ଅଭାବରେ ରହୁଥିଲେ କ’ଣ କରିବେ ? ୨୦+ ଅନୁଚିନ୍ତା

0

ସମାଜରେ କେତେକ ନୀତି ନିୟମ ପରମ୍ପରା ରହିଥାଏ , ତାହାକୁ ମାନି ଚଳିଲେ ଆମ ଜୀବନରେ କେବେହେଲେ କୌଣସି ସମସ୍ୟା ଆସି ନଥାଏ । ସେଥିପାଇଁ କୁହାଯାଏ କି ମଣିଷ ସର୍ବଦା ନୀତି ନିୟମରେ ବନ୍ଧା ହୋଇଥାଏ । ତାହା ଆମ ଜୀବନକୁ ସରସ ସୁନ୍ଦର କରି ଗଢି ତୋଳିବାରେ ସାହାର୍ଯ୍ୟ କରିଥାଏ , ତେବେ ଆସନ୍ତୁ ଜାଣିବା କେତେକ ଗୁରୁତ୍ୱ ପୂର୍ଣ୍ଣ କଥା ବିଷୟରେ , ଯାହା ଆମ ଜୀବନ ଶୈଳୀ ପାଇଁ ଅତ୍ୟନ୍ତ ଜରୁରୀ ଅଟେ ।

1. ଘରର ଡାହାଣ ପାଖରେ ତୁଳସୀ ଚଉରା ରହିବା ଉଚିତ ଏବଂ ଘରୁ ବାହରିଲା ବେଳେ ତୁଳସୀ ମୂଳର ମାଟି ମୁଣ୍ଡରେ ମାରିଲେ ଶୁଭ ହୋଇଥାଏ ।

2. ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ହେଉଥିଲେ ପାଣି ପିଇବା ବେଳେ ବସିକି ପିଅନ୍ତୁ ଏବଂ ଦିନକୁ ପାଞ୍ଚଟି ଲବଙ୍ଗ ଚୋବାଇକରି ଖାଆନ୍ତୁ ।

3. ବ୍ରଣ ଦାଗ ଲିଭାଇବା ପାଇଁ ହେଲେ ଡାଲଚିନି ଗୁଣ୍ଡ ସହିତ ଅଳ୍ପ ମହୁ ମିଶାଇ ଦାଗରେ ମାରିଲେ ଦାଗ ଲିଭିଯାଏ ।

4. ଆଖି ତଳ କଳାଦାଗ ଲିଭାଇବା ପାଇଁ ଲେମ୍ୱୁରସ ସହିତ ବିଲାତିରସ ମିଶାଇ କଳାଦାଗରେ ଲଗାନ୍ତୁ ।

5. ବିବାହିତା ସ୍ତ୍ରୀ ଲୋକମାନେ ରାତିରେ ଚୁଟି ଖୋଲାରଖି ଶୁଅନ୍ତୁ ନାହିଁ ଏହା ଅମଙ୍ଗଳ ହୋଇଥାଏ ।

6. ସୂର୍ଯ୍ୟାସ୍ତ ପରେ କେବେ କ୍ଷୀର କିମ୍ୱା ଦହି ବାହର ଲୋକଙ୍କୁ ଦିଅନ୍ତୁ ନାହିଁ ଏହା ଅମଙ୍ଗଳ ହୋଇଥାଏ ।

7. ଜଗନ୍ନାଥ ମନ୍ଦିରକୁ ତିନି ଥର ଏବଂ ଶିବ ମନ୍ଦିରକୁ ଅର୍ଦ୍ଧ ପରିକ୍ରମା କଲେ ମଙ୍ଗଳ ହୋଇଥାଏ ।

8. ଘରେ ଅଶାନ୍ତି ଲାଗୁ ରହିଥିଲେ ଶନିବାର ଦିନ ବଉଳ ଗଛକୁ ସାତଥର ପରିକ୍ରମା କରି ତାର ଚେରକୁ ଘରେ ରଖନ୍ତୁ ।

9. ନିଜ ଦେହର ଛାଇ , ତୀର୍ଥସ୍ଥାନ ଏବଂ ଶ୍ମଶାନରେ ପରିସ୍ରା କରିବା ଉଚିତ ନୁହେଁ ଏହା ଅମଙ୍ଗଳ ହୋଇଥାଏ ।

10. ରବିବାର ଦିନ ଆମିଷ ଖାଆନ୍ତୁ ନାହିଁ ଏବଂ ଖିଅର ହୁଅନ୍ତୁ ନାହିଁ ଏହା ଅମଙ୍ଗଳ ହୋଇଥାଏ ।

11 . ଘରେ ଅଭାବ ଲାଗି ରହୁଥିଲେ ଛୋଟ ପିତଳ ଢାଲାରେ କଏନ ଭର୍ତ୍ତି କରି ପଶ୍ଚିମ ଦିଗରେ ରଖନ୍ତୁ ।

12. ଭୋଜନ କରିବା ସମୟ ରେ ଗୋଡରେ ହାତ ରଖନ୍ତୁ ନାହିଁ କିମ୍ୱା ମୁଣ୍ଡରେ ଟୋପି କିମ୍ୱା ଗାମୁଛା ପିନ୍ଧନ୍ତୁ ନାହିଁ ।

13 . କଣ୍ଠ ମଧୁର କରିବା ପାଇଁ ଶୁଣ୍ଠି କଳରେ ଯାକନ୍ତୁ ।

14 . ବାଛୁରୀ ନଥିବା ଗାଈର କ୍ଷୀରକୁ ଛୋଟ ପିଲାଙ୍କୁ ପିଆନ୍ତୁ ନାହିଁ ଏବଂ ଠାକୁର ପୂଜାରେ ଲଗାନ୍ତୁ ନାହିଁ ।

15. ଗୁରୁବାର ଦିନ କିମ୍ୱା ଶନିବାର ଦିନ ଆଖୁ , ରବିବାର ଦିନ ଗୁଡ ଏବଂ ବୁଧବାର ଦିନ ମୂଳା ଖାଆନ୍ତୁ ନାହିଁ ।

16. ଛୋଟପିଲା ଯଦି ଅନବରତ କାନ୍ଦୁଥାନ୍ତି ଶୋଇବା ଘଟକୁ ମଯୂର ପୁଛରେ ଝାଡି ଶୁଆଇ ଦିଅନ୍ତୁ ।

17. ମୁଣ୍ଡବିନ୍ଧା ରୋଗ ଦୂର କରିବା ପାଇଁ ଖାଲି ପେଟରେ ସେଓ ସହିତ ଲୁଣ ମିଶାଇ କିଛି ଦିନ ସେବନ କରନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।