ଆତ୍ମହତ୍ୟା କରିବାକୁ ଟ୍ରେନ ଲାଇନରେ ଶୋଇପଡିଲେ ଯୁବକ, ବ୍ରେକ ମାରି ଜୀବନ ରକ୍ଷାକଲେ ଟ୍ରେନ ଡ୍ରାଇଭର…ଦେଖନ୍ତୁ ଭିଡ଼ିଓ

0

ସମାଜରେ ପ୍ରତିଦିନ କିଛି ନା କିଛି ଘଟଣା ନିଶ୍ଚୟ ଘଟୁଛି , ଯାହାକୁ ଆପଣ ମାନେ ଘରେ ରହି ସୋସିଆଲ ମିଡିଆରେ ନିଶ୍ଟୟ ଦେଖି ପାରୁଥିବେ । ଏମିତି କିଛି ଆଶ୍ଚର୍ଯ୍ୟ କରିଦେବା ଭଳି ଦୃଶ୍ୟ ରାସ୍ତାଘାଟରେ ଲାଗିଥିବା ସିସିଟିଭିରେ କଏଦ ହୋଇ ଯାଇଥାଏ । ପରବର୍ତ୍ତୀ ସମୟରେ ଏହା ସୋସିଆଲ ମିିଡିଆରେ ଭାଇରାଲ ହୋଇଥାଏ । ତେବେ ବର୍ତ୍ତମାନ ସେମିତି ଏକ ଦୃଶ୍ୟ ସାମ୍ନାକୁ ଆସିଛି , ଯାହାକୁ ଦେଖି ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ଆସନ୍ତୁ ଜାଣିବା ଘଟଣାର ସମ୍ପୂର୍ଣ୍ଣ ତଥ୍ୟ ବିଷୟରେ ।

ଭିଡିଓ ରେ ଆପଣ ମାନେ ଦେଖିପାରୁଥିବେ ଜଣେ ଯୁବକ ଟ୍ରେନ ଆସୁଥିବାର ଦେଖି ହଠାତ୍ ଟ୍ରେନ ଲାଇନ ଉପରେ ଆତ୍ମହତ୍ୟା କରିବା ପାଇଁ ଶୋଇ ଯାଇଛନ୍ତି । ଟ୍ରେନ ଚାଳକ ମାରିଲେ ଏମର୍ଜେନସି ବ୍ରେକ , ଆଉ ବଞ୍ଚିଗଲା ଜୀବନ । ଏହି ସିସିଟିଭି ଫୁଟେଜ ଦେଖି ସମସ୍ତେ ଏବେ ଧନ୍ୟବାଦ ଦେଉଛନ୍ତି ଟ୍ରେନ ଚାଳକଙ୍କୁ , ଆପଣ ମାନେ କେବେ ଶୁଣି ନଥିବେ କି ଦେଖିନଥିବେ ଯେ କୌଣସି ପରିସ୍ଥିତିରେ ବି ବିନା ସିଗନାଲ୍ ରେ ଟ୍ରେନ ଚାଳକ ଟ୍ରେକ ଅଟକାଇ ପାରିବା କଥା । କିନ୍ତୁ ଜଣଙ୍କ ଜୀବନ ବଞ୍ଚାଇବାକୁ ଯାଇ ଜଣେ ଟ୍ରେନ ଚାଳକ ଠିକ୍ ସମୟରେ ଏଭଳି ବ୍ରେକ ମାରିଛନ୍ତି।

ଏ ଘଟଣାଟି ହେଉଛି ସିବିଡି ଷ୍ଟେସନ ମୁମ୍ୱାଇର , ଯେଉଁଠି ଘଟିଥିଲା ଏହି ଘଟଣାଟି । ବ୍ୟକ୍ତି ଜଣକ ରେଲୱେ ଟ୍ରାକରେ ଧୀରେ ଧୀରେ ଚାଲି ଯାଉଥିଲେ , ହଠାତ୍ ବ୍ୟକ୍ତି ଜଣକ ଟ୍ରାକ ଉପରେ ଶୋଇ ପଡିଲେ । ଦୃଶ୍ୟ ଦେଖିଲେ ଜଣା ପଡୁଛି ବ୍ୟକ୍ତି ଜଣକ ଚାହୁଁଛନ୍ତି ସୁଶାଇଡ୍ କରିବାକୁ , ଠିକ୍ ସେହି ସମୟରେ ଆସୁଥିବା ଟ୍ରେନ ସେହି ବ୍ୟକ୍ତିଙ୍କୁ ଦେଖି ଏମର୍ଜେନସି ବ୍ରେକ ମାରିଲେ । ଟ୍ରେନଟି କ୍ଷଣକ ଭିତରେ ଅଟକି ଯାଇଥିଲା , ଏହାପରେ ଆରପିଏଫ୍ ପୋଲିସ ମାନେ ସଙ୍ଗେ ସଙ୍ଗେ ଦୌଡି ଆସିଲେ ସେହି ବ୍ୟକ୍ତିଙ୍କ ପାଖକୁ । ସେହି ବ୍ୟକ୍ତି ଜଣଙ୍କୁ ଉଦ୍ଧାର କରିନେଲେ , ଯହା ଆପଣ ମାନେ ଏହି ଭିଡିଓ ରେ ନିଶ୍ଚୟ ଦେଖି ପାରୁଥିବେ ।

ତେବେ ଏ ଘଟଣା ଘଟିବାର ସମୟ ହେଉଛି ସକାଳ 11 ଟା 45 ମିନିଟ୍ ସମୟରେ , ଯାହାର ସମ୍ପୂର୍ଣ୍ଣ ଭିଡିଓ ଲାଗିଥିବା ସିସିଟିଭିରେ କଏଦ୍ ହୋଇଛି । ବର୍ତ୍ତମାନ ଟ୍ରେନ ଚାଳକଙ୍କର ଏଭଳି କାର୍ଯ୍ୟ ପାଇଁ ସବୁଆଡୁ ପ୍ରଶଂସାର ସୁଅ ଛୁଟୁଛି । ସମସ୍ତେ ତାଙ୍କୁ ହୃଦୟରୁ ଧନ୍ୟବାଦ ଦେଉଛନ୍ତି , ଟ୍ରେନ ଚାଳକଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ କିଛି ସେକେଣ୍ଡ ଭିତରେ ଏମର୍ଜେନସି ବ୍ରେକ ଦେଇ ବଞ୍ଚାଇ ଦେଲେ ଆଉ ଗୋଟିଏ ଜୀବନ । ବର୍ତ୍ତମାନ ସୁଦ୍ଧା ଏହି ଭିଡିଓଟିକୁ ଲକ୍ଷାଧିକ ଲୋକ ଦେଖି ସାରିଲେଣି , ବହୁ ଜଣ ଏଥିରେ କମେଣ୍ଟ ମଧ୍ୟ ଦେଇଛନ୍ତି । ଟ୍ରେନ ଚାଳକଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ଜଣେ ବ୍ୟକ୍ତିଙ୍କର ଜୀବନ ବଞ୍ଚିଗଲା , ଏଥିପାଇଁ ତାଙ୍କୁ ବହୁତ ପ୍ରଶଂସା ମଧ୍ୟ କରାଯାଇଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।