ଆସଛି ଏକାବେଳେ ୩ ଟି ଲଘୁଚାପ ! ଆଜିଠାରୁ ଏହି ସବୁ ଜିଲ୍ଲାରେ ପ୍ରବଳ ରୁ ଅତି ପ୍ରବଳ ଵର୍ଷା ହେବା ସମ୍ଭାବନା , ସେୟାର କରି ସଚେତନ କରନ୍ତୁ

0

ସାମ୍ନାକୁ ଆସିଲା ସନସ୍ତଙ୍କ ପାଇଁ ଏକ ବଡ ଖବର। ଯାହା ଆପଣଙ୍କ ର ଜାଣିବା ନିହାତି ଦରକାର। ବିଶେଷ ସୂଚନା ଅନୁସାରେ ମାଡ଼ି ଆସୁଛି ବଡ ଧରଣର ଲଘୁଚାପ।ଏକା ଥରକେ ତିନି ତିନୋଟି ଲଘୁଚାପ ମାଡ଼ି ଆସୁଥିବା ଜଣା ପଡିଛି। ଆଉ ଏହି ଭୟଙ୍କର ଲଘୁଚାପ କୁ ଦୃଷ୍ଟି ରେ ରଖି ପାଣି ପାଗ ବିଭାଗ ତରଫରୁ ଜାରି କରା ଯାଇଛି ୟେଲୋ ୱାର୍ଣି। ତେବେ ମିଳିଥିବା ସୂଚନା ଅନୁସାରେ ଏହି ଜିଲ୍ଲା ମାନଙ୍କୁ ଜାରି କରା ଯାଇଛି ୟେଲୋ ୱାର୍ଣିଂ। ତେବେ ଆସନ୍ତୁ ଜାଣିବା ଏଥିପାଇଁ ଥିବା ସମ୍ପୂର୍ଣ୍ଣ ଅପଡେଟ ଯାହା ପାଣିପାଗ ବିଭାଗ ତରଫରୁ ଜାରି କରା ଯାଇଛି।

ତେବେ ରିପୋର୍ଟ ଅନୁସାରେ ଯାହା କୁହା ଯାଉଛି ବଙ୍ଗୋପସାଗର ରେ ୩ଟି ଲଘୁଚାପ ଦାନା ବାନ୍ଧୁଛି। ଉତ୍ତରପୂର୍ବ ଏବଂ ତତ୍ ସଂଲଗ୍ନ ପୂର୍ବ ବଙ୍ଗୋପସାଗର ରେ ଘୂର୍ଣୀ ବଳୟ ସୃଷ୍ଟି ହୋଇଛି। ଆଉ ଏହାଛଡ଼ା ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଉତ୍ତର ଏବଂ କେନ୍ଦ୍ରୀୟ ବଙ୍ଗୋପସାଗର ରେ ଲଘୁଚାପ ର ରୂପ ନେବାକୁ ଯାଉଛି। ସେହିପରି ଦକ୍ଷିଣ ଛତିଶଗଡ ଏବଂ ଆନ୍ଧ୍ର ଉପକୂଳ ରେ ଆଉ ଦୁଇଟି ଲଘୁଚାପ ସୃଷ୍ଟି ହୋଇଛି। ଆଉ ଏହାର ପ୍ରଭାବରେ ବର୍ଷାର ପରିମାଣ ବଢିବ।ଏହି କାରଣରୁ ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷାର ପରିମାଣ କୁ ଲକ୍ଷ୍ୟ କରି ରାଜ୍ୟର ବିଭିନ୍ନ ସ୍ଥାନରେ ଅର୍ଥାତ ଜିଲ୍ଲା ମାନଙ୍କରେ ୟେଲୋ ୱାର୍ଣିଂ ଜାରି କରା ଯାଇଛି।

ଏହାଛଡ଼ା ପାଣିପାଗ ବିଭାଗ ର ସୂଚନା ଅନୁସାରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶା ସହ ଅନ୍ୟକିଛି ସ୍ଥାନରେ ବର୍ଷା ସମ୍ଭାବନା ରହିଛି। ତେବେ ସେହିସବୁ ଜିଲ୍ଲା ଗୁଡିକ ହେଉଛି, କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ ଏବଂ କେନ୍ଦୁଝର ରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣିଂ ଜାରି କରା ଯାଇଛି। ସେହିପରି କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି, ନୟାଗଡ, ଖୋର୍ଦ୍ଧା, କେଉଁଝର, ମୟୂରଭଞ୍ଜ ଓ ବାଲେଶ୍ବର ଜିଲ୍ଲାରେ ଗୋଟିଏ ରୁ ଦୁଇଟି ସ୍ଥାନରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏହାଛଡ଼ା ଆଜିଠୁ ରାଜ୍ୟରେ ବର୍ଷା ଅନୁଭୂତ ହେବ।

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଘୂର୍ଣ୍ଣିବଳୟ ଲଘୁଚାପ ରେ ପରିଣତ ହେବା ପରେ ଏହାର ପ୍ରଭାବ ରେ ଆସନ୍ତା ୨ ଦିନ ମଧ୍ୟରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ବିଶେଷ କରି ପୂର୍ବ ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶା ରେ ଏହାର ପ୍ରଭାବ ରହିବ। ଏଥିପାଇଁ ୬ ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ। ମାଲକାନଗିରି, ରାୟଗଡ଼ା, କୋରାପୁଟ, ପୁରୀ, ଗଜପତି ଏବଂ ଗଞ୍ଜାମ କୁ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ,ସତର୍କ ସୂଚନା ସହ ୟେଲୋ ୱାର୍ଣିଂ ଜାରି କରା ଯାଇଛି। ଲଘୁଚାପ ସମୟରେ ପବନର ବେଗ ୪୦ କିମି ରହିବ ବୋଲି କୁହା ଯାଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।