ଦେଖନ୍ତୁ ଆଶ୍ଚର୍ଯ୍ୟ ଭିଡ଼ିଓ – ଅଭଦ୍ର ଶ୍ୱଶୁରର କାରନାମା ବୋହୁକୁ ଗାଁ ଦାଣ୍ଡରେ ଚୁଟି ଘୋଷାଡି ଶେଷରେ କଲା ଏମିତି ଛିଃ ଛିଃ……

0

ଯୁଗ ଯେତେ ଆଗକୁ ଯାଉଛି ମଣିଷ ସେତେ ତଳକୁ ଖସି ଯାଉଛି।ଆଜିର ଏହି ବିଜ୍ଞାନ ର ଯୁଗ ରେ ମଣିଷ ଜୀବନ ର ପ୍ରକୃତ ଜ୍ଞାନ କୁ ଭୁଲି ଯାଉଛି।ମଣିଷ ନିଜ ର ମଣିଷ ପଣିଆ,ମାନବିକତା କୁ ସତେ ଯେମିତି ଭୁଲି ଗଲାଣି।ଆଜିର ଏହି ପାଶ୍ଚାତ୍ୟ ସଭ୍ୟତା ଭିତରେ ମଣିଷ ନିଜର ସଂସ୍କୃତି ଓ ସଭ୍ୟତା କୁ ଭୁଲି ଯାଇଛି।ଆଜି ମଣିଷ ହିଁ ମଣିଷ ର ଶତ୍ରୁ ପାଲଟିଛି।ଆଜି ମଣିଷ ନିଜର ସମ୍ପର୍କ ର ଡୋରି କୁ ମଧ୍ୟ ଭୁଲି ଯାଇଛି।ପ୍ରତି ମୁହୂର୍ତ୍ତରେ ଆମ ସାମ୍ନା କୁ ଆସୁଛି ଅନେକ ନୂଆ ନୂଆ ଘଟଣା,ଯାହା ଆଜି ର ଏହି ମଣିଷର ଅମାନୁଷିକତା କୁ ଦର୍ଶାଉଛି।

ଭାରତୀୟ ସଂସ୍କୃତିରେ ଶଶୁର ଓ ବୋହୂ ର ସମ୍ପର୍କ କୁ ବାପ ଓ ଝିଅର ସମ୍ପର୍କ ବୋଲି କୁହା ଯାଏ।କିନ୍ତୁ ବେଳେ ଏମିତି ଘଟଣା ଘଟିଥାଏ ଯାହାକୁ ଶୁଣିଲେ ସମ୍ପର୍କ ର ମାନେ ହିଁ ବଦଳି ଜାଏ। ତେବେ ନିକଟରେ ଏହି ପରି ଏକ ଅପମାନ ଜନକ ଘଟଣା ଘଟିଛି ଯାହା ସୋସିଆଲ ମିଡିଆରେ ବହୁତ୍ ଭାଇରାଲ ହେବାରେ ଲାଗିଛି।ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର।

ଏହି ଭିଡ଼ିଓ ରେ ଦେଖିବା ପାଇଁ ମିଳିଛି କି ବୋହୂ କୁ ଗାଁ ଦାଣ୍ଡରେ ଚୁଟି ଧରି ଘୋଷାଡ଼ି ଘୋଷାଡ଼ି ମାଡ଼ ମାରୁଛନ୍ତି ଶଶୁର।ମାକୁ ଏହି ଅବସ୍ଥାରେ ଦେଖି ଚାରି ପାଞ୍ଚ ବର୍ଷ ର ଝିଅ ବିକଳ ହୋଇ କାନ୍ଦୁଛି।ରାକ୍ଷସ ଜେଜେ ବାପା ହାବୁଡ଼ ରୁ ନିଜ ମାଆ କୁ ଉଦ୍ଧାର କରିବା ପାଇଁ ଚେଷ୍ଟା ବି କରୁଛି।ଭିଡ଼ିଓ ଦେଖିଲେ ଆପଣ କହିବେ ଅଭଦ୍ର ଶଶୁର, ବୋହୂକୁ କିଏ କଣ ଏମିତି ଗାଁ ଦାଣ୍ଡରେ ମାରେ।

ବୋହୂକୁ ରାସ୍ତା ରେ ଘୋଷାଡ଼ି ଘୋଷାଡ଼ି ପିଟୁଛନ୍ତି ଶଶୁର ଏବଂ ବୋହୂର ଦେହରୁ ଲୁଗା ଖସି ଯାଉଛି।ସେ ମହିଳା ହୋଇ ଥିବାରୁ ଲାଚାର ହୋଇ ଯାଉଛନ୍ତି।କେବଳ ଚିତ୍କାର କରିବା ଛଡ଼ା ନିଜକୁ ରକ୍ଷା କରିବା ପାଇଁ ସେ ଆଉ କିଛି କରି ପାରୁ ନାହାଁନ୍ତି।

ଅନ୍ୟ ଜଣେ ମହିଳା ଶଶୁର ହାତରୁ ବୋହୂ କୁ ରକ୍ଷା କରିବା ପାଇଁ ଚେଷ୍ଟା କରୁଛନ୍ତି।ନିଜ ପାଇଁ ପ୍ରମାଣ ଯୋଗାଡ଼ କରିବା ପାଇଁ ବୋହୁ ଜଣଙ୍କ ଭିଡ଼ିଓ କରିବା ପାଇଁ ଆଉ ଜଣଙ୍କୁ କହୁଛନ୍ତି।କାରଣ ଆମର ନ୍ୟାୟାଳୟ କୁ ପ୍ରମାଣ ଦରକାର।ମିଳିଥିବା ସୂଚନା ଅନୁଯାୟୀ ଉକ୍ତ ଘଟଣା ଟି ଭଦ୍ରକ ଜିଲ୍ଲା କେନ୍ଦୁଆ ପଦା ନିକଟ ପଲହା ସାହିର।ପୁଅ ବାହାରେ ରହୁ ଥିବାରୁ ବୋହୂ ଉପରେ ସମ୍ପୂର୍ଣ୍ଣ ଅଧିକାର ସାବ୍ୟସ୍ତ କରୁଥିବା ଏହି ଅଭଦ୍ର ଶଶୁର ଙ୍କୁ ଦେଖିଲେ ଆପଣଙ୍କ ରକ୍ତ ଗରମ ହୋଇଯିବ।

ମହିଳା ଜଣଙ୍କ ଶଶୁରଙ୍କ ଅତ୍ୟାଚାର ରେ ଅତିଷ୍ଠ ହୋଇ କେନ୍ଦୁଆପଦା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।ଥାନା ଅଧିକାରୀ ପରିବାର ର ସମସ୍ୟା ର ସମାଧାନ ହୋଇଥିବା କହିଛନ୍ତି।ଏବେତ ଭିଡ଼ିଓ ଭାଇରାଲ ହେଲା ବୋଲି ଆପଣ ଜାଣିଲେ କି ଶଶୁର ବି ବୋହୂକୁ ଏପରି ମାରନ୍ତି।କିନ୍ତୁ ଅନେକ ଘରେ ଏପରି ଅତ୍ୟାଚାର ର ଶିକାର ହେଉଛନ୍ତି ଆଜିବି ବୋହୂ ମାନେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।