ଅଭିଶାପ ହେଇଯିବନି ତ ମା’ର ଲୁହ… ଦେଖନ୍ତୁ ଭିଡ଼ିଓ

0

ବନ୍ଧୁଗଣ ପ୍ରେମ ଏକ ଏମିତି ଜିନିଷ ଯାହା ମଣିଷକୁ ଏକ ଭଲପାଇବା ର ବନ୍ଧନରେ ବାନ୍ଧି ରଖିଥାଏ।ସେହି ପ୍ରେମ ମଣିଷକୁ ଆନନ୍ଦ ଦେଇଥାଏ ଏବଂ ମନ ଭିତରେ ଏକ ଭିନ୍ନ ପୁଲକ ସଞ୍ଚାର କରେ। କିନ୍ତୁ ପ୍ରେମକୁ ନେଇ ବେଳେବେଳେ ଏମିତି ଘଟଣା ସାମ୍ନାକୁ ଆସିଥାଏ ଯାହା ପ୍ରେମ ପ୍ରତି ଥିବା ଆମ ଧାରଣାକୁ ବଦଳାଇ ଦିଏ। ଆଉ ସେହିସବୁ କ୍ଷେତ୍ରରେ ପ୍ରେମ କଳଙ୍କିତ ହୋଇଥାଏ। ଏହିପରି ଅନେକ ଘଟଣାର ଉଦାହରଣ ଏବେ ଦେଖିବାକୁ ମିଳୁଛି। ଯେମିତି ନିକଟରେ ଏକ ଘଟଣା ଘଟିଛି। ଯେଉଁଠି ପ୍ରେମରେ ମିଳିଛି ପ୍ରତାରଣା ଏବଂ ଧୋକା। ଏବଂ ପ୍ରେମ ପାଇଁ ଯାଇଛି ପ୍ରେମିକା ଙ୍କ ଜୀବନ।

ଯାହା ସମସ୍ତଙ୍କୁ ଏହା ଭାବିବାକୁ ବାଧ୍ୟ କରୁଛି ଯେ ପ୍ରେମ ରୂପରେ ମାୟାବିନି ବି ବେଳେବେଳେ କିପରି ଜଣଙ୍କୁ ଭୁଲ୍ ବାଟରେ ପରିଚାଳିତ କରିଥାଏ। କୁହା ଯାଇଥାଏ ପ୍ରେମ ହେଉଛି ଶାଶ୍ଵତ, ଚିରନ୍ତନ ଏବଂ ପବିତ୍ର ସଂପର୍କ।ପ୍ରେମ ଏକ ଏମିତି ଜିନିଷ ଯାହା ମାନେନା ସମାଜର କଟକଣା କି କୌଣସି ବାଧା ବିଘ୍ନ। ନିଜର ମନର ମଣିଷକୁ ପାଇବା ପାଇଁ ଜଣେ କିଛି ବି କରିବାକୁ ପ୍ରସ୍ତୁତ ହୋଇଯାଏ। ପ୍ରେମର ବାସ୍ତବ ପରିଭାଷା କୁ ଯିଏ ବୁଝିଛି ସେ କୌଣସି ବି ପ୍ରତିବନ୍ଧକ କୁ ସମସ୍ୟା ବୋଲି ଭାବି ନଥାଏ। ତା ପାଖରେ ଥାଏ କେବଳ ଗୋଟିଏ ଲକ୍ଷ୍ୟ, କେମିତି ବି ହେଉ ସେ ତାର ମନ ମଣିଷ, ଜୀବନ ସାଥିର ହାତ ଧରିବ।

ଆଉ ଏମିତି ରେ ପ୍ରେମ ଆଗରେ ସବୁ ବାଧାବିଘ୍ନ ବି କୁଆଡେ ହାର ମାନିଥାଏ। ତେଣୁ ପ୍ରେମର ଏକ ଅଦୃଶ୍ୟ ଶକ୍ତି ରହିଚି। ପ୍ରେମ ଯାହା ମହାନ୍ ଏବଂ ଚିରନ୍ତନ ଅଟେ।ଯେଉଁଠି ନିଜର ପ୍ରେମକୁ ନିଜର କରିବା ପାଇଁ ପ୍ରେମିକ ପ୍ରେମିକା କିଛି ବି କରିବାକୁ ପଛାନ୍ତି ନାହିଁ। କିନ୍ତୁ ଅନେକ ସମୟରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି। ନିକଟରେ ଘଟିଥିବା ଏକ ଘଟଣା ରେ ନିଜର ପ୍ରେମିକା ପାଇଁ, ପ୍ରେମିକ କୁ ଜୀବନ ହାରିବାକୁ ପଡ଼ିଛି। ପ୍ରେମିକା ର ଧୋକା, ପ୍ରତାରାଣା ରୂପୀ ବିଷାକ୍ତ ପ୍ରେମରେ ପ୍ରେମିକ ଅସହ୍ୟ ହୋଇ ଜୀବନ ହାରି ଦେଇଛି। ଏ ବିଷୟରେ ତ ଆପଣ ନିଶ୍ଚୟ ଜାଣିଥିବେ।

ଏହାକୁ ନେଇ ଜଣେ ଜଣାଶୁଣା ମହିଳା ଏଷ୍ଟ୍ରଲୋଜର ତାଙ୍କର ମତ ରଖିଛନ୍ତି।ସେ କହିଛନ୍ତି ଏହିଭଳି ଯେଉଁମାନେ ଏକାଧିକ ନାରୀ କିମ୍ୱା ଏକାଧିକ ପୁରୁଷ ସହ ସମ୍ପର୍କ ରଖନ୍ତି ସେମାନେ କେବେ ଉନ୍ନତି କରି ପାରନ୍ତି ନାହିଁ।ମାତା ଲକ୍ଷ୍ମୀ କେବେ ସେମାନଙ୍କ ପାଖକୁ ଆସନ୍ତି ନାହିଁ। ପ୍ରେମ ହେଲେ ହୃଦୟ ଜଣଙ୍କୁ ହିଁ ଦିଆଯାଏ।ଏହା ଭୋଗ ନୁହେଁ ଯେ ଅନେକଙ୍କୁ ବାଣ୍ଟି ହେବ। ତେଣୁ ଏଭଳି ଯେଉଁମାନେ କରୁଛନ୍ତି ସେମାନେ ବାସ୍ତବରେ ପ୍ରେମ କରୁ ନାହାଁନ୍ତି। ସେମାନଙ୍କ ପାଇଁ ଏହାର ଅର୍ଥ କେବଳ ମଜା ମସ୍ତି କରିବା। ଆଉ ସେଇ ମାନଙ୍କ ପାଇଁ ପ୍ରେମ ପରି ଶବ୍ଦ କଳଙ୍କିତ ହେଉଛି ବୋଲି ସେ କହିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।