ଆସିଲା ମାହାଙ୍ଗା ଗଣହତ୍ୟାର ପୋଷ୍ଟମର୍ଟମ ରିପୋର୍ଟ ! ହୋସ ଉଡେଇ ଦେଲା ଭଳି ଦୃଶ୍ୟ… ଦେଖନ୍ତୁ Video

ବନ୍ଧୁଗଣ ମାହାଙ୍ଗା କୁସୁପୁର ଗ୍ରାମରେ ହୋଇଥିବା ଗଣହତ୍ୟା ଏକ ଚର୍ଚ୍ଚିତ ଖବର ପାଲଟିଥିଲା। ଯେଉଁ ହତ୍ୟା ଘଟଣା ସମସ୍ତ ଙ୍କୁ ସ୍ତବ୍ଧ କରି ଦେଇଥିଲା। ଆଉ ସମସ୍ତ ଙ୍କ ଅପେକ୍ଷା ଥିଲା ଏହି ଘଟଣାରେ କେବେ ଆସିବ ଶବ ବ୍ୟବଚ୍ଛେଦ ରିପୋର୍ଟ। ଯାହା ଏବେ ସାମ୍ନାକୁ ଆସିଛି। ତେବେ ଘଟଣା ଘଟିବାର ସପ୍ତାହେ ପରେ ମଙ୍ଗଳବାର ପୋଷ୍ଟମର୍ଟମ ରିପୋର୍ଟ ଆସିଛି।ଏହି ରିପୋର୍ଟ ରୁ ଯାହା ଜଣା ପଡ଼ିଛି ହତ୍ୟାକାଣ୍ଡ ସମୟରେ ମୃତକମାନେ ପ୍ରତିବାଦ କରିଥିଲେ ଏବଂ ସେମାନଙ୍କ ଶରୀରରେ ଏକାଧିକ କ୍ଷତ ଚିହ୍ନ ରହିଛି। କୌଣସି ଧାରୁଆ ଅସ୍ତ୍ରରେ ସେମାନଙ୍କୁ ଆକ୍ରମଣ ହୋଇଥିବା ମଧ୍ୟ ଏହି ରିପୋର୍ଟରେ ସ୍ପଷ୍ଟ ହୋଇଛି।

ତେବେ ବିଷକ୍ରିୟା ସମ୍ପର୍କରେ ଏହି ପୋଷ୍ଟମର୍ଟମ ରେ ଆସିଥିବା ରିପୋର୍ଟରେ କୌଣସି ସୂଚନା ମିଳିନାହିଁ। ରିପୋର୍ଟ ଆସିବା ପରେ ପୋଲିସ ଏବେ ଭିସେରା ରିପୋର୍ଟକୁ ଅପେକ୍ଷା କରିଛି। ତେବେ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ହତ୍ୟାକାଣ୍ଡର ରହସ୍ୟ ଅଧିକ ରୋଚକ ହୋଇ ଯାଇଛି। ଯଦିଓ ପୋଷ୍ଟମର୍ଟମ ରିପୋର୍ଟରେ ମୃତକମାନେ ଆକ୍ରମଣ ସମୟରେ ନିଜକୁ ବଞ୍ଚାଇବା ଏବଂ ପ୍ରତିବାଦ କରିଥିବା ଉଲ୍ଲେଖ ରହିଛି। କିନ୍ତୁ ଏହାକୁ ନେଇ ଏବେ ବିଭିନ୍ନ ପ୍ରଶ୍ନ ଉଠୁଛି ଯେ କିପରି ଏହାକୁ ଯୋଜନାବଦ୍ଧ ଭାବରେ ଏମିତି କରାଗଲା ଯାହାକୁ କେହି ଜାଣି ପାରିଲେ ନାହିଁ। ତେବେ ଏହି ଘଟଣାର ଅଭିଯୁକ୍ତ ଶିବକୁ ନେଇ ଏବେ ଆନେକ ପ୍ରଶ୍ନ ପୋଲିସ୍ ମନରେ ଉଙ୍କି ମାରୁଛି।

ଏହି ଘଟଣାରେ ଯଦି ଧାରୁଆ ଅସ୍ତ୍ରର ପ୍ରୟୋଗ ହୋଇଥାଏ ଏବଂ ରିପୋର୍ଟ ଅନୁସାରେ ଆକ୍ରମଣ କରିବା ସମୟରେ ମୃତ ୫ ଜଣ ପ୍ରତିବାଦ କରିଥିଲେ। ତେବେ ଏହା ଆଶ୍ଚର୍ଯ୍ୟ ର ବିଷୟ ଯେ ଆକ୍ରମଣକାରୀଙ୍କ ଶରୀରରେ କିପରି କୌଣସି କ୍ଷତି ହୋଇନାହିଁ ଏବଂ ସେ ଆଘାତ ପାଇନାହିଁ। ତେଣୁ ଏହି ଘଟଣାରେ ଶିବ ଏକାନୁହେଁ ବରଂ ଏକାଧିକ ଆକ୍ରମଣକାରୀଙ୍କ ସମ୍ପୃକ୍ତି ରହିଥିବା ନେଇ ସନ୍ଦେହ କରା ଯାଉଛି। ଏହାଛଡ଼ା ପ୍ରତିବାଦ ସମୟରେ ଚିତ୍କାର ଶବ୍ଦବି ଶୁଭିବା ସ୍ବାଭାବିକ କଥା। ଏହାକୁ କିପରି ପାଖ ଘର ଲୋକେ ଜାଣି ପାରିଲେ ନାହିଁ ଏବଂ କାହାକୁ କିଛି ଜଣା ପଡିଲା ନାହିଁ। ତେବେ ଏଭଳି ଅନେକ ପ୍ରଶ୍ନକୁ ନେଇ ପୋଲିସ ତାର ତଦନ୍ତ ଆରମ୍ଭ କରିଛି।

ତେବେ ଆପଣଙ୍କୁ କହି ରଖୁଛୁ ଯେ ସମ୍ପତ୍ତି ବିବାଦକୁ ନେଇ ଗତ ୧୧ ତାରିଖ ବିଳମ୍ବିତ ରାତିରେ କୁସୁପୁର ଗ୍ରାମର ଶିବ ପ୍ରସାଦ ସାହୁ ତାଙ୍କ ବଡ ଭାଇ ଅଲେଖ ସାହୁ , ଭାଉଜ ରଶ୍ମିତା, ଝିଆରୀ ସ୍ମୃତିସନ୍ଧ୍ୟା ଓ ୨ ପୁତୁରା ସ୍ମୃତିସ୍ବରୂପ, ସ୍ମୃତିସାଇଙ୍କ ସମେତ ୫ ଜଣଙ୍କୁ ବୀଭତ୍ସ ଭାବେ କଟୁରିରେ ହାଣି ହାଣି ହତ୍ୟା କରିଥିଲେ। ଏଭଳି ନାରକିୟ କାଣ୍ଡ ଘଟାଇବା ପରେ ଶିବ ଯାଇ ତା ପରଦିନ ଆତ୍ମସମର୍ପଣ ମଧ୍ୟ କରିଥିଲା। ଆଉ ଏଭଳି ଏକ ଖବର ଚାରିଆଡେ ଖେଳାଇ ଦେଇଥିଲା ଚାଞ୍ଚଲ୍ୟ ଏବଂ ଆତଙ୍କ।

 

Leave a Comment