ବର୍ତ୍ତମାନ ପ୍ରତିଦିନ ସମାଜରେ କିଛି ନା କିଛି ତଥ୍ୟ ଦେଖିବାକୁ ଓ ଶୁଣିବାକୁ ମିଳିଥାଏ। ଯାହାକୁ ଶୁଣିବା ମାତ୍ରେ ଆମେ ବହୁତ ଖୁସି ହେବା ସହିତ ଗର୍ବ ମଧ୍ୟ ଅନୁଭବ କରିଥାଉ। ବର୍ତ୍ତମାନ ସମାଜରେ ନାରୀର ଭୂମିକା ବହୁତ ଗୁରୁତ୍ୱ ପୂର୍ଣ୍ଣ ରହିଛି। ସେ ମଧ୍ୟ ଆଗକୁ ଯାଇ ବଡ଼ ବଡ଼ କାମ କରି ତାଙ୍କ ଦାୟିତ୍ୱ ଠିକ ଭାବରେ କରି ଥାଆନ୍ତି। ସେମାନେ ସମାଜ ପାଇଁ ଗର୍ବ ଓ ଗୌରବ ଆଣି ଦେଇ ଥାଆନ୍ତି।
ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଘଟଣା ଦେଖିବା ପାଇଁ ମିଳିଛି, ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ବହୁତ ଖୁସି ମଧ୍ୟ ଅନୁଭବ କରିବେ। ତେବେ ଘଟଣାଟି ହେଉଛି, ଜଣେ IPS ମହିଳା ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରିଛନ୍ତି ବୋଲି ସୂଚନା ମିଳିଛି। ଏଭଳି ଭିଡିଓ ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରଲ ହେବାରେ ଲାଗିଛି। ଆସନ୍ତୁ ସମ୍ପୂର୍ଣ ଖବର ଉପରେ ନଜର ପକାଇବା;
ସୂଚନା ଅନୁସାରେ,କର୍ଣ୍ଣାଟକ କ୍ୟାଡର 2000 ମସିହାରେ D. ରୁପା ନାମକ ଜଣେ ମହିଳା IPS ଅଧିକାରୀ ଭାବରେ ନିଯୁକ୍ତି ହୋଇଥିଲେ। ସେ ପୂର୍ବରୁ ସିଭିଲ ଡିଫେନ୍ସରେ ଆଡ୍ସୀନାଲ କମାଣ୍ଡ ପଦବୀରେ କାମ କରିବା ସହ ଟ୍ରାଫିକ ରୋଡ଼ ନିରାପଦ ପଦବୀ କମିଶନର ଓ କର୍ଣ୍ଣାଟକ ଜେଲ ବିଭାଗରେ ଡେପୁଟି ଇନସ୍ପେକଟର ଜେନରାଲ ଭାବରେ କାମ କରି ସାରିଛନ୍ତି। 2004 ମସିହାରେ ମଧ୍ୟପ୍ରଦେଶରେ ଥିବା ମୁଖ୍ୟମନ୍ତ୍ରୀ ଉମା ଭାରତୀଙ୍କ ନାଁ ରେ ଥିବା 10 ବର୍ଷର ଥିବା ପୁରୁଣା ମାମଲାକୁ ତଦନ୍ତ କରି ତାଙ୍କୁ ଗିରଫ କରିବା ପାଇଁ ସେ ମଧ୍ୟପ୍ରଦେଶ ଯାଇଥିଲେ। ଯାହାକି ଚର୍ଚ୍ଚାର ବିଷୟ ପାଲଟି ଯାଇଥିଲା। ତାଙ୍କୁ 2013 ମସିହାରେ ସାଇପର କ୍ରାଇମ ମାମଲାରେ ଦାୟିତ୍ୱ ମଧ୍ୟ ଦିଆ ଯାଇଥିଲା। ସେ ଠିକ ଭାବରେ ତାଙ୍କ ଦାୟିତ୍ୱ ପାଳନ କରିଥିଲେ, ସେଥିପାଇଁ ତାଙ୍କୁ ବଡ଼ ସଫଳତା ମଧ୍ୟ ମିଳିଥିଲା ସେହି ଦିନଠୁ ତାଙ୍କୁ ଲେଡି ସିଂଘମ୍ ଭାବରେ ସମସ୍ତେ ଜାଣିଥିଲେ।
ତେବେ ସେ 2017 ମସିହାରେ ଯେତେବେଳେ ଜୟ ଲଳିତାଙ୍କ,ପାର୍ଟିରେ AI ADMK ନେତା ଶଶିକଳା ଜେଲରେ ଥିଲେ ସେତବେଳେ ସେ ଜେଲକୁ ନିରୀକ୍ଷଣ କରିବା ପାଇଁ ଯାଇଥିଲେ। ଶଶୀକଳାଙ୍କୁ ଜେଲରେ ସବୁ ସୁବିଧା ମିଳିବା ପାଇଁ ଜେଲ କର୍ତ୍ତୃ ପକ୍ଷଙ୍କୁ 2 କୋଟି ଟଙ୍କା ଲାଞ୍ଚ ଦିଆ ଯାଇଥିଲା ଓ ଏହା ଜାଣିବା ପରେ ସେ କର୍ତ୍ତୃ ପକ୍ଷଙ୍କ ନାଁ ରେ ଅଭିଯୋଗ ଆଣି ଖୁଲାସା କରିଛନ୍ତି। ସେ ଜଣେ କେବଳ IPS ନୁହନ୍ତି ତାଙ୍କ ପାଖରେ ଅନେକ ପ୍ରତିଭା ଭରି ରହିଛି। ସେ ଜଣେ ଭରତ ନାଟ୍ୟ ଡ୍ୟାନ୍ସର ହେବା ସହ ସଂଗୀତଜ୍ଞ ମଧ୍ୟ ଅଟନ୍ତି। ସେ ଦେଶର ଗର୍ବ ଓ ଗୌରବ ଅଟନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।