‘ ଆତ୍ମହତ୍ୟାକୁ ନେଇ କିଛି ତଥ୍ୟ ମିଳିଛି ’ ଏ ନେଇ କଣ କହୁଛନ୍ତି ପୋଲିସ… ଦେଖନ୍ତୁ Video

ହଁ ଦର୍ଶକ ବନ୍ଧୁ ବହୁ ଚର୍ଚ୍ଚିତ ଆମ ଫିଲ୍ମ ଇଣ୍ଡଷ୍ଟ୍ରି ର ଜଣେ ବେଶ ଜଣା ଶୁଣା କଳାକାର ଥିଲେ ରାଇମୋହନ ପରିଡା, ଜଣେ ଖୋଳନାୟକ ଭୂମିକାରେ ଅଭିନୟ କରି ଦର୍ଶକ ମାନଙ୍କ ପାଖରୁ ବେଶ ସନ୍ମାନ ସାଉଁଟି ଥିଲେ ଅଭିନେତା ରାଇମୋହନ | ଖାଲି ଜ ଜଣେ ବହୁତ ଭଲ ଅକ୍ଟୋର ସେତିକି ନୁହଁ କହିବାକୁ ଗଲେ ସେ ଜଣେ ବହୁତ ଭଲ ମଣିଷ ମଧ୍ୟ ଥିଲେ , ତାଙ୍କର ଅଭିନୟ ଦୁନିଆରେ ଥିଲା କେରେକ୍ଟର ଓ ବାସ୍ତବ ଜୀବନରେ ଥିବା ଚରିତ୍ର ମଧ୍ୟରେ ଥିଲା ପୁରା ବିପରୀତ | କାରଣ ସେ ସବୁବେଳେ ଖୋଳନାୟକ ର ଭୂମିକା କରୁଥିଲେ , ଆଉ ସେ ଭୂମିକାରେ ହି ଲୋକ ମାନେ ତାଙ୍କୁ ଚିହିଁ ଆସୁଥିଲେ, କିନ୍ତୁ ରିଏଲ ଲାଇଫ ରେ ସେ ବହୁତ ଭଲ ଆଉ ଶାନ୍ତ ଓ ପରୋପକାରି ଥିଲେ | ଆଉ ତାଙ୍କର ଏପରି ହଠାତ ମୃତ୍ୟୁ ତାହା ପୁଣି ଆତ୍ମହତ୍ୟା ତାକୁ ନେଇକି ସମସ୍ତଙ୍କ ମନରେ ବହୁତ ବଡ଼ ସନ୍ଦେହ ସୃଷ୍ଟି କରିଥିଲା , ଆଉ ଯାହା ପାଇଁ ପୋଲିସ ମଧ୍ୟ ତଦନ୍ତ କରିଥିଲା | ତେବେ ଆସନ୍ତୁ ଜାଣିବା ତଦନ୍ତ ବିଷୟରେ କଣ କହିଥିଲା ପୋଲିସ |

ସତରେ ଆତ୍ମହତ୍ୟା ଭଳି ଗୋଟିଏ ମୃତ୍ୟୁ ସେ ପୁଣି ଏତେ ବଡ଼ ଫିଲ୍ମ ଏକ୍ଟର ରାଇମୋହନ ଙ୍କ ସହିତ ଘଟିଛି ସେ ଘଟଣା କୁ କେହିବି ସହଜରେ ଗ୍ରହଣ କରିପାରି ନାହାନ୍ତି | ତେବେ ରାଇମୋହନ ଙ୍କ ମୃତ୍ୟୁ ପରେ ପୋଲିସ କହିଛି କି ସେ ମଧ୍ୟ ତାହାର ତଦନ୍ତ କୁ ଜୋର ସୋରରେ ଚଳାଇଛି , ଆଉ କଣ ପାଇଁ ରାଇମୋହନ ଇ ଭଳି ଡିସିସନ ନେଇଥିଲେ , ଆଉ କଣ ଥିଲା ତାଙ୍କର ମୃତ୍ୟୁ ପଛରେ ଥିବା ରହସ୍ୟ ତାକୁ ଖୋଜିଥିଲେ |

ଆଉ ପୋଲିସ କହିଛି କି ରାଇମୋହନ ଙ୍କ ମୃତ ଶରୀରକୁ ଠାବ କରିବା ପରେ ତାକୁ ପୋଷ୍ଟମଟମ ପାଇଁ ପଠା ଯାଇଥିଲା ଓ ତା ପରେ ଶବ ସତ୍କାର ପାଇଁ ତାଙ୍କର ମୃତ ଦେହକୁ ଘରକୁ ପଠାଯାଇଥିଲା , କିନ୍ତୁ ଏ ପର୍ଯ୍ୟନ୍ତ କିଛି ବି ରିପୋର୍ଟ ଆସିନାହିଁ | କିନ୍ତୁ ପୋଲିସ ସବୁ ଘଟଣା ର ତଦନ୍ତ ଚଳାଇଛି , ତାଙ୍କର ପରିବାର ଲୋକଙ୍କର ବି ଅଭିଯୋଗ ଥିଲା କି ତାଙ୍କର ମୃତୁ ର କାରଣ ଜାଣିବା | ତେବେ ଜମି ନେଇକି ବିଲଡର ଙ୍କ ସହିତ ଝଗଡା ହେବା କଥା ଉଠିଥିବା ବେଳେ ପୋଲିସ ସେ ସବୁ କଥାକୁ ମନା କରିବା ସହିତ ପୋଷ୍ଟ ମଟମ ରିପୋର୍ଟ ଆସିଲା ପରେ ମୃତ୍ୟୁ ର କାରଣ ଜଣାଇହେବ ବୋଲି କହିଥିଲେ |

ତେବେ ପୋଲିସ ଏତିକି କହିଥିଲେ କି ଘଟଣା କୁ ନେଇକି ରାଇମୋହନ ମୃତ୍ୟୁ ପୂର୍ବରୁ ତିନି ଜଣଙ୍କୁ bye ବୋଲି ଲେଖିଥିଲେ , ଓ ଯେତେ ବେଳ ପର୍ଯ୍ୟନ୍ତ ମେଡିକାଲ ଫାଇଣ୍ଡିକ୍ସ ଓ ତଦନ୍ତ ଶେଷ ହେଇନି ସେ ପର୍ଯ୍ୟନ୍ତ କିଛି କହିହେବ ନାହିଁ |ତେବେ ଘଟଣା ର ତଦନ୍ତ ଚାଲିଛି ବୋଲି ସ୍ପଷ୍ଟ କରିଛନ୍ତି ପୋଲିସ, ଯାହା ଏବେ ସେସିଆଲ ମିଡିଆରେ ଭାଇରାଲ ମଧ୍ୟ ହେଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment