ଅଭିଷେକ ଙ୍କ ଚିକିତ୍ସା ପାଇଁ ଆଗେଇ ଆସିଲେ ତୃତୀୟ ଶ୍ରେଣୀର ଏହି କୁନି ଝିଅ, କଲେ ଏମିତି କାମ ସମସ୍ତଙ୍କୁ କରିଦେଲେ ଚକିତ…

0

କରନା ରେ ଗୁରୁତର ଭାବରେ ଆକ୍ରାନ୍ତ ହୋଇଥିବା ଅଭିଷେକ ମହାପାତ୍ର ଙ୍କ ଚିକିତ୍ସା ପାଇଁ ଏବେ ଆଗେଇ ଆସିଛି ଆଉ ଏକ କୁନି ଝିଅ।ଏହି ଝିଅଟି ହେଉଛି ବାଲେଶ୍ବର ଜିଲ୍ଲାର। ତେବେ ବାଲେଶ୍ବର ର ବୈରାମ ନଗରର ତୃତୀୟ ଶ୍ରେଣୀରେ ପଢୁଥିବା ଏହି କୁନି ଝିଅ ର ନାମ ହେଉଛି ଆସଲେଶା କଶ୍ୟପ।ସେ ଗୁରୁତର ଭାବରେ ଆକ୍ରାନ୍ତ ହୋଇଥିବା ଅଭିଷେକଙ୍କୁ ତାଂକର ସଞ୍ଚିତ ଧନକୁ ଦେବେ ବୋଲି କହିଛନ୍ତି।ଏହି ଟଙ୍କା କୁ ସେ ସାଇତି କୁମ୍ପି ରେ ରଖୁଥିଲେ। ଏବେ ସେ ଏହି ସଞ୍ଚିତ ଟଙ୍କାକୁ ଅଭିଷେକ ମହାପାତ୍ର ଙ୍କ ଚିକିତ୍ସା ପାଇଁ ଦେବେ।

ଆପଣ ଜାଣିଛନ୍ତି ଯେ ଭଦ୍ରକର ଏହି ଯୁବକ ଜଣଙ୍କ ଏବେ କୋଲକତା ରେ ହସ୍ପିଟାଲ ରେ ସଙ୍କଟାପନ୍ନ ଅବସ୍ଥାରେ ଥିବାରୁ ଚିକିତ୍ସିତ ହେଉଛନ୍ତି।ତେବେ ତୃତୀୟ ଶ୍ରେଣୀର ଏହି ଛାତ୍ରୀ ଆସଲେଶା କଶ୍ୟପ ଏ ସମ୍ପର୍କରେ ନିଜେ ଗଣମାଧ୍ୟମ କୁ ଜଣାଇଛନ୍ତି। ତାଙ୍କର ଜଣେ ନିଜ ମାଉସୀ କରନା ରେ ସଂକ୍ରମିତ ହେବା ପରେ ଆଉ ଘରକୁ ଫେରିଲେ ନାହିଁ। କୋଭିଡରେ ଚିକିତ୍ସା ହେବା ପରେ ମଧ୍ୟ ଗୁରୁତର ହୋଇ ତାଙ୍କର ମୃତ୍ୟୁ ଘଟିଥିଲା। ଆଉ ସେଥିପାଇଁ ସେ ଏବଂ ତାଙ୍କର ପରିବାର ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି। ତେଣୁ ସେ ଆଉ ଚାହୁଁ ନାହାଁନ୍ତି ଯେ ସେହିଭଳି ଦୁଃଖ ଆଉ କାହାକୁ ମିଳୁ।

ସେ ଅଭିଷେକ ଅଙ୍କଲ ଙ୍କ ବିଷୟରେ ଟିଭି ରୁ ଜାଣିବା ପରେ ସେ ତାଙ୍କର ସବୁ ସଞ୍ଚିତ ଧନକୁ ଦେବା ପାଇଁ ଇଚ୍ଛା କରିଛନ୍ତି। ଯେମିତି ବି ହଉ ଅଭିଷେକ ଅଙ୍କଲ ଭଲ ହୋଇ ଜଲଦି ଫେରି ଆସନ୍ତୁ ବୋଲି ସେ କହିଛନ୍ତି।ତେବେ ଏହାକୁ ନେଇ ଏହି କୁନି ଝିଅର ମାଆ ମଧ୍ୟ ନିଜର ପ୍ରତିକ୍ରିୟା ରଖିଛନ୍ତି।ସେ କହିଛନ୍ତି ଯେ ଝିଅ ଏ ବିଷୟରେ ସବୁବେଳେ ଟିଭି ରୁ ଶୁଣିବା ପରେ ନିଜେ ତାଙ୍କର ପରିବାରର ଦୁଃଖକୁ ଅନୁଭବ କରି ଅନ୍ୟ ମାନଙ୍କ ଭଳି ସେ ମଧ୍ୟ କିଛି ସହାୟତା ଦେବା ପାଇଁ ଇଚ୍ଛା କରି ଥିଲା। ଆଉ ସେଥିପାଇଁ ସେ କୁମ୍ପୀ ରେ ସଞ୍ଚିତ ଧନକୁ ଅଭିଷେକ ଙ୍କ ଚିକିତ୍ସା ପାଇଁ ଦେବାକୁ ଚାହୁଁଛି।

ଅଭିଷେକ ଙ୍କ ମାଆ ଏବଂ ତାଙ୍କର ସ୍ତ୍ରୀ ଯେଉଁଭଳି ଭାବରେ ସହାୟତା ପାଇଁ ଅନୁରୋଧ କରିଥିଲେ ତାହା କୁ ସେ ଅନୁଭବ କରିଛି ଏବଂ ସେ ଏଥିପାଇଁ ସହାୟତା କରିବାକୁ ଇଛା ପ୍ରକାଶ କରିଛି।ଏହି କରନା ସଂକ୍ରମଣ କାରଣରୁ ନିଜ ପ୍ରିୟର ମାଉସୀ, ଯାହାଙ୍କୁ ସେ ବହୁତ୍ ଭଲ ପାଉଥିଲେ, ତାଙ୍କୁ ହରାଇବା ପରେ , ଆଉ କାହାର ପରିବାର ସେମିତି ଦୁଃଖ କୁ ସାମ୍ନା କରୁ ବୋଲି ସେ ଚାହୁଁ ନାହାଁନ୍ତି। ଆମେ ବି ସେହି ପ୍ରାର୍ଥନା କରିବା ଯେ ବହୁତ ଜଲଦି ଅଭିଷେକ ସୁସ୍ଥ ହୋଇ ଭଲରେ ଘରକୁ ଫେରି ଆସନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।