ଆଉ ରହିବନି ପେଟ୍ରୋଲ, ଡିଜେଲ ଚିନ୍ତା ! ଏଥର ପାଣିରେ ଗଡିବ ଗାଡି, ଏ ନେଇ କଣ କହୁଛନ୍ତି କେନ୍ଦ୍ର ପରିବହନ ମନ୍ତ୍ରୀ Nitin Gadkari ଦେଖନ୍ତୁ…

0

ବର୍ତ୍ତମାନ ସମୟରେ ପେଟ୍ରୋଲ ଡିଜେଲର ଅହେତୁକ ଦର ବୃଦ୍ଧି ଯେମିତି ହେଲାଣି ,ସାଧାରଣ ଲୋକମାନଙ୍କ ପାଇଁ ଏହା ଏକ ଚିନ୍ତାର ବିଷୟ ପାଲଟିଗଲାଣି । କେହି କେହି ଲୋକମାନେ ଏପରି ପ୍ରେଟ୍ରୋଲ ଡିଜେଲ ଦର ବୃଦ୍ଧି ହେବା ଦେଖି ଯାନବାହାନ ଚଲାଇବା ବନ୍ଦ କରିଦେଲେଣି । ଏପରି ପରିସ୍ଥିତିରେ ଏକ ଖିୁସୀର ଖବର ଆସିଛି , ଯାହା ଶୁଣି ଆପଣ ମାନେ ପ୍ରଥମେ ବିଶ୍ୱାସ କରିବେ ନାହିଁ । କିନ୍ତୁ ଏହା ସତ ହେବାକୁ ଯାଉଛି , ତେବେ ଆସନ୍ତୁ ଜାଣିବା ସେହି ଖୁସୀ ଖବର ବିଷୟରେ ।

ସୂଚନା ମୁତାବକ ଏଥର ପେଟ୍ରୋଲ ଡିଜେଲ ରୁ ମିଳିବ ମୁକ୍ତି , ପାଣିରେ ଗଡିବ ଗାଡି । କାରଣ ଖୁବ୍ ଶୀଘ୍ର ଏକ ହାଇଡ୍ରୋଜେନ ଚାଳିତ କାର ଚଳେଇବେ ସଡକ ପରିବହନ ମନ୍ତ୍ରୀ ନିତିନ୍ ଗଡକରୀ । ଦେଶରେ ଖୁବ୍ ଶୀଘ୍ର ବଜାରକୁ ଆସିବ ହାଇଡ୍ରୋଜେନର କାର , ଏହାକୁ ନେଇ ଖୋଲାସା କରିଛନ୍ତି ନିଜେ ଖଡକରୀ । ଏବେ ଗ୍ରୀନ ହାଇଡ୍ରୋଜେନର ସମୟ ଆସିଯାଇଛି ଏବଂ ବହୁତ ଶୀଘ୍ର ରାସ୍ତାରେ ଗ଼ଡିବ ହାଇଡ୍ରୋଜେନ ଚାଳିତ କାର । ଭାରତୀୟ ବୈଜ୍ଞାନିକଙ୍କୁ ପ୍ରଶଂସା କରିବାକୁ ଯାଇ ଗଡ୍ କରି କହିଛନ୍ତି ଯେ ଖୁବ୍ ଶୀଘ୍ର ତାଙ୍କ ପାଖରେ ବି ଏକ ସ୍ୱତନ୍ତ୍ର କାର ହେବ । ଯାହାକି ଗ୍ରୀନ ହାଇଡ୍ରୋଜେନ ରେ ଚାଲିବ ।

ପାଣିରୁ ହାଇଡ୍ରୋଜେନ ଓ ଅକ୍ସିଜେନକୁ ଅଲଗା ଅଲଗା କରାଯିବା ପରେ ଏହି ହାଇଡ୍ରୋଜେନରେ ଗାଡି ଚାଲିବ । ଏହା ଲୋକେ ବିଶ୍ୱାସ ନକଲେବି ସତ ହେବାକୁ ଯାଉଛି , ଏହି କାର ସମ୍ପୂର୍ଣ୍ଣ ପ୍ରଦୂଷଣ ମୁକ୍ତ ହେବ ବୋଲି କୁହାଯାଉଛି । ଗଡକରୀ ଙ୍କ କହିବା ମୁତାବକ ଭାରତରେ ଗ୍ରୀନ ହାଇଡ୍ରୋଜେନ ର ବ୍ୟବହାର କରିବାକୁ ପାଇଲଟ ପ୍ରଜେକ୍ଟ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି । ତାଙ୍କ କହିବା ମୁତାବକ ମହାନଗରୀରୁ ଦୈନିକ ବାହାରୁଛି ଲକ୍ଷ ଲକ୍ଷ ସ୍ୱରେଜ ପାଣି । ଏହି ଆବର୍ଜନା ବା ସ୍ୱେରଜ ପାଣିକୁ ବ୍ୟବହାର କରି ରାସ୍ତାରେ ଗାଡି ଚାଲିବ ।

ପ୍ଲାଣ୍ଟରେ ଏହାକୁ ନେଇ ପ୍ରକ୍ରିୟା କରଣ କରାଯାଇ , ଏଥିରୁ ହାଇଡ୍ରୋଜେନକୁ ଅଲଗା କରାଯିବ । ଏହି ହାଇଡ୍ରୋଜେନକୁ ଗାଡିରେ ଇନ୍ଧନ ଭାବେ ବ୍ୟବାହାର କରାଯିବ , ଏଥିପାଇଁ ଫରିଦାବାଦ ରେ ଅଏଲ ରିସର୍ଚ୍ଚ ଇନସିଚ୍ୟୁଟ ରେ କାର୍ଯ୍ୟ ଆରମ୍ଭ ହୋଇ ଯାଇଛି ବୋଲି ଗଡକରୀ ସୂଚନା ଦେଇଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେବେ ସେ ନିଜେ ଦିଲ୍ଲୀ ରାସ୍ତାରେ ଏହି କାର ନେଇ ବୁଲିବେ , ସେତେବେଳେ ଯାଇ ଲୋକଙ୍କୁ ବିଶ୍ୱାସ ହୋଇଯିବ ଯେ ସତରେ ପାଣି ରେ କାର୍ ଚାଲିବ । ଏହି କାର ସମ୍ପୂର୍ଣ୍ଣ ପ୍ରଦୂଷଣ ମୁକ୍ତ ହେବ ବୋଲି ସେ କହିଛନ୍ତି । ଲୋକମାନେ ଏହାର ଫାଇଦା ଉଠାଇ ପାରିବେ । ବିନା ପେଟ୍ରୋଲ ଡିଜେଲ ରେ କାର ଚଲାଇ ପାରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।