି ଯାଉଥିଲା। ହେଲେ କଣ ହେଲା କେଜାଣି ଜନ ନାୟକ ଙ୍କ ହଠାତ୍ ସ୍ମୃତି ଶକ୍ତି ଲୋପ ହୋଇଗଲା।ଆଉ ଏଥିପାଇଁ ୧୨ ବର୍ଷ ତଳେ ଜନ ଘର ପରିବାର ଛାଡି କୁଆଡେ ଚାଲି ଯାଇଥିଲେ।ଏହାପରେ ବହୁତ୍ ଖୋଜାଖୋଜି ପରେ ମଧ୍ୟ ଜନ ଙ୍କର ପତ୍ତା ମିଳି ନଥିଲା। ସତେ ଯେମିତି କୁଆଡେ ଉଭାନ ହୋଇ ଯାଇଥିଲେ।

ଆଉ ଏବେ ସେ ଗାଆଁ କୁ ପୁଣି ଫେରିଛନ୍ତି। ହେଲେ ଘରେ ପହଞ୍ଚି ସ୍ୱାମୀ ଜନ ନାୟକ ଜାଣିବାକୁ ପାଇଲେ ଯେ ତାଙ୍କ ପତ୍ନୀ ଅନ୍ୟତ୍ର ବିବାହ କରି ସାରିଛନ୍ତି। ହେଲେ ବହୁତ୍ ଦିନ ପରେ ଘରକୁ ଫେରି ଆସି ଥିବାରୁ ଘରେ ତାଙ୍କ ଗାଆଁ ରେ ଖେଳି ଯାଇଛି ଖୁସିର ଲହରୀ।ତେବେ ଜନ ନାୟକ ଏହାକୁ ନେଇ କହିଛନ୍ତି ଯେ ମୁଁ ରାସ୍ତା କଡ଼ରେ ବୁଲୁଥିଲି। ସେଠାର ଭାଇମାନେ ମୋତେ ଦେଖି ଡାକ୍ତରଖାନା କୁ ନେଇ ଯାଇଥିଲେ। ସେଠାରେ ମୁଁ ମାଗି ଜାଚି କରି ଖାଉଥିଲି। ମୋର ଚିକିତ୍ସା ସେମାନେ କରାଇବା ପରେ ମୁଁ ଭଲ ହେଲି ଏବଂ ସେମାନେ ଆସି ମୋତେ ଗାଆଁ ରେ ଛାଡ଼ିଦେଲେ।

ଆଉ ମୁଁ ଘରେ ଆସି ଦେଖେ ତ ମୋ ସ୍ତ୍ରୀ ଏଠି ନାହିଁ।ସେ ତାର ବାପ ଘରକୁ ପଳେଇ ଯାଇଛି ଏବଂ ସେଠାରେ ବିବାହ କରି ସାରିଛି। ତେବେ ଜନ ନାୟକ ଙ୍କ ବଡ଼ ଭାଇ କହିଛନ୍ତି ଯେ ଆମେ ବହୁତ୍ ଖୋଜାଖୋଜି କରି ନ ପାଇବାରୁ ଭାଙ୍ଗି ପଡିଥିଲୁ। ଏବେ ୧୨ ବର୍ଷ ପରେ ତାକୁ ପାଇ ଆମେ ବହୁତ୍ ଖୁସି। ଆମ ଭାଇ ଜୀବିତ ଅଛି ଜାଣି ଆମେ ବହୁତ୍ ଖୁସି ଅଛୁ। ତେବେ ସୂଚନା ଅନୁସାରେ ଜନ ନାୟକ ମୁମ୍ୱାଇ ରେ ଏକ ରାସ୍ତା କଡ଼ରେ ବୁଲୁଥିବା ସମୟରେ ତାଙ୍କୁ ସେଠାକାର ଏକ ସାମାଜିକ ସଙ୍ଗଠନ ଉଦ୍ଧାର କରି ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ସେଠାରେ ଭର୍ତ୍ତି କରିଥିଲେ।

ଆଉ ସେ ଚିକିତ୍ସା ହେବା ପରେ ତାଙ୍କର ସ୍ମୃତି ଶକ୍ତି ଫେରି ଆସିଥିଲା ଏବଂ ସେ ସାମାଜିକ ସଙ୍ଗଠନ ର ସହାୟତା ରେ ଘରକୁ ଫେରି ଆସିଛନ୍ତି। ଗାଆଁ ରେ କେବଳ ଜନ ଙ୍କ ଭାଇ ଭାଉଜଙ୍କୁ ଛାଡି ଦେଲେ ଆଉ ନିଜର ବୋଲି କେହି ନାହାନ୍ତି।ଭାଉଜ ମଧ୍ୟ ଏଥିରେ ବହୁତ୍ ଖୁସି ବ୍ୟକ୍ତ କରିଛନ୍ତି। ବହୁତ୍ ଦିନ ପରେ ତାଙ୍କୁ ଫେରି ପାଇ ଭାଇ ଭାଉଜଙ୍କ ଖୁସି ଦ୍ଵିଗୁଣିତ ହୋଇ ଯାଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।