ଅଭିଷେକ ଙ୍କ ପରେ ଆଉ ଜଣେ ସ୍ତ୍ରୀ ର ଆକୁଳ ନିବେଦନ, ଦୟାକରି ମୋ ସ୍ୱାମୀଙ୍କୁ ବଞ୍ଚେଇ ଦିଅନ୍ତୁ, ଅଧିକରୁ ଅଧିକ ସେୟାର କରିବାକୁ କଲେ ଅନୁରୋଧ…

0

ବନ୍ଧୁଗଣ କରନା ସମୟ ରେ ଏଥିରେ ସଂକ୍ରମିତ ହେଉଥିବା ଲୋକଙ୍କ ମଧ୍ୟରୁ ଗୁରୁତର ହେଉଥିବା ଆକ୍ରାନ୍ତ ଙ୍କୁ ଆବଶ୍ୟକ ହେଉଛି ଜୀବନ ରକ୍ଷାକାରୀ ଇକମୋ ଟ୍ରିଟମେଣ୍ଟ। ଆଉ ଏହି ଟ୍ରିଟମେଣ୍ଟ ବହୁତ ବ୍ୟୟ ବହୁଳ ଅଟେ। ସାଧାରଣ ଲୋକେ ଏହି ଚିକିତ୍ସା ନିଜ ପରିବାର ବର୍ଗଙ୍କୁ ସୁସ୍ଥ କରିବା ପାଇଁ ଦେବା ଅସମ୍ଭବ ଅଟେ। ତେବେ ନିକଟରେ ଆପଣ ଓଡିଶାର ଅମ୍ରିତ ଏବଂ ଅଭିଷେକ ଙ୍କ ଘଟଣା ବିଷୟରେ ତ ଜାଣିଥିବେ। କିପରି ଚିକିତ୍ସା ପାଇଁ ତାଙ୍କ ପରିବାର ଓଡ଼ିଶା ବାସୀଙ୍କ ପାଖରେ ସହାୟତା ପାଇଁ ନିବେଦନ କରିଥିଲେ। ଆଉ ଓଡ଼ିଶା ବାସୀ ସେମାନଙ୍କ ସହାୟତା ପାଇଁ ହାତ ବଢ଼ାଇଥିଲେ। ସେହିପରି ପୁଣି ସାମ୍ନାକୁ ଆସିଛି ଆଉ ଏକ ହୃଦୟ ବିଦାରକ ଘଟଣା। ଯେଉଁ ଘଟଣା ସମସ୍ତଙ୍କୁ ପୁଣି ଭାବ ପ୍ରବଣ କରି ଦେଇଛି।

ଆଉ ଏହି ଘଟଣା ହେଉଛି ଓଡ଼ିଶାର ଏକ ଅସହାୟ ପରିବାରରେ। ଏଠାରେ ଜଣେ ସ୍ତ୍ରୀ ନିଜ ସ୍ଵାମୀଙ୍କ ଜୀବନ ବଞ୍ଚାଇବା ପାଇଁ ସାହଯ୍ୟ ଭିକ୍ଷା କରିଛନ୍ତି। ସ୍ଵାମୀଙ୍କ ଚିକିତ୍ସା ପାଇଁ ସେ ସମସ୍ତଙ୍କ ନିକଟରେ କୋହଭରା ନିବେଦନ କରୁଥିବା ଦେଖିବକୁ ମିଳିଛି।ସେ ଏକ ଭିଡିଓ ମାଧ୍ୟମରେ କହିଛନ୍ତି ଯେ ତାଙ୍କ ସ୍ଵାମୀ ଦୀର୍ଘ ୩୦ ଦିନ ହେବ ଭୁବନେଶ୍ଵର ରେ ଏକ ହସ୍ପିଟାଲ ରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ରେ କୌଣସି ସୁଧାର ନ ଆସିବା କାରଣରୁ ତାଙ୍କୁ ଇକମୋ ଟ୍ରିଟମେଣ୍ଟ ଦେ ପଡ଼ିବ ବୋଲି ସେ କହିଛନ୍ତି।ଯେଉଁ ଚିକିତ୍ସା ପାଇଁ ଲକ୍ଷାଧିକ ଟଙ୍କା ଆବଶ୍ୟକ ଅଟେ। ତେବେ ପରିବାରରେ ତାଙ୍କ ସ୍ଵାମୀ ହେଉଛନ୍ତି ଏକ ମାତ୍ର ରୋଜଗାରିଆ ସଦସ୍ୟ। ତାଙ୍କର ଏଭଳି ସମସ୍ୟା ସମୟରେ ସମ୍ପୂର୍ଣ୍ଣ ପରିବାର ଭାଙ୍ଗି ପଡିଛନ୍ତି।

ତେବେ ଏପଟେ ସନ୍ତୋଷ ଙ୍କ ବାପା ମଧ୍ୟ ତାଙ୍କ ପୁଅର ଏହି ଦୁଃଖ ସମୟରେ ଅସୁସ୍ଥତା ପାଇଁ ବହୁତ୍ ଭାଙ୍ଗି ପଡିଛନ୍ତି।ସେ କହିଛନ୍ତି ତାଙ୍କ ପରିବାର ରେ କିଛି ଦିନ ହେଲା ଚୁଲି ଜଳି ନାହିଁ। ପରିବାର ଭିତରେ ସବୁ ବେଳେ କାନ୍ଦ ବୋବାଳି ଶୁଭୁଛି। କେହି ବି ନିଜକୁ ବୁଝାଇ ପାରୁ ନାହାଁନ୍ତି। ତାଙ୍କ ପରିବାରର ଆର୍ଥିକ ସମସ୍ୟା ମଧ୍ୟ ବେଶ୍ ଦୟନୀୟ ହୋଇ ପଡିଛି। ନିଜ ପୁଅ ହିଁ ତାଙ୍କ ପରିବାର ର ଏକମାତ୍ର ରୋଜଗାର କରୁଥିବା ପୁଅ। ତେଣୁ ଏହି ସମୟ ରେ କେହି ସହାୟତା ର ହାତ ବଢାଇଲେ ସେମାନେ ତାଙ୍କ ପୁଅର ଚିକିତ୍ସା କରି ପାରିଥାନ୍ତେ।

ଏହାଛଡା ସମସ୍ତଙ୍କୁ ସନ୍ତୋଷ ଙ୍କ ସ୍ତ୍ରୀ ଆକୁଳ ନିବେଦନ କରିଛନ୍ତି ଯେ ତାଙ୍କ ସ୍ୱାମୀଙ୍କ ଆରୋଗ୍ୟ ପାଇଁ ସମସ୍ତେ ପ୍ରାର୍ଥନା କରନ୍ତୁ। ଫଳରେ ସେ ଜଲଦି ଭଲ ହୋଇ ଘରକୁ ଫେରି ଆସିବେ। ଆପଣଙ୍କୁ ବିନମ୍ର ଅନୁରୋଧ ଆପଣ ଯେତିକି ପାରିବେ ସେତିକି ମାତ୍ରାରେ ଅର୍ଥ ସାହଯ୍ୟ କରନ୍ତୁ ଫଳରେ ଜଣେ ସ୍ତ୍ରୀ ର ସ୍ଵାମୀ ଏବଂ ବାପା ମାଆଙ୍କ ପୁଅ ସୁସ୍ଥ ହୋଇ ପରିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।