ଆଉ ଶୁଣିବାକୁ ମିଳିବନି ତାଙ୍କ କଣ୍ଠର ଗୀତ, ପରଲୋକରେ ପ୍ରସିଦ୍ଧ ଗାୟିକା ତପୁ ମିଶ୍ର, ଜାଣନ୍ତୁ କେମିତି ହେଲା ତାଙ୍କ ମୃତ୍ୟୁ

0

ଓଡ଼ିଶା ପାଇଁ ଏକ ଦୁଃଖଦ ଖବର। ଆଉ ନାହାନ୍ତି ବିଶିଷ୍ଟ କଣ୍ଠଶିଳ୍ପୀ ତପୁ ମିଶ୍ର। ଭୁବନେଶ୍ଵର ର ଏକ ଘରୋଇ ଡାକ୍ତରଖାନା ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିବା ସୁଚନା ମିଳିଛି। ତେବେ କରୋନା ରୁ ସୁସ୍ଥ ହେବା ପରେ କୋଭିଡ ପରବର୍ତ୍ତୀ ସ୍ଵାସ୍ଥ୍ୟ ଅବସ୍ଥା ବିଗିଡିବା ଦେଖା ଦେବାରୁ ସେ ଚିକିତ୍ସିତ ହେଉଥିଲେ। ଆପଣ ସମସ୍ତେ ଜାଣିଛନ୍ତି ଓଡିଆ ଫିଲ୍ମ ଏବଂ ଆଲବମ ଇଣ୍ଡଷ୍ଟ୍ରି ର ଜଣେ ଜଣାଶୁଣା ଚେହେରା ତପୁ ମିଶ୍ର। ଯିଏକି ଏକାଧିକ ହିଟ୍ ଗୀତ ଗାଇ ଲୋକଙ୍କ ମନକୁ କିଣି ପାରିଥିଲେ। ଲୋକଙ୍କ ହୃଦୟରେ ସଙ୍ଗୀତ ପାଇଁ ଏକ ସ୍ବତନ୍ତ୍ର ଭଲପାଇବା ତିଆରି କରିବାରେ ସକ୍ଷମ କରାଇ ପାରିଥିଲେ ଏହି ବିଶିଷ୍ଟ କଣ୍ଠଶିଳ୍ପୀ ଜଣଙ୍କ।

କିନ୍ତୁ ଏବେ ଆଉ ତାଙ୍କ ସ୍ୱର ଲୋକଙ୍କ ନିକଟରେ ପହଁଚି ପାରିବ ନାହିଁ। କାରଣ ଆମ ସମସ୍ତଙ୍କୁ ଛାଡ଼ି ଏହି ପ୍ରମୁଖ ଗାୟିକା ଜଣଙ୍କ ଆର ପାରିକୁ ଚାଲି ଯାଇଛନ୍ତି।ଏକ ଦୁଃଖଦ ଖବର ନିଶ୍ଚିତ ଭାବରେ ଓଡ଼ିଶା ବାସୀ ଙ୍କ ପାଇଁ। ଯାହା ସମସ୍ତଙ୍କୁ ମର୍ମାହତ କରିଛି। ତାଙ୍କର ବିୟୋଗ ଓଡିଶା ସିନେ ଜଗତର ଏକ ବଡ଼ ଧରଣର କ୍ଷତି ସୃଷ୍ଟି କରିଛି କହିଲେ ଅତ୍ୟୁକ୍ତି ହେବ ନାହିଁ।ଏହି ଗାୟିକା ଜଣଙ୍କ ଭୁବନେଶ୍ଵର ର ଏକ ଘରୋଇ ହସ୍ପିଟାଲ ରେ ଚିକିତ୍ସିତ ହେଉଥିଲେ। କରନା ରେ ଆକ୍ରାନ୍ତ ହେବା ପରେ ସେ ହସ୍ପିଟାଲ୍ ରେ ଭର୍ତ୍ତି ହୋଇଥିଲେ। ଏହାପରେ ସେ କରନା ରୁ ସୁସ୍ଥ ହେବା ପରେ ତାଙ୍କର କୋଭିଡ ପରବର୍ତ୍ତୀ ସ୍ଵାସ୍ଥ୍ୟ ଅବସ୍ଥା ରେ ଅସୁବିଧା ପରିଲକ୍ଷିତ ହୋଇଥିଲା।

ଏହାପରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିବା ଦେଖି ତାଙ୍କର ଚିକିତ୍ସା ଜାରି ରହିଥିଲା। ଆଉ ଚିକିତ୍ସାଧୀନ ଅବସ୍ଥା ରେ ହିଁ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ବୋଲି ସୂଚନା ମିଳିଛି। ତାଙ୍କ ପାଖରେ କରନା ପରବର୍ତ୍ତୀ ଜଟିଳତା ଦେଖା ଦେଇଥିଲା। ଏଭଳି ଏକ ଦୁଃଖଦ ଖବର ଶୁଣିବାକୁ ମିଳିବ ତାହା କେହି କେବେ ଭାବି ନଥିଲେ। କୋଭିଡ ପରବର୍ତ୍ତୀ ଷ୍ଟେଜ ରେ ସେ ଗୁରୁତର ଅବସ୍ଥାରେ ରହିଥିଲେ। ତାପରେ ତାଙ୍କର ଉନ୍ନତ ଧରଣର ଚିକିତ୍ସା ପାଇଁ ତାଙ୍କୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯିବ ବୋଲି ମଧ୍ୟ କୁହା ଯାଇଥିଲା।ତାଙ୍କୁ ଉତ୍ତମ ଚିକିତ୍ସା ର ଆବଶ୍ୟକତା ରହି ଥିଲା।

ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କର ଉନ୍ନତ ଚିକିତ୍ସା ପାଇଁ ଏୟାର ଲିଫ୍ଟ କରି କୋଲକତା କିମ୍ବା ଚେନ୍ନାଇ ନେବାକୁ ପ୍ରସ୍ତୁତ ହେଉଥିଲେ ପରିବାର ଲୋକ ଏବଂ ଶୁଭେଚ୍ଛୁମାନେ। କାରଣ ତପୁ ମିଶ୍ର ଙ୍କ ଇକମୋ ଚିକିତ୍ସା ହୋଇଥାନ୍ତା।ତେବେ ଏଥିପାଇଁ ଅଧିକ ଟଙ୍କାର ଆବଶ୍ୟକତା ରହିଥିବା ବେଳେ ଓଲିଉଡ୍‌ର କଳାକାର ଏବଂ ତପୁ ମିଶ୍ର ଙ୍କ ପରିବାର ଲୋକେ ତପୁ ମିଶ୍ର ଙ୍କ ଏହି ବ୍ୟୟ ବହୁଳ ଚିକିତ୍ସା ପାଇଁ ଓଡ଼ିଶା ବାସୀଙ୍କ ଆର୍ଥିକ ସହାୟତା ଲୋଡ଼ିଥିଲେ। କିନ୍ତୁ ଏବେ ତପୁ ମିଶ୍ରଙ୍କ ପରଲୋକ ସମସ୍ତଙ୍କୁ ମର୍ମାହତ କରି ଦେଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।