ଦେଖନ୍ତୁ ଭିଡ଼ିଓ – କାହିଁକି ଅଭିନେତ୍ରୀ ବର୍ଷା Live ଭିଡିଓ ରେ ନିଜର Secret ମୋବାଇଲ ନଂ କୁ ସେୟାର କରିଲେ ସମସ୍ତଙ୍କୁ ଜଣାନ୍ତୁ ତା ପଛର ଥିବା ଗୁପ୍ତ କାରଣ…

0

ଓଲିଉଡ ର କୁଇନ କୁହା ଯାଉଥିବା ବର୍ଷା ପ୍ରିୟଦର୍ଶିନୀ ଏବେ ବହୁତ ଚର୍ଚ୍ଚାରେ ରହିଛନ୍ତି। ଯେଉଁ କାରଣରୁ ଏବେ ଦର୍ଶକ ମାନେ ତାଙ୍କର ଅନେକ ଭିଡିଓ ସବୁ କୁ ଏବେ ଦେଖୁଛନ୍ତି ଏବଂ ପସନ୍ଦ ମଧ୍ୟ କରୁଛନ୍ତି।ତେବେ ଏହି ଅଭିନେତ୍ରୀ ଜଣଙ୍କ ତାଙ୍କର ଅନେକ ଭିଡିଓ କୁ ତାଙ୍କ ୟୁ ଟ୍ୟୁବ୍ ଚ୍ୟାନେଲ ରେ ଛାଡିଥାନ୍ତି।
ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଜଣେ କେବଳ ଅଭିନେତ୍ରୀ ଭାବରେ ନୁହଁ ବରଂ ଜଣେ ହିନ୍ଦୁ ଧର୍ମର ବୋହୂ ହିସାବରେ ସେ ହିନ୍ଦୁ ଧର୍ମର ସମସ୍ତ ପର୍ବ ପର୍ବାଣୀ ଗୁଡିକ ପାଳନ କରନ୍ତି ଏବଂ ହିନ୍ଦୁ ଧର୍ମର ସଂସ୍କୃତି ସବୁକୁ ବହୁତ୍ ବିଶ୍ୱାସ ମଧ୍ୟ କରନ୍ତି।

ତାଙ୍କର ପରୋପକାର ପ୍ରବୃତ୍ତି ପାଇଁ ସେ ଲୋକଙ୍କ ନିକଟରେ ବେଶ୍ ଗ୍ରହଣୀୟ ହୋଇ ପାରିଛନ୍ତି।ତେବେ ଜଣେ ସମାଜସେବୀ ଭାବରେ ସେ ସ୍ବେଚ୍ଛାସେବୀ ବ୍ୟକ୍ତି ଙ୍କ ଜରିଆରେ ବିଭିନ୍ନ ପ୍ରକାର ସମାଜସେବା ର କାର୍ଯ୍ୟ କରୁ ଥିବାର ବିଭିନ୍ନ ସମୟରେ ନଜର ଆସି ଥାଆନ୍ତି।

ସେ ବିଭିନ୍ନ ସମୟରେ ଖାଦ୍ୟ ପୁଡିଆ, ବସ୍ତ୍ର କୁ ଲୋକଙ୍କ ନିକଟରେ ପହଞ୍ଚାଉ ଛନ୍ତି। ତାଙ୍କର ଲୋକଙ୍କୁ ସାହାଯ୍ୟ କରିବା, ଅସହାୟ ମାନଙ୍କ ପେଟରେ ଦାନା ଦେବା ଭଳି ମହାନ୍ ପ୍ରବୃତ୍ତି କାରଣରୁ ଲୋକେ ତାଙ୍କୁ ବହୁତ୍ ପସନ୍ଦ କରନ୍ତି। ଗରିବ ଅସହାୟ ଲୋକଙ୍କ ପାଖରେ ସେବା ପହଞ୍ଚାଇବା ପାଇଁ ତାଙ୍କର ଏକ ସଂଗଠନ ରହିଛି ଯାହାର ନାମ ସମ୍ମାନିତା ଅଟେ। କରନା ସଂକ୍ରମଣ ସମୟରେ ସେ ଏହିଭଳି ଅନେକ କାର୍ଯ୍ୟ କରିଛନ୍ତି ତାଙ୍କର ସମ୍ମାନିତା ସଂଗଠନ ଜରିଆରେ।

ସେ ଅନେକ ସମୟରେ ଆଶ୍ରମ ମାନଙ୍କୁ ଯାଇ ସେଠାରେ ରହୁଥିବା କୁନି କୁନି ପିଲାଙ୍କୁ ଭେଟି ବିସ୍କୁଟ, ମାସ୍କ ଓ ସାନିଟାଇଜର ଏବଂ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ଆଦି ବଣ୍ଟନ ମଧ୍ୟ କରିଥିଲେ। ଏହାସହ ବର୍ଷା ପ୍ରିୟଦର୍ଶିନୀ ସେମାନଙ୍କ ସହ ବେଶ୍ କିଛି ସମୟ ବିତାଇଥିଲେ।ବର୍ଷା କିଛି ମାସ ଧରି ନିଜ ସଂଗଠନର ସଦସ୍ୟଙ୍କ ସହ ମିଶି ଏହିଭଳି ମହତ୍ କାମ କରି ଚାଲିଛନ୍ତି ।

ତେବେ ଅସହାୟଙ୍କୁ ସହାୟତା କରିବା ଜଣେ ଭଲ ମଣିଷର କର୍ତ୍ତବ୍ୟ ଅଟେ । ବର୍ତ୍ତମାନର ସଂକଟ ସମୟରେ ସମସ୍ତେ ନିଜକୁ ଓ ନିଜ ପରିବାରକୁ ସୁରକ୍ଷିତ ରଖିବା ସହ ଦରିଦ୍ର ଓ ଅସହାୟଙ୍କ ସହାୟତା କରିବାକୁ ମଧ୍ୟ ବର୍ଷା ଆହ୍ଵାନ ଦେଇଥାନ୍ତି।

ବର୍ଷା ଆମ ପାଠାଗାର ର ଶିକ୍ଷାଧାର ଦାସିଆ ଅଜା ଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଆମ ପାଠାଗାର ର ଶୁଭାରମ୍ଭ କରିଥିଲେ। ଏହାର ଉଦ୍ଦେଶ୍ୟ ହେଉଛି କିଛି ଅଭାବୀ ପିଲାଙ୍କ ମୁହଁରେ ହସ ଫୁଟାଇବା ଏବଂ ତାଙ୍କୁ ପୁସ୍ତକ ବାଣ୍ଟିବା। ଯାହାଦ୍ଵାରା ସେମାନଙ୍କ ଭବିଷ୍ୟତ ସୁନ୍ଦର୍ ହୋଇ ପାରିବ। ତେଣୁ ସେ ଭିଡିଓ ଜରିଆରେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ଯେ ଯେଉଁମାନେ ତାଙ୍କ ସଂଗଠନକୁ ପୁସ୍ତକ ପ୍ରଦାନ ପାଇଁ ଇଛୁକ ସେମାନେ ୮୧୧୪୯୮୦୫୩୧ ନମ୍ୱର୍ ରେ ମେସେଜ କିମ୍ବା କଲ୍ କରି ଯୋଗାଯୋଗ କରନ୍ତୁ ଏବଂ ସହାୟତାର ହାତ ବଢାନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।