ଅଭିଶପ୍ତ ଶିବ ମନ୍ଦିର ! ଏଠାରେ ପୂଜା କରିବା ଲୋକ ହୋଇଯାଏ ମହାନ, ଜାଣନ୍ତୁ ଏହି ମନ୍ଦିରେ ଲୁଚି ରହିଥିବା ସମସ୍ତ ଗୁପ୍ତ କଥା…

0

କୁହାଯାଏ ଭଗବାନ ହେଉଛନ୍ତି ସର୍ବଜ୍ଞ, ସର୍ବବ୍ୟାପୀ ଏବଂ ସର୍ବ ଶକ୍ତିମାନ। ତାଙ୍କର ମହିମା ଅପାର। ଯାହାକୁ ପରିକଳ୍ପନା କରିବା ସହଜ ନୁହେଁ। କିଛି ଏଭଳି ଘଟଣା ଯାହା ବାସ୍ତବରେ ସମସ୍ତଙ୍କୁ ଚକିତ କରିଥାଏ।ଅଧିକାଂଶ ସମୟରେ କିଛି ନା କିଛି ଅଜବ ଘଟଣା ମାନ ଦେଖିବା ପାଇଁ ମିଳିଥାଏ।ଆଉ ତା ମଧ୍ୟରୁ ବହୁତ୍ ଏହି ଭଳି ଘଟଣା ଅଛି ଯାହାକୁ ଆମେ ହେୟ ଜ୍ଞାନ କରିଥାଉ କିନ୍ତୁ ବାସ୍ତବରେ ତାର ରହସ୍ୟ ଆମକୁ ଆଶ୍ଚର୍ଯ୍ୟ କରିଥାଏ। କାରଣ ଏହିଭଳି କିଛି ଘଟଣା ଆମକୁ ଭାବିବାକୁ ବାଧ୍ୟ କରିଥାଏ ଯେ ଏହା କିପରି ସମ୍ଭବ ଏବଂ କଣ ରହିଛି ଏହା ପଛର ରହସ୍ୟ।

ବିଶ୍ୱାସ ହେଉ ନଥିଲେ ବି ସତ ହୋଇଥିବା କିଛି ଘଟଣା ଆମକୁ ଭାବିବାକୁ ବାଧ୍ୟ କରିଥାଏ ଯେ ଏଥିରେ ଭଗବାନଙ୍କ ଅଲୌକିକତା କିଛି ରହିଛି। ଭକ୍ତ ଭଗବାନଙ୍କ ଭିତରେ ଏପରି କିଛି ଅତୁଟ ବନ୍ଧନ ବାନ୍ଧିଥାନ୍ତି ଭଗବାନ କିଛି ନା କିଛି ଅଲୌକିକତା ମାଧ୍ୟମରେ। ତେଣୁ ପ୍ରକୃତ ଭକ୍ତ ପାଇଁ ଭଗବାନ ସର୍ବଦା ତାଙ୍କର କୃପା ଦୃଷ୍ଟି ରଖି ଥାନ୍ତି ବୋଲି କୁହାଯାଏ।

ତେଣୁ ଭଗବାନଙ୍କ ମହିମା ତାଙ୍କୁ ହିଁ କେବଳ ଜଣା। ଅନେକ ସମୟରେ ଭଗବାନ ତାଙ୍କର ମହିମା ପ୍ରତି ପାଦନ କରିବା ପାଇଁ କରନ୍ତି ଅନେକ ଲୀଳା ଖେଳା। କେବେ ନିଜକୁ ପଥର ରୂପେ ଭକ୍ତଙ୍କୁ ପ୍ରଦର୍ଶିତ ହୁଅନ୍ତି ତ ପୁଣି ଆଉ କେବେ ବୃକ୍ଷ ର ଦାରୁ ହୋଇ ତାଙ୍କର ଅପାର ମହିମା ଦେଖାଇ ଥାଆନ୍ତି।

ଅନେକ ସମୟରେ ଏହି ସର୍ବ ଶକ୍ତିବାନ ବା ଦେବତାଙ୍କ ଅପାର ଏବଂ ଅଦ୍ଭୂତ ଲୀଳା, ମହିମା ଆମକୁ ଦେଖିବାକୁ ମିଳେ।ତେବେ ଆମେ ଆପଣଙ୍କୁ କହୁଛୁ ଉତ୍ତରାଖଣ୍ଡ ରାଜ୍ୟର, ବସ୍ତର ଜିଲ୍ଲାର ଏକ ପାହାଡିଆ ଗ୍ରାମରେ ଥିବା ଏକ ମନ୍ଦିର ବିଷୟରେ।ଏଠାରେ ଥିବା ଏକ ପରମ୍ପରା ଅନୁସାରେ ପ୍ରାୟ ୫୦ ରୁ ଅଧିକ ଗ୍ରାମର ଗ୍ରାମ ଦେବା ଦେବୀ ଙ୍କୁ ଏଠାରେ ଆବାହନ କରାଯାଏ। ଆବାହନ ପରେ ଏହି ଗ୍ରାମର ମୁଖ୍ୟ ପୁରୋଧା ମାନେ ଉକ୍ତ ଦେବତାଙ୍କ ଦୋଷ ଗୁଡ଼ିକ ପାଇଁ ଏକ ଲୋକ ଅଦାଲତର ଆୟୋଜନ କରି ସମସ୍ତ ଲୋକେ ନିଜର ଅଭିଯୋଗ କୁ ସେଠାରେ ଶୁଣାଇ ଥାଆନ୍ତି।

ଅଭିଯୋଗ ଶୁଣାଣୀ ପରେ ବିଚାରକ ଓ ପଣ୍ଡିତ ମାନଙ୍କ ଦ୍ଵାରା ଉପଯୁକ୍ତ ନିଷ୍ପତ୍ତି କ୍ରମେ ଦେବା ଦେବୀଙ୍କୁ ଦଣ୍ଡିତ କରିବା ସହିତ ଦେବତା ଙ୍କୁ ନିର୍ବାସନ କରନ୍ତି ଏବଂ ଏହା ସହିତ ଉକ୍ତ ଦେବତାଙ୍କୁ ଅନ୍ୟ ଦଣ୍ଡ ବିଧାନ ରେ ମଧ୍ୟ ଦଣ୍ଡିତ କରନ୍ତି। ତେଣୁ ଦୋଷ ପାଇଁ ଦେବତା ହୋଇ ମଧ୍ୟ ଦଣ୍ଡିତ ହେବା ତାପୁଣି ଭକ୍ତ ମାନଙ୍କ ଦ୍ଵାରା ଏହା ଆପଣଙ୍କୁ ଅଜିବ ଲାଗୁଥିଲେ ବି ଏହି ପରମ୍ପରା ଏବଂ ଅଦ୍ଭୁତ ଲୀଳା

ସେଠାରେ ରହିଛି। ତେଣୁ ଏଠାରେ ଏହା ପ୍ରମାଣିତ ହୁଏ ଯେ ଭକ୍ତ ଓ ଭଗବାନଙ୍କ ପାଇଁ ନିୟମ ସମାନ। କେବଳ ନିଜର କର୍ମ ହିଁ ଏହାର ପାର୍ଥକ୍ୟ ପରିଲକ୍ଷିତ କରିଥାଏ। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।